ଟିଭି ରିଚାର୍ଜ ଠକେଇରୁ ବର୍ତ୍ତିଲେ ଯୁବକ
ବାଲେଶ୍ୱର : ଟାଟା ପ୍ଲେ ଟିଭି ସିଗନାଲ ନ ଆସିବାରୁ ରିଚାର୍ଜ କରିବାକୁ ଯାଇ ଅନ ଲାଇନ ଠକାମି ଶିକାରରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ମୁତାବକ ରାଜକନିକା ଥାନା ଅନ୍ତର୍ଗତ ନହୁଣି ପଞ୍ଚାୟତ ସପଲାଙ୍ଗ ଗାଁର ଜିତେନ୍ଦ୍ର ବିଶ୍ୱାଳ ତାଙ୍କ ଟାଟା ପ୍ଲେ ଟିଭି ସିଗନାଲ ନ ଆସିବାରୁ ସେ ଗୁଗୁଲରୁ ସର୍ଚ୍ଚ କରି କଷ୍ଟମର କେୟାର ନମ୍ବର ଆଣି କଥା ହୋଇଥିଲେ ଫଳରେ ଠକ ଜଣକ ତାଙ୍କୁ ନିଜ ଫୋନ ପେରେ ଦୁଇ ଟଙ୍କା ରିଚାର୍ଜ କରିବାକୁ କହିଲେ ହେଲେ କିଛି କ୍ଷଣ ଭିତରେ ୬ ରୁ ୭ଟି ଓଟିପି ଆସିଥିଲା ଏବଂ ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୪୨ହଜାର ୪୩୯ଟଙ୍କା କଟିଗଲା ବୋଲି ତାଙ୍କ ମୋବାଇଲ କୁ ମେସେଜ ଆସିଲା ଠକ ଜଣକ କହି ପୁନର୍ବାର ଓଟିପି ମାଗିବାରୁ ଯୁବକ ଜଣକ କୌଣସି ଓଟିପି ନଦେଇ ତୁରନ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଯୋଗାଯୋଗ କରି ଆକାଉଣ୍ଟୁ କୁ ବ୍ଲକ କରିବା ସହିତ ରାଜକନିକା ଥାନାରେ ଏକ ଲିଖିତ ଅଭିଯୋଗ କରି ଏମିତି ଲୋକଙ୍କୁ ଠକୁଥିବା ଠାକଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିବା ବେଳେ, ଯୁବକଙ୍କ ଏତଲା ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ରାଜକନିକା ଥାନା ଅଧିକାରୀ ସଞ୍ଜୟ ମଲିକ ସୂଚନା ଦେଇଛନ୍ତି ।