ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର


ଆମ ଗାଁ ମାର୍ଥାପୁର ଶାସନର ପୂର୍ବଦିଗରେ ଗ୍ରାମ ଶେଷରେ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର ଅବସ୍ଥିତ  । ଏହି ମନ୍ଦିରର ଗର୍ଭଗୃହରେ ସ୍ୱୟମ୍ଭୁଲିଙ୍ଗ ବାଲୁଙ୍କେଶ୍ୱରଙ୍କ ସହିତ ବାେ‚ଶ୍ୱର ବିରାଜିତ  । ଦ୍ୱାରଦେଶର ଉତ୍ତରପାଶ୍ୱର୍ରେ ପାବର୍ତୀ ବିରାଜିତା  । ମନ୍ଦିର ସମ୍ମୁଖରେ ବୃଷଭ ଉତ୍ତରପାଶ୍ୱର୍ରେ  ପାର୍ବତୀ, ପଶ୍ଚିମ ପାଶ୍ୱର୍ରେ ଭୈରବ ଓ ଦକ୍ଷିଣପାଶ୍ୱର୍ରେ ଗଣେଶ ପାଶ୍ୱର୍ଦେବତା ଭାବରେ ପୂଜା ପାଉଛନ୍ତି  । ବ୍ୟତିକ୍ରମ ହେଉଛି, ଏହି ଶିବମନ୍ଦିରରେ କାର୍ତ୍ତିକେୟଙ୍କ ପରିବର୍ତ୍ତେ ଭୈରବ ହେଉଛନ୍ତି ପାଶ୍ୱର୍ଦେବତା  । ମୁଖ୍ୟ ମନ୍ଦିର ସମ୍ମୁଖରେ ପ୍ରାଚୀନ ଯଜ୍ଞମଣ୍ଡପ ଅବସ୍ଥିତ  । ମନ୍ଦିରର ଉଭୟ ପାଶ୍ୱର୍ରେ ସ୍ୱତନ୍ତ୍ର ମନ୍ଦିରରେ ଦେବୀ ପାର୍ବତୀ, ଅନ୍ୟ ମନ୍ଦିରରେ ଲକ୍ଷ୍ମୀ ନାରାୟଣ, ଏକ ମନ୍ଦିରରେ ରାଧାକୃଷ୍ଣ ତଥା ଦକ୍ଷିଣ ପାଶ୍ୱର୍ ମନ୍ଦିରରେ ଶ୍ରୀରାମ ଲକ୍ଷ୍ମଣ ହନୁମାନ ଓ ମାଆ ସୀତା ପୂଜା ପାଉଛନ୍ତି  । ଯଜ୍ଞ ମଣ୍ଡପର ପଶ୍ଚିମପାଶ୍ୱର୍ରେ ବିଶାଳ ହନୁମାନ ମୂର୍ତ୍ତି ପରିସରରେ ତୁଳସୀ ଚଉରା ବିଦ୍ୟମାନ  । ଶ୍ରୀରାମ ମନ୍ଦିରର ଉଚ୍ଚତା ପାଇଁ ଚାଳିଶଫୁଟ ଓ ଅନ୍ୟାନ୍ୟ ମନ୍ଦିର କ୍ଷୁଦ୍ର କ୍ଷୁଦ୍ର  । ପୂର୍ବ ଦିଗରେ ଅନତି ଦୂରରେ ତାରିଣୀ ମନ୍ଦିର ରହିଛି  ।  ବିଲ୍ୱ ନାରିକେଳ ସମାବୃତ୍ତ ଏହି ପୀଠ ଆମ ଗ୍ରାମର ମୁଖ୍ୟ ଦେବସ୍ଥଳୀ  । ପୀଠର ପଶ୍ଚିମପାଶ୍ୱର୍ରେ ପ୍ରବେଶ ଦ୍ୱାରରେ ଦୁଇଟି ବୃଷଭ ଶାୟିତ  । ପ୍ରବେଶ ଦ୍ୱାରା  ନିକଟରେ ଭୈରବକୂଅ ଓ ଅନ୍ୟ କୂଅଟି ପୀଠର ଐଶାନ୍ୟ କୋଣରେ ଅବସ୍ଥିତ  । ପୀଠ ମଧ୍ୟକୁ ପ୍ରବେଶ କଲେ ମନ ଓ ପ୍ରାଣ ଭକ୍ତିପ୍ଲୁତ ହୋଇଯାଏ  । 
