ବିବାହ ଶୋଭାଯାତ୍ରାରେ ନିୟମ ଲଂଘୁଛି ଶବ୍ଦ ପ୍ରଦୂଷଣ : ସଠିକ ଢଙ୍ଗରେ କାର୍ଯ୍ୟକାରୀ ହେଉନି ଆଇନ
କଟକ : ଏବେ ଚାଲିଛି ବିବାହ ଋତୁ, ହେଲେ ଶୋଭାଯାତ୍ରାର ଶବ୍ଦ ପ୍ରଦୂଷଣ ପାଇଁ ଥିବା କଟକଣା ନାମକୁ ମାତ୍ର କରାଯାଇଛି । ଦିନା କେତେ’ଋ ଏହାକୁ କଡା କଡି ପାଳନ ପରେ ଏବେ ପୁଣି ନିୟମ ଉଲଂଘନ ହେଉଥିବା ଅଭିଯୋଗ ହେଉଛି । ବିଶେଷକରି ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ରହିଥିବା ଆଇନକୁ ମଧ୍ୟ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରାଯାଇ ପାରୁନାହିଁ । ଓଡ଼ିଶା ସହରାଞ୍ଚଳ, ପୋଲିସ ଆଇନ ୨୦୦୩ ର ଧାରା ୩୨ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ପୋଲିସର ଅଛି । ସେହିପରି କେନ୍ଦ୍ର ସରକାରଙ୍କ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଓ କଟକଣା ନିୟମ ୨୦୦୦ ଅନୁସାରେ ଆଇନ ଉଲଙ୍ଗନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଜିଲ୍ଲାପାଳ, ଏସପି ତଥା ସବଡିଭିଜନାଲ ଅଫିସରମାନଙ୍କୁ ମଧ୍ୟ କ୍ଷମତା ପ୍ରଦାନ କରାଯାଇଛି । ସୁପି୍ରମ କୋର୍ଟଙ୍କ ନିଦେ୍ର୍ଦଶକ୍ରମେ ରାତି ୧୦ଟା ପରେ ଡାକ ବାଜି ଯନ୍ତ୍ର ବ୍ୟବହାର କରି ହେଉଥିବା ଶୋଭାଯାତ୍ରା ଉପରେ କଟକଣା ରହିଛି । ହେଲେ ରାତି ୧୦ଟା ପରେ ବି ବିବାହ ଶୋଭାଯାତ୍ରା ସହର ତଥା ଉପକଣ୍ଠ ଅଞ୍ଚଳରେ ଚାଲୁଥିବା ଦେଖିବାକୁ ମିଳୁଛି । ପୂଜା ପାର୍ବଣରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ପୋଲିସ ଯେପରି ତତ୍ପରତା ପ୍ରକାଶ କରୁଛି, ବିବାହ ଶୋଭାଯାତ୍ରାଗୁଡ଼ିକ ପାଇଁ ଦେଖିବାକୁ ମିଳୁନାହିଁ । ଏପରିକି ଡିଜେକୁ ନିଷେଧ କରାଯାଇଥିଲେ ମଧ୍ୟ ଏହା ଏବେ ଗ୍ରାମାଞ୍ଚଳମାନଙ୍କରେ ଖୁଲମଖୁଲା ବ୍ୟବହାର ହେଉଛି । ଶବ୍ଦ ନିୟନ୍ତ୍ରଣ ପାଇଁ ସାଉଣ୍ଡ ଲିମିଟର ଲଗାଇବା ବାଧ୍ୟତାମୂଳକ ଥିଲେ ମଧ୍ୟ, ଏହାକୁ ଉଲଙ୍ଘନ କରାଯାଉଛି । ଯାହା ଫଳରେ ଡିଜେ ଶବ୍ଦରେ କାନ ଫାଟି ପଡଏଛି । ଗୁରୁତ୍ୱପୂର୍ଣ୍ଣ ହେଲା କି, ଶୋଭାଯାତ୍ରା ପାଇଁ ପୋଲିସ ଅନୁମତି ମଧ୍ୟ ନିଆଯାଉନଥିବା ଦେଖିବାକୁ ମିଳୁଛି । ଶବ୍ଦ ମାପକ ଯନ୍ତ୍ରଗୁଡ଼ିକ ଥାନାମାନଙ୍କୁ ଦିଆଯାଇଥିଲେ ବି ଅନେକ ଜାଗାରେ ଏଗୁଡ଼ିକ ଅଚଳ ହୋଇ ରହିଛି । ବିଗତ ଦିନରେ ଶବ୍ଦ ପ୍ରଦୂଷଣ ନେଇ ଓଡ଼ିଶା ରାଜ୍ୟ ମାନବାଧିକାର କମିଶନ ଉଦବେଗ ପ୍ରକାଶ କରିଥିବା ନଜିର ରହିଛି । ବିବାହ ମହୋସôବରେ ଡିଜେ ସାଉଣ୍ଡ ସାଙ୍ଗକୁ ଉଚ୍ଚଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଯିବା ଦ୍ୱାରା ସର୍ବାଧିକ ପ୍ରଦୂଷଣ ହେଉଛି । ଡିଜେଗୁଡ଼ିକରୁ ୬୫ ଡେସିବଲରୁ ଅଧିକ ଶବ୍ଦ ଉତ୍ପନ୍ନ ହେଉଛି । ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ସୁପି୍ରମ କୋର୍ଟ ଓ ହାଇକୋର୍ଟଙ୍କ ପକ୍ଷରୁ ଅତୀତରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଦଶ ଜାରି ହୋଇଛି । ତେବେ ଏସବୁକୁ ସଠିକ ଢ଼ଙ୍ଗରେ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ ହେଉଛି ।