ବ୍ରଜନଗର ଯୁବ ମହୋତ୍ସବ ଉଦ୍ୟାପିତ
ପାଣିକୋଇଲି: ଯାଜପୁର ବ୍ଲକ ମାଳଆନନ୍ଦପୁର ପଞ୍ଚାୟତର ବ୍ରଜନଗର ଖେଳପଡିଆ ଠାରେ ଆୟୋଜିତ ଯୁବ ମହୋସôବ ଉଦ୍ୟାପିତ ହୋଇଯାଇଛି । ମହୋସôବ କମିଟିର ସଭାପତି ସୌମ୍ୟରଞ୍ଜନ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ୟାପନି ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଯୁବ ପିଢୀ ମାନେ ବିକାଶଧାରରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଯୁବକ ଚାହିଲେ ବିକାଶ ସମ୍ଭବ । ବକ୍ତା ଭାବେ ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ ଯୋଗଦେଇ ଯୁବକ ମାନଙ୍କୁ ଉସôାହିତ କରିବା ସହ ଦେଶ ଗଢିବାରେ ଯୁକ ମାନଙ୍କ ଭୂମିକା ସର୍ମ୍ପକରେ ଅବଗତ କରିଥିଲେ । ଯାଜପୁର ପୌରାଧ୍ୟକ୍ଷା ରଂଜୁଲତା ହେତା, ବ୍ୟାସନଗର ପୌର ଉପାଧ୍ୟକ୍ଷ ସୁବାସ ବଳ, କୋରେଇ ବ୍ଲକ ଉପାଧକ୍ଷ ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ ସମସ୍ତ ଅତିଥି ଓ କଣ୍ଠଶିଳ୍ପୀ ହୁ୍ୟମାନ ସାଗରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦ୍ୟାପନୀ ଅବସରରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ସାମାଜିକ କାର୍ଯ୍ୟଧାରା ପାଇଁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।ସାମ୍ବାଦିକ ସୁବାସ ଧଳ, ରାଜପଥ ପୋଟ୍ରୋଲିଂ ଅଧିକାରୀ ଅଶୋକ ବଳ, ଯୁବ ପ୍ରତିଭା ବିଶ୍ୱଜିତ ଜେନା, କ୍ରୀଡାବିତ୍ ତେଜେସ୍ୱନୀ ଧଳ, ପାଣିକୋଇଲି ଅଳଙ୍କାର ଦୋକାନ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ସ୍ୱର୍ଗତ ନୀଳମାଧବ ପଣ୍ଡା ଓ ସ୍ୱର୍ଗତ ସୁନିଲ ରାୟଙ୍କ ପରିବାର, ଶେଷ ପରିଚୟ ବୃଦ୍ଧାଶ୍ରମ, ବିଶ୍ୱାସ ପରିବାର, ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପ, ସୀତାରାମ ସେବା ସମିତି, କରଦା ସାହୁସାହି ସରସ୍ୱତୀ ପୂଜା କମିଟିକୁ ସମ୍ବର୍ଦ୍ଧିତ କରାଯାଇଥିଲା ।