ଗଙ୍ଗା ସଦୃଶା ବ୍ରାହ୍ମଣୀନଦୀ ଓ ଯମୁନାସ୍ୱରୂପା ରାମିଆଳ ମନ୍ଦିର ସଙ୍ଗମ ସ୍ଥାନରେ ମାର୍ଥାପୁର ଶାସନ ପ୍ରଥମେ ଅବସ୍ଥିତ ଥିଲା  । ପ୍ରଳୟଙ୍କରୀ ବନ୍ୟାରେ ଗ୍ରାମଟି ପ୍ରଥମେ ବ୍ରାହ୍ମଣୀ ଦେବୀଙ୍କ ପୂର୍ବପାଶ୍ୱର୍କୁ ଉଠି ଆସିଥିଲା ଏବଂ ୧୮୬୮ ମସିହାର ପ୍ରଳୟଙ୍କରୀ ବନ୍ୟାରେ ରାମିଆଳ ନଦୀର ଗୋଟିଏ ଶାଖା ସାହାଡ଼ଘାଇ ନାମ ଧରି ଗ୍ରାମ ଶେଷ ଭାଗରେ ପ୍ରବାହିତ ହେବାରୁ ଗ୍ରାମଟି ଦୁଇ କିଲୋମିଟର ପଶ୍ଚିମଦିଗସ୍ଥ ଗୋଟିଏ ରଗଡ଼ାସ୍ଥଳୀକୁ ଉଠିଆସିଛି  । ବ୍ରାହ୍ମଣୀ ନଦୀର ବାଲୁକା ରାଶିରୁ ଶିବଲିଙ୍ଗ ଆବିର୍ଭାବ ହୋଇଥିବାରୁ ଠାକୁରଙ୍କ ନାମ ଶ୍ରୀ ବାଲୁଙ୍କେଶ୍ୱର ମହାଦେବ  । ପ୍ରାଚନୀ ବାଲୁଙ୍କେଶ୍ୱର ମନ୍ଦିର ଭାଙ୍ଗିଯିବାରୁ ନାଗା ସନ୍ନ୍ୟାସୀ ଭୈରବ ଦାସ ମହାରାଜଙ୍କ ତତ୍ତ୍ୱାବଧାନରେ ଶାସନ ମହାଜନମାନେ ନୂତନ ମନ୍ଦିରଟିକୁ ପଞ୍ଚରଥ ଶୈଳୀରେ ପ୍ରାୟ ଏକ ଶହ ବର୍ଷ ତଳେ ନିର୍ମାଣ କରିଛନ୍ତି  । ଗର୍ଭଗୃହରେ ଶ୍ରୀ ବାଲୁଙ୍କେଶ୍ୱର ଓ ଶ୍ରୀବାେ‚ଶ୍ୱରଙ୍କ ଶିବଲିଙ୍ଗ ବିରାଜିତ  । ଗ୍ରାମର ପଣ୍ଡିତ ବଳଭଦ୍ର ପାଟଯୋଶୀଙ୍କ ମନବା‚ା ପୂରଣ କରି ବାେ‚ଶ୍ୱର ପରବର୍ତ୍ତୀ କାଳରେ ଆବିର୍ଭାବ ହୋଇଥିଲେ  । ମନ୍ଦିର ସମ୍ମୁଖରେ ବିରାଜିତା ପାର୍ବତୀ ଦେବୀ ସମ୍ମୁଖସ୍ଥ ଏକ ନିମ ଗଛରୁ ଆବିର୍ଭାବ ହୋଇଥିଲେ  । ଅନ୍ୟ ଗୋଟିଏ ପାର୍ବତୀ ମୂର୍ତ୍ତି ସ୍ୱତନ୍ତ୍ର ମନ୍ଦିରରେ ପୂଜିତ  । ସେହି ମନ୍ଦିରଟି କବିରାଜ ମହାଦେବ ମିଶ୍ରଙ୍କ ଦ୍ୱାରା ନିର୍ମିତ   । ଶ୍ରୀରାମ ମନ୍ଦରଟି ବ୍ରହ୍ମଚାରୀ ପରମାନନ୍ଦ ମିଶ୍ର ସର୍ବସାଧାରଣଙ୍କ  ଭିକ୍ଷାରେ ନିର୍ମାଣ କରିଛନ୍ତି  । ଲକ୍ଷ୍ମୀ ନାରାୟଣ ମନ୍ଦିରଟି ଧର୍ମପ୍ରାଣା ଚିତ୍ରକଳା ଦିବ୍ୟାଙ୍କ ଦ୍ୱାରା ନିର୍ମିତ  । ନିକଟରେ ମନ୍ଦିର ପରିସରରେ ସଞ୍ଜୟ କୁମାର