ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ପୁରୀ ହେବ ମହାନଗର ନିଗମ
ଭୁବନେଶ୍ୱର:ପୁରୀ ପୌର ପରିଷଦ ମହାନଗର ନିଗମ ହେବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଏବେ ପବିତ୍ର ପୁରୀ ସହରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଜାରିରହିଛି । ବାହୁଡା ଯାତ୍ରା ପାଇଁ ମହାପ୍ରଭୁ ଆଜ୍ଞା ଦେଇସାରିଛନ୍ତି । ଏହି ଯାତ୍ରାକୁ ସୂଚାରୁ ରୂପେ ଏବଂ ସୁରକ୍ଷିତ ଢଙ୍ଗରେ ସଂପୂର୍ଣ୍ଣ କରିବା ପାଇଁ ଠାକୁରଙ୍କ ନିଦେ୍ର୍ଦଶରେ ସମସ୍ତେ ନିଜ ନିଜ ସେବା ପ୍ରଦାନ କରୁଛନ୍ତି । ପୁରୀ ଜଗନ୍ନାଥ ଧାମ ସାରା ଭାରତର ସବୁ ଧର୍ମସ୍ଥଳୀ ଠାରୁ ଅନନ୍ୟ ।
ଏଠାରେ ଭକ୍ତ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ଏକାକାର ହୋଇଯାଆନ୍ତି । ନବଦିନ ବ୍ୟାପ୍ତ ଏହି ପବିତ୍ର ଯାତ୍ରା ସମୟରେ ବଡଦାଣ୍ଡରେ ଚାଲୁଥିବା ସବୁ ଭକ୍ତ ଜଣେ ଜଣେ ଦାସିଆ । ମୁଁ ବି ଏହି ଅସଂଖ୍ୟ ଜଗନ୍ନାଥ ଭକ୍ତଙ୍କ ମଧ୍ୟରୁ ଜଣେ ସାଧାରଣ ଭକ୍ତ । ରାଜ୍ୟର ମୁଖ୍ୟ ସେବକ ଭାବେ ରାଜ୍ୟବାସୀ ଯେଉଁ ଗୁରୁ ଦାୟିତ୍ୱ ମୋତେ ଅର୍ପଣ କରିଛନ୍ତି । ସେଥିମଧ୍ୟରୁ, ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସହିତ ପୁରୀବାସୀଙ୍କୁ ଗୁଣାତ୍ମକ ମୌଳିକ ସୁବିଧା ପ୍ରଦାନ କରିବା । ମୁଁ ବ୍ୟକ୍ତିଗତ ଭାବେ ପୂର୍ବରୁ ଅନୁଭବ କରିଛିଯେ, କୌଣସି ନା କୌଣସି କାରଣରୁ ବର୍ତ୍ତମାନର ପୁରୀ ପୌରପାଳିକା ଉଭୟ ଭକ୍ତ ଏବଂ ସହରବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହୋଇନାହିଁ ।
ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସ୍ଥାନୀୟ ସ୍ୱାୟତ୍ତ ଶାସନ ପଦ୍ଧତିରେ ସଂସ୍କାର ଆଣିବାକୁ ପଡିବ । ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତଦାରଖ, ପୁନର୍ବିନ୍ୟାସ ଏବଂ ରକ୍ଷଣାବେକ୍ଷଣ କରିବା ପାଇଁ ନୂତନ ଢାଞ୍ଚାର ଆବଶ୍ୟକତା ରହିଛି । କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ବର୍ଷସାରା ସହରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ଆମ ସରକାର ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୁରୀ ସହର ଏବଂ ଆଖପାଖ ଅବସ୍ଥିତ ଗ୍ରାମ ପଞ୍ଚାୟତକୁ ସାମିଲ କରି ପୁରୀ ମହାନଗର ନିଗମ ଗଠିତ ହେବ । ଏହାଦ୍ୱାରା ପୁରୀ ସଦର ଏବଂ ବ୍ରହ୍ମଗିରି ବ୍ଲକର ପ୍ରାୟ ସାତରୁ ଆଠଗୋଟି ଗ୍ରାମ ପଞ୍ଚାୟତକୁ ସାମିଲ କରାଯିବ, ଯାହାଫଳରେ ଏହି ପଞ୍ଚାୟତବାସୀ ସହର ପରି ସୁବିଧା ପାଇପାରିବେ । ଆସନ୍ତାକାଲି ଠାରୁ ଏହ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ । ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବାକୁ ଆମ ସରକାର ବଦ୍ଧପରିକର । ଏଥିପାଇଁ ଅନେକ ନୂତନ ପ୍ରକଳ୍ପର ନିର୍ମାଣ ଏବଂ ରକ୍ଷଣା ବେକ୍ଷଣର ଅବଶ୍ୟକତା ରହିଛି । ୨୦୩୬ ସୁଦ୍ଧା ପୁରୀକୁ ଦେଶର ଏକ ମୁଖ୍ୟ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଅନୁଷ୍ଠିତ ହୋଇଛି । ଶନିବାର ଦିନ ବାହୁଡ଼ାଯାତ୍ରା ଅବସରରେ ଭୋର ୪ଟାରେ ମଙ୍ଗଳଆଳତି କରାଯିବ । ୪ଟା ୧୫ମିନିଟ୍ରେ ମଇଲମ, ୪ଟା ୩୦ମିନିଟ୍ରେ ତଡ଼ପଲାଗି, ରୋଷ ହୋମ, ଭୋର ୫ଟା ଅବକାଶ, ୫ଟା ୧୫ମିନିଟ୍ରେ ସୂର୍ଯ୍ୟପୂଜା, ୫ଟା ୩୦ମିନିଟ୍ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହେବ । ୫ଟା ୪୫ମିନିଟ୍ରୁ ୬ଟା ୪୫ମିନିଟ୍ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳଧୂପ (ଖେଚୁଡ଼ି ଭୋଗ) ସଂପନ୍ନ ହେବ । ସକାଳ ୭ଟା ଦିନ ୧୧ଟା ୩୦ମିନିଟ୍ ମଧ୍ୟରେ ମହାପ୍ରଭୁ ସେନାପଟା ଲାଗି ହେବେ । ୧୧ଟା ୪୫ମିନିଟ୍ରେ ମଙ୍ଗଳାର୍ପଣ କରାଯାଇ ମଧ୍ୟାହ୍ନ ୧୨ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ମିନିଟ୍ ମଧ୍ୟରେ ଶେଷ ହେବ । ୨ଟା ୩୦ମିନିଟ୍ରୁ ୩ଟା ୩୦ମିନିଟ୍ ମଧ୍ୟରେ ଗଜପତି ମହାରାଜା ତିନି ରଥରେ ଛେରାପହଁରା କରିବେ । ୩ଟାରୁ ୪ଟା ମଧ୍ୟରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଲାଗିବ । ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତିନିର୍ଘଣ୍ଟରେ ଉଲ୍ଲେଖ କରାଯାଇଛି । ରଥଟଣା ସରିବା ପରେ ରଥ ଉପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ଶ୍ରୀଗୁଣ୍ଡିଚା ଯାତ୍ରାରେ ଯେଭଳି ତ୍ରୁଟି ଦେଖାଯାଇଥିଲା ତାହାକୁ ସୁଧାରିବା ପାଇଁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ବାହୁଡ଼ାଯାତ୍ରାର ଅବ୍ୟବହିତ ପୂର୍ବରୁ ଅନୁଷ୍ଠିତ ହୋଇଯାଇଛି ପବିତ୍ର ସନ୍ଧ୍ୟାଦର୍ଶନ । ଲକ୍ଷାଧିକ ଭକ୍ତ ନରନାରୀ ଏହି ଅବସରରେ ଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ । ଚଳିତ ବର୍ଷ ଆଡ଼ପମଣ୍ଡପରେ ଏହାଥିଲା ଚୁତର୍ଦ୍ଧାମୂର୍ତ୍ତିଙ୍କ ଶେଷ ସର୍ବସାଧାରଣ ଦର୍ଶନ । ଦିନ ସାରା ଝିପିଝିପି ବର୍ଷା ହେଉଥିଲେ ମଧ୍ୟ ଭକ୍ତମାନଙ୍କ ଦର୍ଶନରେ ଭଟ୍ଟା ପଡ଼ିନଥିଲା । ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲେ କୋଟି ପୂଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ଥିବାରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଦିନତମାମ ଛୁଟିଥିଲା ଭକ୍ତଙ୍କ ସୁଅ । ମନ୍ଦିରର ଦ୍ୱାର ଫିଟିବା ପୂର୍ବରୁ ବହୁ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଅପେକ୍ଷା କରିରହିଥିଲେ । ସକାଳୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ଚାଲିଥିଲା । ବାହୁଡ଼ାଯାତ୍ରାର ନୀତିକାନ୍ତି ପାଇଁ ଅପରାହ୍ନ ୬ଟାରେ ଦର୍ଶନ ବନ୍ଦ କରାଯାଇଥିଲା ।
