ବାରମ୍ବାର ପରିସ୍ରା ଲାଗୁଛି କି?

ବାରମ୍ବାର ପରିସ୍ରା ଲାଗୁଛି କି?

ବୟସ ବୃଦ୍ଧି ସହିତ ଅନେକ ପୁରୁଷଙ୍କର ବାରମ୍ବାର ପରିସ୍ରା ହେବାର ସମସ୍ୟା ଆରମ୍ଭ ହୁଏ। କେତେବେଳେ ଏହା ଏକ ସାଧାରଣ ସମସ୍ୟା ହୋଇପାରେ, କିନ୍ତୁ ଯଦି ଏହା ଲାଗି ରହେ ଏବଂ ପରିସ୍ରା ପ୍ରବାହ ଦୁର୍ବଳ ହୋଇପଡ଼େ, ତେବେ ଏହାକୁ ହାଲୁକା ଭାବରେ ନେବା ବିପଦଜନକ ସାବ୍ୟସ୍ତ ହୋଇପାରେ। ଏହା ପ୍ରୋଷ୍ଟେଟ କ୍ୟାନସର ରୋଗର ଏକ ପ୍ରାରମ୍ଭିକ ଲକ୍ଷଣ ମଧ୍ୟ ହୋଇପାରେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ୫୦ ବର୍ଷ ବୟସ ପରେ ପ୍ରତ୍ୟେକ ପୁରୁଷ ପ୍ରୋଷ୍ଟେଟ ସମ୍ବନ୍ଧୀୟ ପରୀକ୍ଷା କରାଇବା ଉଚିତ, ଯାହା ଦାରା ଯେକୌଣସି ରୋଗ ସମୟ ମଧ୍ୟରେ ଚିହ୍ନଟ ହୋଇପାରିବ।

ଏହି ସମସ୍ୟା କାହିଁକି ହୁଏ?
ପୁରୁଷମାନଙ୍କ ଶରୀରରେ ପ୍ରୋଷ୍ଟେଟ ଗ୍ରନ୍ଥି ମୂତ୍ରାଶୟ ତଳେ ଅବସ୍ଥିତ, ଯାହା ପରିସ୍ରା ଏବଂ ଶୁକ୍ରାଣୁ ପ୍ରବାହକୁ ନିୟନ୍ତ୍ରଣ କରେ। ବୟସ ବୃଦ୍ଧି ସହିତ, ଏହି ଗ୍ରନ୍ଥି ବଡ଼ ହେବାକୁ ଲାଗେ, ଯାହା ଫଳରେ ପରିସ୍ରା ଯିବାରେ ଅସୁବିଧା ହୁଏ। ଅନେକ କ୍ଷେତ୍ରରେ ଏହି ଗ୍ରନ୍ଥି କର୍କଟ ରୋଗରେ ମଧ୍ୟ ପରିଣତ ହୋଇପାରେ, ଯାହା ଏକ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ।

ପ୍ରୋଷ୍ଟେଟ କ୍ୟାନସରର ଲକ୍ଷଣ: ବାରମ୍ବାର ପରିସ୍ରା ହେବା, ବିଶେଷକରି ରାତିରେ, ପରିସ୍ରା କରିବାରେ କଷ୍ଟ, ପରିସ୍ରା ପ୍ରବାହ ଦୁର୍ବଳ କିମ୍ବା ବନ୍ଦ ହୋଇଯିବା, ପରିସ୍ରା ସମୟରେ ଜଳାପୋଡ଼ା କିମ୍ବା ଯନ୍ତ୍ରଣା ହେବା ପ୍ରୋଷ୍ଟେଟ କ୍ୟାନସର ରୋଗର ଲକ୍ଷଣ ହୋଇପାରେ। ଏହା ବ୍ୟତୀତ ପରିସ୍ରା କିମ୍ବା ବୀର୍ଯ୍ୟରେ ରକ୍ତ, ପେଲଭିସ ଅଞ୍ଚଳ କିମ୍ବା ପିଠିର ନିମ୍ନ ଭାଗରେ ଲଗାତର ଯନ୍ତ୍ରଣା ମଧ୍ୟ ପ୍ରୋଷ୍ଟେଟ କ୍ୟାନସରର କାରଣ ହୋଇପାରେ।