ମିଶ୍ର ରାଧାକୃଷ୍ଣ ମନ୍ଦିରଟି ନିର୍ମାଣ କରିଛନ୍ତି  । ତାରିଣୀ ମନ୍ଦରଟି ଭିକାରୀ ମିଶ୍ରଙ୍କ ଦ୍ୱାରା ନିର୍ମିତ  । ପୀଠଟିରେ ଶୈବ, ଶାକ୍ତ, ବୈଷ୍ଣବ ଓ ଗାଣପତ୍ୟ ଭାବଧାରାର ମହାମିଳନ ଘଟିଛି  । ମନ୍ଦିରର ପାଶ୍ୱର୍ଦେବତା ଭାବରେ କାର୍ତ୍ତିକେୟଙ୍କ ପରିବର୍ତ୍ତେ ପଶ୍ଚିମପାଶ୍ୱର୍ରେ ଭୈରବ ଅବସ୍ଥିତ ଥିବାରୁ ପ୍ରମାଣିତ ହୁଏ  ଅଷ୍ଟମ, ନବମ ଶତାବ୍ଦୀର ଏହା ଗୋଟିଏ ପ୍ରାଚୀନ ପୀଠ  । ଲୋକ ବିଶ୍ୱାସରେ ବାଲୁଙ୍କେଶ୍ୱର ପ୍ରତ୍ୟକ୍ଷ ଫଳଦାତା  । ତାଙ୍କ ପାଖରେ ଅଧିଆ ପଡି ବହୁ  ଭକ୍ତଙ୍କର ମନସ୍କାମନା ପୂରଣ ହୋଇଛି  । ଶ୍ରୀ ବାଲୁଙ୍କେଶ୍ୱର ପୀଠରେ ଇନ୍ଦ୍ରବାରୁଣୀ ଯଜ୍ଞ କଲେ ନିଶ୍ଚିତ ଭାବରେ ବର୍ଷା ହୋଇଥାଏ  ।  ଏକ କଳ୍ପଦ୍ରୁମ ସଦୃଶ ବାଲୁଙ୍କେଶ୍ୱର ହଜାର ହଜାର ଭକ୍ତଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି ଆକର୍ଷଣ କରି ଆସିଛନ୍ତି  । 
ଢେଙ୍କାନାଳ ରାଜା ନୃସିଂହ ଭ୍ରମରବର ବାଲୁଙ୍କେଶ୍ୱରଙ୍କ ସେବା ପୂଜା ନିମିତ୍ତ ୩୬୫ ଏକର ଜମି  ଖଞ୍ଜା କରିଥିଲେ  ।  କାଳର ବରାଳ ଗତିରେ ଦୁଇ ଦୁଇ ଥର ପ୍ରଳୟଙ୍କରୀ ବନ୍ୟାରେ ଏହି ଜମି ବାଲିସ୍ତୂପରେ ପରିଣତ ହୋଇଗଲା  । ଆମ ଗ୍ରାମବାସୀ ଏହାପରେ ଠାକୁରଙ୍କ ସେବା ପୂଜା ଚାନ୍ଦାଭେଦାରେ ନିର୍ବାହ କଲେ  ।  ସୁଖର କଥା, ସେହି ବାଲିସ୍ତୂପ ସଂପ୍ରତି ବାଲିଖାଦାନ ଭାବରେ ସ୍ଥାନୀୟ ତହସିଲଦାରଙ୍କ ଦ୍ୱାରା ନିର୍ବାହ ହୋଇଛି  । ୧୮୯୧ ମସିହା ଠାରୁ ଢେଙ୍କାନାଳ ଦେବୋତ୍ତର ବିଭାଗ ଶ୍ରୀବାଲୁଙ୍କେଶ୍ୱରଙ୍କ ସେବା ପୂଜା ଜଣେ ଜମାଦାର ଓ ଦୁଇଜଣ ମାଳି ନିଯୁ୍କ୍ତ କଲେ  । ଠାକୁରଙ୍କ ସ୍ୱଳ୍ପ ଜମିରୁ ଆୟ ସୀମିତ ଥିବାରୁ ମାଳିମାନେ  ଘର ଘର ବୁଲି ଚାଉଳ ସଂଗ୍ରହ କରି ଠାକୁରଙ୍କ ସେବା ପୂଜା ନିର୍ବାହ କରୁଥିଲେ  । ବର୍ତ୍ତମାନ ଦେବୋତ୍ତର ବିଭାଗ ଗୋଟିଏ କମିଟି ଗଠନ କରିଛନ୍ତି  । ଠାକୁରଙ୍କ ସେବା ପୂଜା ଏହି କମିଟି  ଅଧ୍ୟକ୍ଷଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରହିଛି  । ମାଳୀ ପୂଜକ ପରିବର୍ତ୍ତେ ବ୍ରାହ୍ମଣ ପୂଜକ ନିଯୁକ୍ତ ହୋଇଛନ୍ତି  । ପରିଚାଳନା କମିଟି ମାଧ୍ୟମରେ ମନ୍ଦିରର ବହୁ ଉନ୍ନତିକର କାର୍ଯ୍ୟ ହୋଇଛି  । ମନ୍ଦିରରେ ବହୁ ବିବାହ, ବ୍ରତ, ନିର୍ବନ୍ଧ ଓ ରୁଦ୍ରାଭିଷେକ ପ୍ରଭୃତ ହେଉଛି  । ଏସବୁ କାର୍ଯ୍ୟ ନିମିତ୍ତ  ମଣ୍ଡପ ନିର୍ମାଣ ହୋଇଛି  । ତେଣୁ ମନ୍ଦିରର ଆୟ ବୃଦ୍ଧି ଘଟିଛି  । ସର୍ବସାଧାରଣଙ୍କ ଚାନ୍ଦାଭେଦାରେ ଆଉ ନିର୍ଭର କରିବାକୁ ପଡୁନାହିଁ  । ଶ୍ରୀ ବାଲୁଙ୍କେଶ୍ୱରଙ୍କ ମନ୍ଦିର ସମେତ ପୀଠ ସ୍ଥିତ ପ୍ରତ୍ୟେକ ମନ୍ଦିରର ସେବା ପୂଜା ଏହି କମିଟି ଉପରେ ନ୍ୟସ୍ତ  । ପ୍ରତ୍ୟେହ ତିନିଧୂପ ପାଞ୍ଚ ଅବକାଶ ରୀତିରେ ପୀଠରେ ପୂଜାର୍ଚ୍ଚନା ଚାଲିଛି  । ଏହି ପୀଠଟି ବ୍ରାହ୍ମଣୀ ଅବବାହିକାର ଏକ ପ୍ରାଚୀନ ପୀଠ ହୋଇଥିବାରୁ  ଅଞ୍ଚଳବାସୀ ମନ୍ଦିରକୁ ବହୁ ସଂଖ୍ୟାରେ ଦର୍ଶନ କରିବାକୁ ଆସନ୍ତି  । ସଂପ୍ରତି ପ୍ରତି ଗ୍ରାମରେ ଶିବ ମନ୍ଦିର ନିର୍ମାଣ ହେଲେ ହେଁ ବାଲୁଙ୍କେଶ୍ୱରଙ୍କ ମହିମାରୁ ବହୁ ଦର୍ଶନାର୍ଥୀ ଆସୁଛନ୍ତି  । ଢେଙ୍କାନାଳ ସଦରଠାରୁ ଏହି ପୀଠର ଦୂରତା ୪୫ କି.ମି. , କାମାକ୍ଷାନଗର ଠାରୁ ଦୂରତା ୨୫ କି.ମି ଓ ଭୁବନ ଠାରୁ ଦୂରତା ୨୫ କି.ମି. ତଥା ପ୍ରତ୍ୟେକ ସ୍ଥାନରୁ ମାର୍ଥାପୁରକୁ ବସ୍ ସଂଯୋଗ ରହିଛି  । ତେଣୁ ବସ୍ ଓ କାର ଯୋଗେ ବହୁ ଭକ୍ତ ଓ ଦର୍ଶନାର୍ଥୀ ପୀଠକୁ ଆସୁଛନ୍ତି  ।  