ବାହୁଡ଼ାଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ଫେରିବା ବେଳେ ବାଟରେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ଖାଇବେ ପୋଡ଼ପିଠା । ବଡ଼ଦାଣ୍ଡର ମାଉସୀ ମା’ ମନ୍ଦିର ଆଗରେ ଅଟକିବ ନନ୍ଦିଘୋଷ ରଥ । ଏଥିପାଇଁ ପୋଡ଼ପିଠା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ମନ୍ଦିରର ପୂଜକମାନେ ପୋଡ଼ପିଠା ପ୍ରସ୍ତୁତି କରୁଛନ୍ତି ।
ବାହୁଡ଼ାଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ଫେରିବା ବେଳେ ବାଟରେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ଖାଇବେ ପୋଡ଼ପିଠା । ବଡ଼ଦାଣ୍ଡର ମାଉସୀ ମା’ ମନ୍ଦିର ଆଗରେ ଅଟକିବ ନନ୍ଦିଘୋଷ ରଥ । ଏଥିପାଇଁ ପୋଡ଼ପିଠା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ମନ୍ଦିରର ପୂଜକମାନେ ପୋଡ଼ପିଠା ପ୍ରସ୍ତୁତି କରୁଛନ୍ତି । ଏହି ପୋଡ଼ପିଠାର ପ୍ରସ୍ତୁତି ଶୈଳୀ ନିଆରା । ଅଟା, ଛେନା, ଚିନି, ପିସ୍ତାବାଦାମ, ଅଳେଇଚ, ଲବଙ୍ଗ ଓ ଘିଅର ମିଶ୍ରଣରେ ଏହି ପୋଡ଼ପିଠା ପ୍ରସ୍ତୁତ କରାଯାଇଥାଏ । ଏସବୁ ସାମଗ୍ରୀ ଚକଟାଯାଇ ପୋଡ଼ପିଠା ଆକାରରେ ଚୁଲିରେ ବସାଯାଏ । ବାମ୍ଫରେ ସିଝେ ଏହି ପୋଡ଼ପିଠା । ବାମ୍ଫରେ ସିଝିବା ପରେ ଏହାକୁ ବାହାର କରାଯାଇ ଥଣ୍ଡା କରାଯାଏ । ଏହାପରେ ଖଣ୍ଡଖଣ୍ଡ କାଟି ଦେଶୀ ଘିଅରେ ଛଣାଯାଏ । ପରେ ବାହୁଡ଼ାରେ ଠାକୁରମାନଙ୍କୁ କୁଡ଼ୁଆରେ ଏହି ପିଠା ସମର୍ପଣ କରାଯାଏ । ମାଉସୀ ମା’ଙ୍କ ସେବକ ହବିଷ୍ୟାନ୍ନ ସେବନ କରି ପୋଡ଼ପିଠା ପ୍ରସ୍ତୁତ କରିଥାନ୍ତି । ପୋଡ଼ପିଠା ପାଇଁ ହେରାପଞ୍ଚମୀ ଦିନ ଚୁଲି ଅନୁକୂଳ ହୋଇଥିଲା । ଏହି ପୋଡ଼ପିଠାର ମହକ ଓ ସ୍ୱାଦ ସ୍ୱତନ୍ତ୍ର । ଭକ୍ତମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି ଯେ ଏକଦା ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବିସ୍ତୃତ ବଡ଼ଦାଣ୍ଡକୁ ୨ଭାଗରେ ମାଳିନୀ ନଦୀ ବିଭକ୍ତ କରୁଥିôଲା । ଏଥିପାଇଁ ୬ଟି ରଥ ନିର୍ମାଣ କରାଯାଉଥିଲା । ଠାକୁର ମାନେ ରଥରେ ଶ୍ରୀମନ୍ଦିରରୁ ଯାଇ ନଦୀ ପାର ହେବା ପରେ ଅପରପାଶ୍ୱର୍ରେ ଥିବା ୩ଟି ରଥରେ ବିଜେ କରି ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ । ଏଥିଯୋଗୁଁ ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚôବାକୁ ୭ରୁ ୮ଦିନ ସମୟ ଲାଗି ଯାଉଥିଲା । ଏହାକୁ ଲକ୍ଷ୍ୟ କରି ମାଉସୀ ମା’ ବା ଦେବୀ ଅର୍ଦ୍ଧଶୋଷିଣୀ ମାଳିନି ନଦୀ ଜଳକୁ ଶୋଷି ନେଇଥିଲେ । ଏହା ପରଠାରୁ ସ୍ୱଚ୍ଛନ୍ଦରେ ୩ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଥିଲା । ସେହି ସମୟରୁ ମାଉସୀ ମା’ଙ୍କ ଅନୁରୋଧ ରକ୍ଷା କରି ବାହୁଡ଼ାଯାତ୍ରାରେ ବଡ଼ଦେଉଳକୁ ବାହୁଡ଼ିବା ବେଳେ ମହାପ୍ରଭୁ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇଆସୁଛନ୍ତି ।