୮ ଦିନ ହେବ ଡାକସେବା ଠପ୍
ସୁକିନ୍ଦା: ଗତ ୮ ଦିନ ହେବ ଡାକସେବା ବନ୍ଦ ଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚଳିତମାସ ପହିଲା ତାରିଖ ଠାରୁ ଅଚଳ ହୋଇପଡ଼ିଥିବା ଡାକସେବା କେବେ ପୁନଃ ଚାଲୁହେବ ବିଭାଗୀୟ ଅଧିକାରୀ କହିପାରୁନାହାନ୍ତି । ଡାକସେବା କ୍ଷେତ୍ରରେ ନୂତନ ପ୍ରକ୍ରିୟା (ନିୟୁ ଭର୍ସନ)ଆରମ୍ଭ ହେବାପାଇଁ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି । ଯାହା ଗତ ୪ତାରିଖରୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବାକଥା । କିନ୍ତୁ ୮ ଦିନ ହୋଇଥିଲେ ମଧ୍ୟ ହୋଇପାରିନଥିବା ବେଳେ, ସମ୍ପୂର୍ଣ୍ଣ ଡାକସେବା ଅଚଳ ହୋଇପଡିଛି । ଡାକସେବା ଅଚଳ ହେବାରୁ ସରକାରୀ, ଘରୋଇ ଓ ବ୍ୟକ୍ତିଗତ ସମସ୍ତ କାର୍ଯ୍ୟ ଏକ ପ୍ରକାର ବାଧାପ୍ରାପ୍ତ ହୋଇଛି ।