ପୀଠର ନିତ୍ୟନୈମିତ୍ତିକ ସେବା ପୂଜା ସହିତ କେତେକ ଯାନିଯାତ୍ରା ଓ ପର୍ବପର୍ବାଣି ଅନୁଷ୍ଠିତ ହୁଏ  । ପାଳିତ ପର୍ବପର୍ବାଣି ମଧ୍ୟରେ ମହାଶିବରାତ୍ରି, ଦୋଳପୂର୍ଣ୍ଣମୀ, ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ଶ୍ରୀରାମନବମୀ, ଶିବ ବିବାହ, ଦେବୀ ପର୍ବ, କାର୍ତ୍ତିକ ପର୍ବ, ବଡଓଷା, ରାସଯାତ୍ରା ଓ ପୁଷ୍ୟାଭିଷେକ ତଥା ମକର ସଂକ୍ରାନ୍ତି ପ୍ରଭୃତି ଅନ୍ୟତମ  । ମହାଶିବରାତ୍ରିର ମହାନିଶାରେ ପ୍ରଥମେ ଶିବଲିଙ୍ଗ ଆବିର୍ଭାବ ହୋଇଥିଲେ  । ତେଣୁ ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିରରେ ମହାଶିବରାତ୍ରି ମହାସମାରୋହରେ ପାଳନ କରାଯାଏ  । ଏହିଦିନ ସନ୍ଧ୍ୟା ସମୟରୁ ସ୍ତ୍ରୀ ଲୋକମାନେ ମନ୍ଦିର ସମ୍ମୁଖ ଓ ପାଶ୍ୱର୍ରେ ତଥା ଯଜ୍ଞ ମଣ୍ଡପରେ ଦୀପଜାଳି ଉଜାଗର ରହନ୍ତି  । ମନ୍ଦିର ପୀଠ ଆଲୋକମାଳାରେ ବିଭୂଷିତ ହୋଇଥାଏ  । ପୁରୋଧା ଓ ଆଚାର୍ଯ୍ୟଗଣ ଠାକୁରଙ୍କର ବିଶେଷ ପୂଜାର୍ଚ୍ଚନା ସନ୍ଧ୍ୟା ସମୟରୁ ଆରମ୍ଭ କରନ୍ତି  । ବୈଦିକ ବିଧିରେ ଚାରିପ୍ରହର ନିମିତ୍ତ ଶ୍ରୀ ବାଲୁଙ୍କେଶ୍ୱର ଓ ଶ୍ରୀ ବାେ‚ଶ୍ୱରଙ୍କୁ ଚାରିଥର କ୍ଷୀର, ଦଧି, ମଧୁ ଓ ଘୃତରେ ସ୍ନାନ କରାଯାଇ ରୁଦ୍ରାଭିଷେକ ହୁଏ  । ଯଜୁର୍ବେଦୀୟ ଶତରୁଦ୍ର ମନ୍ତ୍ରରେ ଅଭିଷେକ ହେବା ପରେ ହରିହର ଭେଟ କରାଯାଇ ମହାଦୀପ ମନ୍ଦିର ଉପରକୁ ଉଠିଥାଏ  । ମହାଦୀପ ମନ୍ଦିର ଉପରକୁ ଉଠିଲା ବେଳେ ହର ହର ମହାଦେବ, ନମଃ ଶିବାୟ, ହରିବୋଲ ଓ ହୁଳହୁଳି ଧ୍ୱନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୁଏ  । ମହାଦୀପ ଦର୍ଶନ କରି ଭକ୍ତଗଣ କୃତ୍ୱ କୃତ୍ୱ  ହୁଅନ୍ତି  । ଦୋଳପୂର୍ଣ୍ଣମୀରେ ଫଗୁ ଦଶମୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ରାଧାକୃଷ୍ଣ ଚାଚେରୀ ବୁଲନ୍ତି  । ରାଧାକୃଷ୍ଣଙ୍କ ବିମାନ ବାଲୁଙ୍କେଶ୍ୱର ମନ୍ଦିରରୁ ବାହାରିଥାଏ ଓ ଦୋଳମଣ୍ଡପ ପର୍ଯ୍ୟନ୍ତ ଚାଚେରୀ ଯାଏ  । ଦୋଳପୂର୍ଣ୍ଣମୀ ସନ୍ଧ୍ୟାରୁ ଗଉଡବାଡ, ସଂକୀର୍ତ୍ତନ, ବାଜା ଓ ବ୍ୟାଣ୍ଡ ପାର୍ଟି ସହ ଠାକୁରଙ୍କ ବିମାନ ବାଲୁଙ୍କେଶ୍ୱର ମନ୍ଦିରରୁ ବାହାରେ ଓ ଗ୍ରାମ ପରିକ୍ରମା କରି ରାତ୍ରି ପ୍ରାୟ ଦୁଇଟା ବେଳକୁ ଗ୍ରାମର ପଶ୍ଚିମପାଶ୍ୱର୍ରେ ଥିବା ଦୋଳମଣ୍ଡପରେ ପହଞ୍ଚେ  । ସେଠାରେ ପାଞ୍ଜିପାଠ ଓ ଅନ୍ୟାନ୍ୟ ପୂଜାର୍ଚ୍ଚନା ପରେ ତତ୍ପରଦିନ ବିମାନ ପ୍ରତ୍ୟାବର୍ତ୍ତନ ସହିତ ହୋଲିଖେଳ ହୁଏ  । ଠାକୁର ପ୍ରାୟ  ଅପରାହ୍ନ ୨ଟା ବେଳକୁ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ପହଞ୍ଚôବା ପରେ ସଭିଁଏ ଗାଧୋଇବାକୁ ଯାଆନ୍ତି  । ସ୍ନାନପରେ ନାଗସ୍ନାନ କରାଯାଇ ରାଧାକୃଷ୍ଣଙ୍କୁ ମନ୍ଦିରକୁ ନିଆଯାଏ  ।  ମହାବିଷୁବ ସଂକ୍ରାନ୍ତିରେ ଗ୍ରାମର ମଙ୍ଗଳ ନିମିିତ୍ତ ବାଲୁଙ୍କେଶ୍ୱରଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇ ଅଖଣ୍ଡ ଜଳଧାରୀ ପ୍ରଦାନ କରାଯାଏ  । ଏହି ଦିନ ହନୁମାନ ଜୟନ୍ତୀ ମଧ୍ୟ ପାଳନ କରାଯାଇ ହନୁମାନଙ୍କର ବିଶେଷ ପୂଜାର୍ଚ୍ଚନା ଓ ହନୁମାନ ଚାଳିଶା, ସଙ୍କଟମୋଚନ ହନୁମାନ ସ୍ତୋତ୍ର ତଥା ବଜରଙ୍ଗବାଣ ପ୍ରଭୃତି ପାଠ କରାଯାଏ  । ଶ୍ରୀରାମନବମୀରେ ରାମଜନ୍ମୋତ୍ସବ ପାଳନ କରାଯାଇ ହୋମ, ପୂଜାର୍ଚ୍ଚନା ଓ ଶ୍ରୀରାମଚରିତ ମାନସ ପାଠ କରାଯାଏ  । ଶିବ ବିବାହରେ ପାରମ୍ପରିକ ରୀତିରେ ଶିବପାର୍ବତୀଙ୍କର ବିବାହୋତ୍ସବ ସମାରୋହରେ  ଅନୁଷ୍ଠିତ ହୁଏ  । ଦେବୀ ପର୍ବରେ ଦ୍ୱିତୀୟ ଓଷାଠାରୁ ଦଶହରା ପର୍ଯ୍ୟନ୍ତ ପାର୍ବତୀଙ୍କର ବିଶେଷ ପୂଜାର୍ଚ୍ଚନା ହୁଏ ଓ ବିଭିନ୍ନ ବେଶରେ ବିଭୂଷିତ କରାଯାଏ  । କାର୍ତ୍ତିକ ମାସ ସାରା ବାଲୁଙ୍କେଶ୍ୱର ମନ୍ଦିରରେ ଭକ୍ତଙ୍କର ଭିଡ଼ ଲାଗିରହେ  । ବିଶେଷତଃ ପ୍ରତି ସୋମବାର ବହୁ ଭକ୍ତଙ୍କର ସମାଗମ ହୁଏ  ।  