ବିଜ୍ଞାନସମ୍ମତ କାଳଗଣନା

ଇତିହାସର ଶତତ କାଳ ପ୍ରବାହ ହୋଇଥାଏ  । ପରନ୍ତୁ ବିଦେଶୀ ଇତିହାସକାରମାନେ ଭାରତର ସ୍ୱାଭାବିକ କାଳ ପ୍ରବାହକୁ ମନଇଚ୍ଛା ବିକୃତ କରିଛନ୍ତି  । ସେମାନେ ଭାରତର କାଳ ବିଭାଜନ ମନଗଢ଼ା, ତଥ୍ୟହୀନ, ଧୃଷ୍ଟତାପୂର୍ଣ୍ଣ ଓ ସୁନିୟୋଜିତ ଢ଼ଙ୍ଗରେ କରିଛନ୍ତି । ୟୁରୋପୀୟାନ ମଡ଼େଲର ଆଧାରରେ ଭାରତୀୟ ଇତିହାସକୁ ତିନି ଭାଗରେ ବିଭକ୍ତ କରିଛନ୍ତି  । ଏହାର ଜନକ ବିଦେଶୀ ଇତିହାସକାର ଜେମସ ମିଲ (୧୭୭୩-୧୮୩୬) ଥିଲା   । ନିଜର ପୁସ୍ତକ ହିଷ୍ଟ୍ରି ଅଫ ବି୍ରଟିଶ ଇଣ୍ଡିଆ (୧୮୧୭)ରେ ତିନୋଟି କାଳ- ହିନ୍ଦୁ କାଳ, ମୁସଲମାନ କାଳ ଓ ବି୍ରଟିଶ କାଳ ରୂପେ ବିଭାଜିତ କରିଥିଲା । ତୃତୀୟ କାଳକୁ ବି୍ରଟିଶ କାଳ ରୂପେ ବର୍ଣ୍ଣନା କରିବା ପଛରେ ଏକ ଷଡ଼ଯନ୍ତ୍ର ଥିଲା, ଯାହାକି ସମସ୍ତ ଖ୍ରୀଷ୍ଟିଆନ ଜଗତର ସହାନୁଭୂତି ମିଳିପାରିବ ଯଦ୍ଦ୍ୱାରା ଭାରତକୁ ଏକ ଖ୍ରୀଷ୍ଟିୟାନ ଦେଶରେ ପରିଣତ କରାଯାଇ ପାରିବ । ଏଠାରେ ଉଲ୍ଲେଖନୀୟ ଯେ ଜେମ୍ସ ମିଲ ଭାରତର ଇତିହାସ ଜାଣିବା ପାଇଁ ନିଜର ଜୀବଦ୍ଦଶା ମଧ୍ୟରେ କଦାପି ସେ ଭାରତକୁ ଆସିନଥିଲା, କିମ୍ବା କୌଣସି ଭାରତୀୟଙ୍କୁ ସେ ସାକ୍ଷାତ କରିଥିଲା କିମ୍ବା ଭାରତର କୌଣସି ଭାଷା ସହିତ ପରିଚିତ ଥିଲା । ଏହି ଅଜ୍ଞାନତାକୁ ସେ ନିଜର ବରଦାନ ବୋଲି ସ୍ୱୀକାର କରୁଥିଲା  । ନିରପେକ୍ଷ ବୋଲି ନିଜକୁ ପ୍ରମାଣିତ କରୁଥିଲା  । ସେ ଭାରତର କୌଣସି ଗ୍ରନ୍ଥକୁ ଅଧ୍ୟୟନ ମଧ୍ୟ କରିନଥିଲା  । ସେ ଭାରତର ଏହି କାଳ୍ପନିକ କାଳବିଭାଜନକୁ ଉପଯୋଗିତାର ସିଦ୍ଧାନ୍ତ (ଚକ୍ସସଦ୍ଭମସକ୍ଟ୍ରକ୍ଷର କ୍ଟଲ ଟଗ୍ଧସକ୍ଷସଗ୍ଧବକ୍ସସବଦ୍ଭସଗ୍ଦଜ୍ଞ) ଆଧାରରେ   ସଠିକ ବୋଲି କହିଥିଲା  । ଏହି ଆଧାରରେ ସେ ଭାରତରେ ଇଂରେଜ ଶାସନର ବୈଧତାକୁ ସ୍ୱୀକାର କରୁଥିଲା  । ଇତିହାସକୁ ଏପରି ଢ଼ଙ୍ଗରେ ସେ ପ୍ରସ୍ତୁତ କରୁଥିଲା ଯେପରି ଭାରତୀୟମାନଙ୍କ ମଧ୍ୟରେ ଇଂରେଜ ଏକ ଶ୍ରେଷ୍ଠ ଜାତି ରୂପେ ପ୍ରତିପାଦନ ହୋଇପାରିବ  । ସେ ବିଶ୍ୱର ସର୍ବୋଚ୍ଚ ସଭ୍ୟତାମାନଙ୍କ ମଧ୍ୟରେ ପ୍ରାଚୀନ ୟୁନାନ ତଥା ଆଧୁନିକ ୟୁରୋପ ବୋଲି ପ୍ରତିପାଦିତ କରିଥିଲା  । ସେ ନିଜର ପୁସ୍ତକରେ ହିନ୍ଦୁମାନଙ୍କୁ ହୀନ ସିଦ୍ଧ କରିବା ପାଇଁ ଅସଭ୍ୟ ଭାଷାରେ ଗାଳି ଦେଇଥିଲା  । ସେ ହିନ୍ଦୁମାନଙ୍କ ସଂସ୍କୃତି ଓ ସଭ୍ୟତାକୁ ବିଶ୍ୱର ନିକୃଷ୍ଟତମ ସଭ୍ୟତା ତଥା ସଂସ୍କୃତି ବୋଲି ଉଲ୍ଲେଖ କରିଥିଲା  । ହିନ୍ଦୁମାନଙ୍କୁ ବର୍ବରତା ଓ ନିରଙ୍କୁଶ ବୋଲି କହିଥିଲା  । ତା’ର ଚିନ୍ତନ ଭବିଷ୍ୟତର ବି୍ରଟିଶ ଶାସକ ଓ ବିଦ୍ୱାନମାନଙ୍କ ପାଇଁ ମାର୍ଗଦର୍ଶକ ହୋଇଥିଲା । ହିନ୍ଦୁମାନଙ୍କ ପ୍ରତି ଏହି ନିକୃଷ୍ଟ ବିଚାର ଇଂରେଜମାନଙ୍କ ମଧ୍ୟରେ ଉଦୟ ହୋଇଥିଲା  । ସେ ଭାରତର ବର୍ତ୍ତମାନ କାଳକୁ ମଧ୍ୟୟୁରୋପର ମଧ୍ୟକାଳ (୫୦୦-୧୫୦୦) ଖ୍ରୀଷ୍ଟାବ୍ଦର ଭାଗ ରୂପେ ବର୍ଣ୍ଣନା କରିଥିଲା  । 
ଇତିହାସର ଏହି କୃତି୍ରମ ବିଭାଜନରେ କେତେ ପ୍ରଶ୍ନ ମନ ମଧ୍ୟରେ ଦେଖାଦେଇଥିଲା  । ଏହା ଠିକ୍ ନୁହେଁ ଯେ ହିନ୍ଦୁ କାଳ ମଧ୍ୟରେ ଦେଶର ସମସ୍ତ ଶାସକ ହିନ୍ଦୁ ଥିଲେ  । ଉଦାହରଣତଃ କୁଷାଣ ଶାସକ ଏପରି ଥିଲେ ଯେ, ପ୍ରଥମତଃ ହିନ୍ଦୁ ନଥିଲେ, ପରେ ସେମାନେ ବୌଦ୍ଧ ଧର୍ମ ଅବଲମ୍ବନ କରିଥିଲେ  । ହର୍ଷବର୍ଦ୍ଧନଙ୍କ ପରେ ଯାହାକୁ ‘ମୁସଲମାନ କାଳ’ କୁହାଯାଉଛି ସେଥିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତର ତଥା ଦକ୍ଷିଣ ଭାରତରେ ରାଜପୁତମାନଙ୍କର ବିଶାଳ ସାମ୍ରାଜ୍ୟ ଥିଲା  । ବାବରର ଆସିବା ସମୟରେ ମହାରାଣା ସାଙ୍ଗା ତଥା ମହାରାଜା କୃଷ୍ଣଦେବରାୟଙ୍କ ସାମ୍ରାଜ୍ୟ କ’ଣ ନଥିଲା ? ଏହିପରି ଆଧୁନିକ କାଳର କ’ଣ ବୈଶିଷ୍ଟ୍ୟ ରହିଛି ? ତା’ ସହିତ ଏହା ମଧ୍ୟ ବିଚାରଣୀୟ ଯେ ଗୋଟିଏ କାଳରୁ ଅନ୍ୟ ଏକ କାଳକୁ ଲମ୍ଫ ପ୍ରଦାନ କରିବାରେ କୌଣସି ବୈଜ୍ଞାନିକ ଓ ସନ୍ତୁଳିତ ଆଧାର ଅଛି  । କେଉଁ ତିଥି-କାଳର ପରିବର୍ତ୍ତନ ଏହାର ଆଧାର ହୋଇଛି ? ବି୍ରଟିଶ ଇତିହାସକାରମାନଙ୍କ ଦ୍ୱାରା ରାଜନୈତିକ ପ୍ରଭୁତ୍ୱ ବିସ୍ତାର କରିବା ପାଇଁ ଏପରି କାଳ ବିଭାଜନ କରିବା କେତେଦୂର ଯଥାର୍ଥ ? ଜେମ୍ସ ମିଲର ଏପରି କୃତି୍ରମ ଓ ମୂର୍ଖତାପୂର୍ଣ୍ଣ କାଳ ବିଭାଜନ ସମଗ୍ର ଊନବିଂଶ ଶତାବ୍ଦୀର ପାଠ୍ୟକ୍ରମରେ ସାମିଲ ହୋଇଯାଇଥିଲା  । ମାଉଣ୍ଟ ଷ୍ଟୁଆର୍ଷ୍ଟ ଏଲିଫିନ୍ସନ ନିଜର ଦୁଇଟି ରଚନା ଏହି ଆଧାରରେ ଉଲ୍ଲେଖ କରିଥିଲେ  । ବି.ଏ.ସ୍ମିଥ ଏହାକୁ ଐତିହାସିକ ରୂପେ ସ୍ୱୀକୃତି ପ୍ରଦାନ କରିଥିଲେ  । ଏଚ.ଏଚ.ସ୍ମିଥ ଏହାକୁ ଐତିହାସିକ ରୂପେ ସ୍ୱୀକୃତି ପ୍ରଦାନ କରିଥିଲେ  । ଏଚ.ଏଚ.ଡାଡୱେଲ ନାମକ ଐତିହାସିକ ମଧ୍ୟ ଏହି କ୍ରମକୁ ଗ୍ରହଣ କରିଥିଲେ । ଭାରତର ସ୍ୱାଧୀନତା ପରେ ମଧ୍ୟ ଇତିହାସ ପୁସ୍ତକରେ ଏହି କାଳ ବିଭାଜନ ଦେଖିବାକୁ ମିଳିଛି  । ଶରୀର ପରିବର୍ତ୍ତନ ହେଲା, କିନ୍ତୁ ଆତ୍ମା ଯଥାବତ ହୋଇ ରହିଗଲା  । ଭାରତର ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ସ୍କୁଲ ଆଦି ଇତିହାସ ପାଠ୍ୟପୁସ୍ତକରେ ଆଜି ମଧ୍ୟ ଏପରି କାଳ ବିଭାଜନ ଉଲ୍ଲେଖ ରହିଛି  ।
କୌଣସି ଦେଶର ଇତିହାସ ବିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ଲିଖିତ ହୋଇପାରିବ ନାହିଁ  । ଭାରତର ଇତିହାସ ଏଠାକାର ହିନ୍ଦୁମାନଙ୍କର ଜୟ ପରାଜୟର ଇତିହାସ  । ସଂସ୍କୃତିପ୍ରଧାନ ଦେଶ ହେବା ଯୋଗୁଁ ଏହାର କାଳ ବିଭାଜନ ସାଂସ୍କୃତିକ ରାଷ୍ଟ୍ରବାଦର ପରିବର୍ତ୍ତନର ଆଧାରରେ ହେବା ଆବଶ୍ୟକ  । ବି୍ରଟିଶ ରାଜନୈତିକ ରାଷ୍ଟ୍ରବାଦ ଧାରାରେ ହୋଇଥିବା କାଳବିଭାଜନକୁ ପରିବର୍ତ୍ତନ କରିବା ଆବଶ୍ୟକ  । ଭାରତ ରାଷ୍ଟ୍ରର ଉନ୍ନତି ପାଇଁ ଇଂରେଜମାନଙ୍କ ଦ୍ୱାରା ଲିଖିତ ଇତିହାସକୁ ପରିବର୍ତ୍ତନ କରିବାର ସମୟ ଅଛି  ।
ମୋ-୮୨୪୯୩୯୩୫୯୧