ବି·ରାଧୀନ କଏଦୀଙ୍କ ଦୟନୀୟ ସ୍ଥିତି
ଦେଶରେ ଥିବା ଜେଲଗୁଡିକରେ ବ୍ୟାପକ ସଂସ୍କାର ତଥା କଏଦୀଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଏବଂ ସୁପ୍ରିମକୋର୍ଟ ବହୁବିଧ ସୁଧାରମୂଳକ ପଦକ୍ଷେପ ଗ୍ରହଣ କରିଥିବାବେଳେ କାରାଗାରଗୁଡିକରେ କଏଦୀଙ୍କ ସ୍ଥିତି ନେଇ ଦି ଇଣ୍ଡିଆ ଜଷ୍ଟିସ ରିପୋର୍ଟ ୨୦୨୫ରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା ଜେଲଗୁଡିକର ଦୟନୀୟ ଅବସ୍ଥାକୁ ପ୍ରଦର୍ଶିତ କରିଛି ବୋଲି କୁହାଯାଇପାରିବ । ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ଥିବା ମୋଟ ୧୩୦୨ଟି ଜେଲରେ ୪ଲକ୍ଷ ୩୬ହଜାର ରହିବା ପାଇଁ ବ୍ୟବସ୍ଥା ଥିବାବେଳେ ୨୦୨୨ ମସିହା ସୁଦ୍ଧା ୫ଲକ୍ଷ ୭୩ ହଜାରରୁ ଅଧିକ କଏଦୀ ବନ୍ଦୀ ଥିଲେ, ଯାହାକି ନିର୍ଦ୍ଧାରିତ ସଂଖ୍ୟାଠାରୁ ୧୩୧ ପ୍ରତିଶତ ଅଧିକ । ଇତି ମଧ୍ୟରେ କଏଦୀଙ୍କ ସଂଖ୍ୟା ଆହୁରି ଅଧିକ ବୃଦ୍ଧି ପାଇବା ଆଶଙ୍କାକୁ ଏଡାଇ ଦେଇ ହେଉନାହିଁ । ରିପୋର୍ଟରେ କୁହାଯାଇଛି ଯେ, ଅଧାରୁ ଅଧିକ କାରାଗାରଗୁଡିକରେ କ୍ଷମତା ଠାରୁ ଅଧିକ କଏଦୀ ଥିବାବେଳେ କେତେକରେ ୪ଗୁଣାରୁ ଅଧିକ କଏଦୀ ରହିଅଛନ୍ତି । ରାଜଧାନୀ ଦିଲ୍ଲୀରେ ଚର୍ଚ୍ଚିତ ତିହାର ଜେଲରେ କ୍ଷମତାଠାରୁ ୮ଗୁଣ ଅଧିକ ତଥା ୪୦୦ ପ୍ରତିଶତରୁ ଅଧିକ କଏଦୀ ରହିଥିବା ବେଳେ ୧୭୬ଟି କାରାଗାରରେ ଏବେ ଧାର୍ଯ୍ୟ ସଂଖ୍ୟା ଠାରୁ ୪ଗୁଣ ଅଧିକ ତଥା ୨୦୦ ପ୍ରତିଶତ କଏଦୀ ଅଧିକ ରହିଛନ୍ତି । ଏଥିରୁ କଏଦୀମାନେ କେତେ ସୁଖ ସ୍ୱାଚ୍ଛନ୍ଦ୍ୟରେ ବନ୍ଦୀ ଜୀବନଯାପନ କରୁଛନ୍ତି, ତାହା ସ୍ପଷ୍ଟ ଅନୁମେୟ । ରିପୋର୍ଟରେ ଆହୁରି କୁହାଯାଇଛି ଯେ, ବିଚାରାଧୀନ କଏଦୀମାନଙ୍କର ଦୀର୍ଘ ଅବସ୍ଥାନ ଯୋଗୁଁ କାରାଗାରଗୁଡିକରେ ଗହଳି ବଢିବାରେ ଲାଗିଛି । ଏପରିକି ମାମଲା ବିଚାର ହୋଇପାରୁନଥିବାରୁ ଦୀର୍ଘ ବର୍ଷ ବର୍ଷ ଧରି ବିଚାରାଧୀନମାନେ ଭାଗ୍ୟକୁ ଆଦରି ପଡିରହିଛନ୍ତି । କାରାଗାରଗୁଡିକର ଅବସ୍ଥା ଏପରି ହୋଇଛି ଯେ, ଅନ୍ତେବାସୀମାନେ ଭିଡ ବା ଗହଳି ଯୋଗୁଁ ଅଣ ନିଶ୍ୱାସୀ ହୋଇପଡିଲେଣି । ଆହୁରି ମଧ୍ୟ ଏନେଇ କାରାଗାର ସଂସ୍କାର କମିଟି ଯେଉଁ ରିପୋର୍ଟ ଦେଇଛି, ତାହା ମଧ୍ୟ ଚିନ୍ତାଜନକ । ରିପୋର୍ଟରେ କୁହାଯାଇଛି ଯେ, ଜେଲରେ ଗହଳି ଯୋଗୁଁ ୬୮ ପ୍ରତିଶତ କଏଦୀ ଭଲରେ ହୋଇପାରୁଥିବାବେଳେ ସ୍ଥାନାଭାବ ଯୋଗୁଁ ୩୨ପ୍ରତିଶତ କଏଦୀଙ୍କୁ ରାତ୍ରି ଅନିଦ୍ରା ହେବାକୁ ପଡୁଛି । ତେବେ ଏବେ ଜେଲଗୁଡିକରେ କଏଦୀଙ୍କ ସଂଖ୍ୟା ଯେପରି ବଢିଚାଲିଛି, ୨୦୩୦ ମସିହା ସୁଦ୍ଧା ସେମାନଙ୍କ ସଂଖ୍ୟା ୬ଲକ୍ଷ ୮୦ହଜାରକୁ ବୃଦ୍ଧି ପାଇବ । ଯାହାକି କାରାଗାରଗୁଡିକର ସାମର୍ଥ୍ୟ ୫ଲକ୍ଷ ୧୫ହଜାର ଠାରୁ ଢେର ଅଧିକ । ବ୍ୟାପକ ଜେଲ ସଂସ୍କାର ସତ୍ତ୍ୱେ କାରାଗାରଗୁଡିକରେ କେବଳ ସ୍ଥାନାଭାବ ନୁହେଁ, ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ସମେତ ବିଭିନ୍ନ ସମସ୍ୟା ଗୁରୁତର ହେବାରେ ଲାଗିଛି । ଏହା ହେଉଛି ମାନବିକ ଅଧିକାର ଜରୁରୀ ପରିସ୍ଥିତି । ଜେଲରେ ଦୀର୍ଘକାଳୀନ ବନ୍ଦୀ ହେବା ଯୋଗୁଁ କଏଦୀଙ୍କ ମଧ୍ୟରେ ମାନସିକ ରୋଗ ବଢିଚାଲିଛି । ଏକ ରିପୋର୍ଟ ଅନୁଯାୟୀ, ୨୦୧୨ ମସିହା ପରେ ମାନସିକ ରୋଗ ଦ୍ୱିଗୁଣିତ ହୋଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବିଚାରାଧୀନ କଏଦୀ । ଯେଉଁମାନଙ୍କ ଅପରାଧ ନିର୍ଦ୍ଧାରିତ ହୋଇନାହିଁ । ସେମାନେ ଏବେ ମାନସିକ ଯନ୍ତ୍ରଣାରେ ଜର୍ଜରିତ । ଗୋଟିଏ ପଟେ ଜେଲରେ ଅନ୍ତେବାସୀଙ୍କ ମଧ୍ୟରେ ମାନସିକ ରୋଗ ବଢିଚାଲିଥିବାବେଳେ ଅନ୍ୟପଟେ ଦେଶରେ ସମସ୍ତ କଏଦୀଙ୍କ ପାଇଁ ମାତ୍ର ୨୫ ଜଣ ମନୋଚକିିସôକ ଅଛନ୍ତି । ସେହିପରି ଜେଲରେ ଚିକିସôା ସମସ୍ୟା ମଧ୍ୟ କିଛି କମ୍ ନୁହେଁ । ଦେଶବ୍ୟାପୀ ୪୩ପ୍ରତିଶତରୁ ଅଧିକ ଡାକ୍ତର ପଦବୀ ଖାଲି ପଡିଛି । ଚିିକିସôା ଅଭାବରୁ କଏଦୀମାନେ ଉଭୟ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗୁଥିବା କୁହାଯାଏ । ଜାତୀୟ ରାଜଧାନୀ ଦିଲ୍ଲୀରେ ଥିବା ଜେଲ ଗୁଡିକରେ ୨୦୬ ଜଣ କଏଦୀଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଥିବା ଜଣାଯାଏ । ଜେଲରେ କଏଦୀଙ୍କ ପ୍ରତି ଉଭୟ ସରକାର ଓ ବିଚାର ପ୍ରକ୍ରିୟାର ଅବହେଳା ନୂଆ ନୁହେଁ । ବିଚାର ପ୍ରକ୍ରିୟାରେ ମନ୍ଥରତା ଯୋଗୁଁ ବିଚାରାଧୀନଙ୍କ ବନ୍ଦୀ ଜୀବନ ବଢିଚାଲିଥିବାବେଳେ ସରକାର ପ୍ରଶାସନର ଉଦାସୀନତା ସଂକଟକୁ ଦ୍ୱିଗୁଣିତ କରିଛି । ଜେଲଗୁଡିକରେ ସୁଧାର କାର୍ଯ୍ୟକ୍ରମ ପାଇଁ ମଂଜୁରୀ ପ୍ରାପ୍ତ ପଦବୀଗୁଡିକ ମଧ୍ୟରୁ ୬୦ପ୍ରତିଶତ ପଦବୀ ଖାଲି ପଡିଛି । କର୍ମଚାରୀ ଅଭାବରୁ ସୁଧାରମୂଳକ କାର୍ଯ୍ୟକ୍ରମ ଆଗେଇ ପାରୁନାହିଁ । ସେହିପରି ସର୍ବୋଚ୍ଚ ଅଦାଲତ ବାରମ୍ବାର ଦୀର୍ଘକାଳୀନ ଜେଲ ଯୋଜନାର ଅବାଶ୍ୟକତା ଉପରେ ଗୁରୁତ୍ୱ ଦେଇ ଆସୁଥିବା ସତ୍ତ୍ୱେ ଶାସନ-ପ୍ରଶାସନର ଉଦାସୀନତା ଯୋଗୁଁ କୌଣସି କାର୍ଯ୍ୟ ଆଗେଇ ପାରୁନାହିଁ । ଯଆହୁରି ମଧ୍ୟ କଏଦୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ନିର୍ମାଣ, ଡାକ୍ତର, ମନୋଚିକିସôା ଓ କର୍ମଚାରୀ ନିଯୁକ୍ତିର ଜରୁରି ଆବଶ୍ୟକତା ରହିଛି । ଗରିବଙ୍କ ପାଇଁ ଆଇନଗତ ସହାୟତାକୁ ତ୍ୱରିତ କରିବା ସହ ବିଚାରଧୀନଙ୍କ ସଂଖ୍ୟା ହ୍ରାସ ଉପରେ ଗୁରୁତ୍ୱ ଦିଆଯିବା ଜରୁରି । ଏହା ସତ୍ୟ ଯେ, କଏଦୀଙ୍କୁ ସମ୍ମାନ ଓ ଯନô ଆମ ଗଣତନ୍ତ୍ର ଶକ୍ତିକୁ ପ୍ରତିଫଳିତ କରେ, ଏହା ଏକ ଅନୁକମ୍ପା ନୁହେଁ, ସାମ୍ବିଧାନିକ କର୍ତବ୍ୟ ।
ସୌଭାଗ୍ୟ ରଞ୍ଜନ ମହାନ୍ତି,ମୋ:୭୯୭୮୬୬୬୪୦୩