ଅଁଳାନବମୀରେ ହବିଷ୍ୟାଳୀ ଗଣ ଅଁଳାମୂଳେ ପ୍ରସାଦ ସେବନ କରାଇଥାଆନ୍ତି  । ପଞ୍ଚକ ପାଞ୍ଚଦିନ ମନ୍ଦିରରେ ଯାତ୍ରୀ ଲାଗି ରହେ  । ବଡଓଷା ଦିନ ଅଟକାଳି ଭୋଗ ହୁଏ  । କାର୍ତ୍ତିକ ପୂର୍ଣ୍ଣମୀର ପ୍ରତୁ୍ୟଷରୁ ଶହ ଶହ ଭକ୍ତ ସ୍ଥାନାନ୍ତେ ଦର୍ଶନ କରିବାକୁ ଆସନ୍ତି  । କୀର୍ତ୍ତନଦଳ ମଧ୍ୟ ମନ୍ଦିର ପରିକ୍ରମା କରନ୍ତି  । ଏହିଦିନ ପୀଠ ନିକଟରେ ବହୁ ଦୋକାନୀ ଆସି ବସନ୍ତି  । ସନ୍ଧ୍ୟା ପର୍ଯ୍ୟନ୍ତ ଯାତ୍ରା ଓ ମେଳା ଲାଗିରହେ  । ପୁଷ୍ୟାଭିଷେକରେ ଠାକୁରଙ୍କ ଅଭିଷେକ ହୁଏ  । ଧନୁ ସଂକ୍ରାନ୍ତିରେ ଠାକୁରଙ୍କ ନିକଟରେ ଧନୁମୁଆଁ ଓ ଉଖୁଡା ଭୋଗ ହୋଇ ଗାଁରେ ବଣ୍ଟାଯାଏ  ।  ମକର ସଂକ୍ରାନ୍ତିରେ ଠାକୁରଙ୍କ ଅଭିଷେକ ହୋଇ ମକର ଚାଉଳ ଭୋଗ ହୋଇ ଗାଁରେ ବଣ୍ଟାଯାଏ  । ମକର ସଂକ୍ରାନ୍ତିରେ ଠାକୁରଙ୍କ ଅଭିଷେକ ହୋଇ ମକର ଚାଉଳ ଭୋଗ ଲାଗେ  । ଅଗ୍ନି ପୂର୍ଣ୍ଣିମାରେ ପୀଠ ପରିସର ପାଳନଡା ପ୍ରଭୃତି ଏକତ୍ର କରାଯାଇ ସନ୍ଧ୍ୟାରେ ଅଗ୍ନିଉତ୍ସବ ପାଳନ କରାଯାଏ  । ଏତଦ୍ଭିନ୍ନ ପ୍ରତି ଚତୁର୍ଦ୍ଦଶୀରେ ବେଢା ପରିକ୍ରମା କରାଯାଏ  । ଏହିସବୁ ଉତ୍ସବ ସହିତ ବିଭିନ୍ନ ସମୟରେ ମଧ୍ୟ ବାଲୁଙ୍କେଶ୍ୱର ମନ୍ଦିରରେ ବିଶେଷ ଉତ୍ସବ ଅନୁଷ୍ଠିତ ହୋଇଥାଏ  । ଲକ୍ଷ୍ମୀନାରାୟଣ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ତାରିଣୀ ମନ୍ଦିରରେ ମଧ୍ୟ ବିଭିନ୍ନ ଉତ୍ସବ ଅନୁଷ୍ଠିତ ହୋଇଥାଏ  । ପ୍ରତିବର୍ଷ ଯଜ୍ଞ ମଣ୍ଡପରେ ମଧ୍ୟ ଯଜ୍ଞାନୁଷ୍ଠାନ ହୁଏ  । ବର୍ଷସାରା ବାଲୁଙ୍କେଶ୍ୱର ମନ୍ଦିରରେ ପର୍ବପର୍ବାଣି ଯାନିଯାତ୍ରା ଓ ଉତ୍ସବ ଲାଗିରହେ  ।
