ରିପୋର୍ଟ କାଡର଼୍ ଦେବେ ସରକାର

ଓଡ଼ିଶା ଆସିବେ ମୋଦି ଓ ଶାହ !

ଭୁବନେଶ୍ୱର : ଜୁନ୍‌ ୧୨ରେ ସରକାରଙ୍କୁ ପୂରିବ ବର୍ଷେ । ବର୍ଷକ ମଧ୍ୟରେ ସରକାର କି କି ସଫଳତା ହାସଲ କରିଛନ୍ତି, କେଉଁ ବିଭାଗର ପ୍ରଦର୍ଶନ କେମିତି ରହିଛି, ସେନେଇ ସରକାର ରିପୋର୍ଟ କାଡର଼୍ ପ୍ରଦାନ କରିବେ । ଜୁନ୍‌ ୧୨ରୁ ୧୯ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ହେବା ସହ ପ୍ରତି ପରିବାର ପାଖରେ ସରକାରଙ୍କ ସଫଳତା ବାର୍ତ୍ତା ପହଁଚିବ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ସମୟରେ ଓଡ଼ିଶା ଆସିପାରନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ରାଜ୍ୟ, ଜିଲ୍ଲା, ବ୍ଲକ, ପଞ୍ଚାୟତ ପୌରସଂସ୍ଥା ଗୁଡିକରେ ସରକାରଙ୍କ ବର୍ଷ ପୂର୍ତ୍ତିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଏନେଇ ସୁରେଶ କହିଛନ୍ତିଯେ, ସରକାରକୁ ଆସିବା ପୂର୍ବରୁ ରାଜ୍ୟବାସୀଙ୍କୁ ବିଜେପି ଦେଇଥିବା ୨୧ଟି ପ୍ରତିଶ୍ରୁତି ମଧ୍ୟରୁ ବର୍ଷକ ମଧ୍ୟରେ ୧୧ଟି ପ୍ରତିଶ୍ରୁତି ପୂରଣ ହୋଇଛି  । ବାକି ୧୦ ପ୍ରତିଶ୍ରୁତି ଆଗାମୀ ବର୍ଷ ପୂରଣ କରିବାକୁ ଚେଷ୍ଟା କରାଯିବ । ଲୋକେ ଯାହା ଚାହୁଁଛନ୍ତି ତାହା ମଧ୍ୟ କାର୍ଯ୍ୟକାରୀ ହେବ । ସରକାରୀ ସ୍ତରରେ ମଧ୍ୟ ବିଭିନ୍ନ ବିଭାଗୱାରୀ ସମୀକ୍ଷା କରିବା ପାଇଁ କମିଟି ଗଠନ କରାଯାଇଛି । ସରକାରଙ୍କୁ ବିଭିନ୍ନ ବିଭାଗର ରିପୋର୍ଟ କାର୍ଡ କମିଟି ପ୍ରଦାନ କରିବ  । ଗତ ବୁଧବାର ଦିନ ମଧ୍ୟ ମୁଖ୍ୟମନ୍ତ୍ରୀ ସବୁ ବିଭାଗର ସମୀକ୍ଷା ବୈଠକ ମଧ୍ୟ କରିଛନ୍ତି ।