ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ 

 ତିର୍ତ୍ତୋଲ : ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ନାଉସିରା ସ୍ଥିତ ବୀଣାପାଣି ମଣ୍ଡପ ପରିସରରେ ବିଜେପି ପକ୍ଷରୁ ୨୧ ଟି ପଞ୍ଚାୟତର କର୍ମୀମାନଙ୍କୁ ନେଇ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶାରଳା ମଣ୍ଡଳ ପୂର୍ବତନ ସଭାପତି ରୂପକ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥିଭାବେ ସାଂସଦ ବିଭୁ ପ୍ରସାଦ ତରାଇ, ମୁଖ୍ୟବକ୍ତା ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର, ତିର୍ତ୍ତୋଲ ବିଜେପି ନେତା ରାଜକିଶୋର ବେହେରା, ବିଜୟ ଦାଶ, ଇଂ. ହରିହର ବେହେରା, ବରିଷ୍ଠ କାର୍ଯ୍ୟକର୍ତ୍ତା ଅଶୋକ କୁମାର ମହାନ୍ତି, ସାଂସଦଙ୍କ ପ୍ରତିନିଧି ସୁନନ୍ଦ ବିଶ୍ୱାଳ, ଜ୍ୟୋତିରଞ୍ଜନ ସାହୁ, ସଭ୍ରକାନ୍ତ ରଣା, ଜିଲ୍ଲା ପ୍ରଭାରୀ ପ୍ରକାଶ ଦଳାଇ, ତ୍ରିନାଥ ବାରିକ, ଗଗନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସମସ୍ତ ଅତିଥିମାନେ ଭାରତମାତା ଫୋଟୋଚିତ୍ରରେ ପୁଷ୍ପ ଓ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ବିବେକାନନ୍ଦ ହୋତା, ଭାଗବତ ସାହୁ, ସରପଞ୍ଚ ଅଶୋକ ଦାସ, ଦୀପକ ସାହୁ, କ୍ଷିତୀଶ ଦାସ, ବିଶ୍ୱଜିତ ଦାଶ, ସାଗର ଦାସ, ବିଳାସ ସେନାପତି, ମିର୍ଜା ସିଦିକ ବେଗ, ପ୍ରଶାନ୍ତ କୁମାର ଦାଶ, ସୁଶୀଲ କୁମାର ସାହୁ, ଦିଲ୍ଲୀପ ମହାନ୍ତି, ଅମର ମଲ୍ଲିକ, ପ୍ରଶାନ୍ତ ପଣ୍ଡା, ରଜନୀକାନ୍ତ ରାଉଳଙ୍କ ସମେତ ବହୁ କର୍ମୀ ମାନେ ଯୋଗ ଦେଇଥିଲେ । ଶେଷରେ ମଣ୍ଡଳ ସଭାପତି ତ୍ରିନାଥ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।