ଶ୍ରୀ ବାଲୁଙ୍କେଶ୍ୱର ହେଉଛନ୍ତି ମାର୍ଥାପୁର ଶାସନର ଇଷ୍ଟଦେବତା  । ଷଷ୍ଠ ଶତାବ୍ଦୀରୁ ବ୍ରାହ୍ମଣୀ ଅବବାହିକାରେ ପ୍ରଥମେ ବଜ୍ରକୋଟର ରିଙ୍ଗେଶ୍ୱର ମନ୍ଦିର ପ୍ରତିଷ୍ଠିତ  । ଏହାପରେ  ସପ୍ତମ ଶତାବ୍ଦୀରେ କୁଆଁଳୋର ଅଷ୍ଟଶମ୍ଭୁପୀଠ, ନବମ ଶତାବ୍ଦୀରେ ମାର୍ଥାପୁରରେ ବାଲୁଙ୍କେଶ୍ୱର, ଦ୍ୱାଦଶ ଶତାବ୍ଦୀରେ ନାଗନାର ନାଗନାଥେଶ୍ୱର, ଷୋଡଶ ଶତାବ୍ଦୀରେ ଏକ ଘରିଆର କନକେଶ୍ୱର, ଭୁବନର ବୃଦେ୍ଧଶ୍ୱର, ଦୋ÷ଡେଶ୍ୱର ପ୍ରଭୃତି ପ୍ରତିଷ୍ଠିତ ହୋଇ ଶୈବ ସଂସ୍କୃତିର ଉତ୍ତରୋତ୍ତର ବିକାଶ ଘଟିଥିଲା  । ପରବର୍ତ୍ତୀ କାଳରେ ଏହି ଅଞ୍ଚଳରେ ବହୁ ଶିବ ମନ୍ଦିର ପ୍ରତିଷ୍ଠିତ ହୋଇଛି  । ତନ୍ମଧ୍ୟରୁ ମାର୍ଥାପୁର ଶାସନରେ ବାଲୁଙ୍କେଶ୍ୱର ପୀଠ ବୈଦିକ, ଶୈବ, ଶାକ୍ତ, ବୈଷ୍ଣବ ଓ ଗାଣପତ୍ୟ ଉପାସନାର ସମନ୍ୱୟାତ୍ମକ ପୀଠ  ।  ରମଣୀୟ ଶୋଭା ଓ ସମନ୍ୱୟ ବିଭା ବିମଣ୍ଡିତ ଏହି ପ୍ରାଚୀନ ପୀଠ ଓଡ଼ିଶାରେ ସାଂସ୍କୃତିକ ଇତିହାସରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦାରେ ଅଧିଷ୍ଠିତ  । ଦୀର୍ଘ ବାରଶହ ବର୍ଷ ଧରି ପ୍ରଭୁ ବାଲୁଙ୍କେଶ୍ୱର ଅଗଣିତ ଭକ୍ତଙ୍କର ଆରାଧ୍ୟ ରୂପେ ଏହି ପୀଠରେ ପୂଜା ପାଉଛନ୍ତି  । 
ନମାମି ବାଲୁଙ୍କେଶ୍ୱରଂ ମାର୍ଥାପୁର ଅଧୀଶ୍ୱରଂ
ଚନ୍ଦ୍ରଚୂଡ ଶୂଳଧରଂ ପ୍ରଣମାନି ଶ୍ରୀପୟରଂ   ।୧ ।
ତି୍ରଲୋଚନ ଗଙ୍ଗାଧରଂ ପାର୍ବଦୀଶଂ ସୁରବରଂ
ଜାମଦେବ ଭୂତେଶ୍ୱରଂ ପ୍ରଣମାମି ଶ୍ରୀପୟରଂ  ।୨ । ।
ନମୋଶଶାଙ୍ଖ ଶେଖରଂ  ପଞ୍ଚାନନ ଜଟାଧରଂ
ମହାଦେବ ମହେଶ୍ୱରଂ ପ୍ରଣମାମି ଶ୍ରୀପୟରଂ  ।୩ ।
ମହାକାଳଂ ନିର୍ବକାରଂ ମୁଣ୍ଡମାଳଂ ଚର୍ମାମ୍ବରଂ
ଭସ୍ମଲେପନ ଶରୀରଂ ପ୍ରଣମାମି ଶ୍ରୀପାୟରଂ  ।୪ ।
ବିଶ୍ୱନାଥ ବେଦସାରଂ ନୀଳକଣ୍ଠ ଯୋଗେଶ୍ୱରଂ
ମୃତୁ୍ୟଞ୍ଜୟଂ ଦିଗମ୍ବରଂ ପ୍ରଣମାମି ଶ୍ରୀଦୟରଂ  ।୫ । ।

(ଗତ୨.୬.୨୪ ତାରିଖରେ ଜୀବନାନୁଭୂତି-୩୬ ପ୍ରକାଶ ପାଇଯାଇଥିବାରୁ ଆସନ୍ତା ରବିବାର ଦିନ ଜୀବନାନୁଭୂତି-୩୭ ପ୍ରକାଶିତ ହେବ)
ଆନନ୍ଦ ନଗର, କାଠଗଡା
ଢେଙ୍କାନାଳ, ମୋ-୮୮୯୫୨୩୦୭୨୨