୭୦ ୟୁନିଟ୍ ରକ୍ତ ସଂଗୃହୀତ

 ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ସୂର୍ଯ୍ୟାଲୋକ ଫାଉଣ୍ଡେସନ ଓ ଛାୟା ଟ୍ରେଡର୍ସ ମିଳିତ ଆନୁକୂଲ୍ୟରେ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଓଡାପଡା ବ୍ଲକ୍ ଅନ୍ତର୍ଗତ ନରେନ୍ଦ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୭୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଶିବିରରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଭାତ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ସୁପଟ୍ଟା ସରପଞ୍ଚ ଅଳିତା ନାୟକ, କଣ୍ଟାବଣିଆଁ ଭାରପ୍ରାପ୍ତ ଅଧିକାରୀ ତୁଳସୀ ରୂୟାଁ, ଉପନିରୀକ୍ଷକ ଏନ୍ଖାନ୍, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ମୁଖ୍ୟ ସୌରଭ କୁମାର, ଧର୍ମାନନ୍ଦ ସେନାପତି, ପର୍ବତ ଆରୋହିଣୀ ବିଭାରାଣୀ ପାତ୍ର ପ୍ରମୁଖ ଯୋଗ ଦେଇଥିବାବେଳେ ସୂର୍ଯ୍ୟାଲୋକ ଫାଉଣ୍ଡେସନର ଅଧ୍ୟକ୍ଷ ଦୀପକ କୁମାର ମିଶ୍ର, କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶିକା ସ୍ମିତା ପ୍ରିୟଦର୍ଶିନୀ ଷଡଙ୍ଗୀ ଓ ନିଦେ୍ର୍ଦଶିକା ଓ ଶୁଭଦର୍ଶିନୀ ପରିଜା ଏବଂ ଛାୟା ଟ୍ରେଜର୍ସର ମୁଖ୍ୟ ଚିତ୍ତରଞ୍ଜନ ନାଥ ପ୍ରମୁଖ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀପ୍ତିରଞ୍ଜ ନାଥ, ରାଜେଶ ପଣ୍ଡା, ଅକ୍ଷୟ ନାୟକ, ନିଶିକାନ୍ତ ମାଝୀ, ଅନିଲ୍ ଦାସ, ବିଜୟ ବରାଳ, ପ୍ରମୋଦ କୁମାର ନାୟକ ଓ ମାନସ ନାୟକ ପ୍ରମୁଖ ସହଯୋଗ କରିଥିଲେ । ରକ୍ତ ଭଣ୍ଡାର ପକ୍ଷରୁ ଡା. ସ୍ୱରୂପ ଭଞ୍ଜନ ସାହୁ, ବିନୋଦିନୀ ଯୋଗାଣିଆ, କାର୍ତ୍ତିକ ପଣ୍ଡା, ଆଟେ କାଣ୍ଟ୍ ତପନ୍ ଜେନା ଓ ବାହାନ ଚାଳକ ଅଜୟ ସାଇଁ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।