ଫେରୋକ୍ରୋମରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

ବ୍ୟାସନଗର:ଫେରୋକ୍ରୋମ୍ ପ୍ଲାଣ୍ଟ ପରିସରରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ କର୍ମଚାରୀଙ୍କ ଦ୍ୱାରା ପାଳନ କରାଯାଇଛି । ଅତିଥି ଭାବେ ପ୍ଲାଣ୍ଟ ମୁଖ୍ୟ ରଶ୍ମୀରଞ୍ଜନ ପରିଡ଼ା ଅଧ୍ୟକ୍ଷତା କରି ଶକ୍ତି ସଂରକ୍ଷଣ ଏବଂ ସୁଚାରୁ ରୂପେ ବିନିଯୋଗ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । କର୍ମଚାରୀଙ୍କୁ ବ୍ୟକ୍ତିଗତ ଭାବେ ଶକ୍ତି ସଂରକ୍ଷଣ ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ । ବିଶେଷ କରି ବିଜୁଳି ଶକ୍ତି ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ବ୍ୟକ୍ତିଗତ ପ୍ରୟାସକୁ ଗୁରୁତ୍ୱ ଦେଇଥିଲେ । ସମାଜର ପ୍ରଗତିରେ ଶକ୍ତି ସଂରକ୍ଷଣ ପାଇଁ ପ୍ରତ୍ୟେକ କର୍ମଚାରୀ ଆଗକୁ ଆସିବାକୁ ଆହ୍ୱାନ ଦେଇଥିଲେ । ସର୍ବୋପରି କାରଖାନାରେ ଶକ୍ତି ସଂରକ୍ଷଣ ଏବଂ ଏହାର ସଠିକ୍ ବିନିଯୋଗ ପାଇଁ ମିଳିତ ଭାବେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତ୍ପାଦନ ବିଭାଗ ର ଉପମୁଖ୍ୟ ସରୋଜ ଦାସ, ଗୁଣବତା ବିଭାଗର ଦିଲ୍ଲୀପ ନାୟକ ଅତିଥି ଭାବେ ଯୋଗଦେଇଥିବା ବେଳେ,କାର୍ଯ୍ୟକ୍ରମକୁ ଦେବ ରଞ୍ଜନ କର, ଅର୍ପିତ ଦାସ, ଅକ୍ଷୟ ଦାସ, ବିଭୂଦେନ୍ଦୁ ବଳ, ଅରୁଣକାନ୍ତି କର ପରିଚାଳନା କରିଥିଲେ ।