ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ

 କେନ୍ଦ୍ରାପଡା  : ଆସନ୍ତା ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା ସୁସ୍ଥ ନାରୀ -ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସଫଳ କରିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପ୍ରସ୍ତୁତି କରାଯାଉଛି ଜ୍ଝ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ  ଅନ୍ୟ ମାନଙ୍କ ମଧ୍ୟରେଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା,ଜିଲ୍ଲା ମୁଖ୍ୟ ଚିକିସôା ଓÿ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ମନୋରଞ୍ଜନ ରାଉତ, ଏ ଡି ଏମ ଓÿ ମେଡିକାଲ ଡ. ପି. କେ. ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ସଚ୍ଚିଦାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ଏହି ଅଭିଯାନ ଜିଲ୍ଲାର ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ ଉପକେନ୍ଦ୍ର , ଗ୍ରାମାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ,ସହରାଞ୍ଚଳ  ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର- କେନ୍ଦ୍ରାପଡ଼ା ଓÿ ପଟ୍ଟାମୁଣ୍ଡାଇ, ସବ ଡିଭିଜନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପଟ୍ଟାମୁଣ୍ଡାଇ, ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓÿ ଜିଲ୍ଲା ମୁଖ୍ୟ ଚିକିସôାଳୟ କେନ୍ଦ୍ରାପଡ଼ା ରେ ଶିଶୁ କନ୍ୟାଠାରୁ ଆରମ୍ଭ କରି ସମସ୍ତ ମହିଳା ଯେକୌଣସି ବୟସ ନିର୍ବିଶେଷରେ ଏହି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ସେମାନଙ୍କର ଅଣ ସଂକ୍ରାମକ ରୋଗର ପରୀକ୍ଷା, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ମାଧ୍ୟମରେ ଚିକିସôାସେବା, ରକ୍ତହୀନତାର ପରୀକ୍ଷା, କୁଷ୍ଠ ଓÿ ଯକ୍ଷ୍ମା ଆଦି ରୋଗର ପରୀକ୍ଷା ଓÿ ତା'ର ଚିକିସôା ରେ ସାମିଲ ହୋଇପାରିବେ  । ଏହି ଅଭିଯାନରେ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହେବ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜନସାଧାରଣ ମାନଙ୍କ ନିମନ୍ତେ ଅନୁରୋଧ କରାଯାଉଛି ସେମାନେ ଆସିବା ସମୟରେ ସେମାନଙ୍କର ଆଧାର କାର୍ଡ କିମ୍ବା ଆଭା ଆଇଡି ସାଙ୍ଗରେ ନେଇଆସିବେ । ଯାହାଫଳରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଳ୍ପ ସମୟ ମଧ୍ୟରେ ସେମାନଙ୍କୁ ପଞ୍ଜିକରଣ କରି ଆବଶ୍ୟକୀୟ ପରୀକ୍ଷା ଓÿ ଚିକିସôା କରାଯାଇପାରିବ । ଆଶା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଜନ ସାଧାରଣ ସହଯୋଗ କରି ସୁସ୍ଥ ନାରୀ - ସଶକ୍ତ ପରିବାର ଅଭିଯାନକୁ ସଫଳ କରିବେ ।