କେଉଁ ପୁରୁଷମାନେ ଅଧିକ ବିପଦରେ ଅଛନ୍ତି?
ବିଶେଷଜ୍ଞଙ୍କ ମତରେ, ୫୦ ବର୍ଷରୁ ଅଧିକ ବୟସ୍କ ପୁରୁଷମାନେ ଏହି ରୋଗର ଅଧିକ ଆଶଙ୍କାରେ ଥାଆନ୍ତି। ଏହା ବ୍ୟତୀତ ଯଦି ପରିବାରର କାହାକୁ ପୂର୍ବରୁ ପ୍ରୋଷ୍ଟେଟ କ୍ୟାନସର ହୋଇଛି, ତେବେ ସତର୍କ ରହିବା ଜରୁରୀ। ଭୁଲ ଜୀବନଶୈଳୀ, ଅସ୍ବାସ୍ଥ୍ୟକର ଖାଦ୍ୟ ଏବଂ ମେଦବହୁଳତା ମଧ୍ୟ ଏହି ରୋଗର ଆଶଙ୍କା ବଢ଼ାଇପାରେ।

ସୁରକ୍ଷା ପାଇଁ କଣ କରିବେ? ଯଦି ପରୀକ୍ଷା ରିପୋର୍ଟ ପଜିଟିଭ ଆସୁଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ଏବଂ ଡାକ୍ତରଙ୍କ ନିର୍ଦ୍ଦେଶ ପାଳନ କରିବା ଉଚିତ। ଏହା ବ୍ୟତୀତ ଯଦି ରିପୋର୍ଟ ନେଗେଟିଭ ଥାଏ ତେବେ ଆପଣଙ୍କୁ ଏହି ପଦକ୍ଷେପଗୁଡ଼ିକ ଗ୍ରହଣ କରିବା ଉଚିତ। ଯାହା ଦ୍ୱାରା ସୁସ୍ଥ ରହିପାରିବେ। ସବୁଜ ପନିପରିବା ଏବଂ ଫାଇବର ଯୁକ୍ତ ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତୁ। ପ୍ରତିଦିନ ବ୍ୟାୟାମ କରନ୍ତୁ ଏବଂ ସୁସ୍ଥ ଓଜନ ବଜାୟ ରଖନ୍ତୁ। ଧୂମପାନ ଏବଂ ମଦ୍ୟପାନରୁ ଦୂରରେ ରୁହନ୍ତୁ। ୫୦ ବର୍ଷ ବୟସ ପରେ ପ୍ରତିବର୍ଷ ଆପଣଙ୍କର ପ୍ରୋଷ୍ଟେଟ ଯାଞ୍ଚ କରାନ୍ତୁ। ବିଶେଷଜ୍ଞମାନେ କୁହନ୍ତି, ଯଦି ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରୋଷ୍ଟେଟ କ୍ୟାନସର ଚିହ୍ନଟ ହୁଏ, ତେବେ ଏହାର ଚିକିତ୍ସା ସମ୍ଭବ। ତେଣୁ ଯଦି ଆପଣ ବାରମ୍ବାର ପରିସ୍ରା, ଯନ୍ତ୍ରଣା କିମ୍ବା ରକ୍ତସ୍ରାବ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ, ସଠିକ୍‌ ସମୟରେ ନିଜର ପରୀକ୍ଷା କରାନ୍ତୁ ଏବଂ ଏକ ସୁସ୍ଥ ଜୀବନଶୈଳୀ ଅନୁସରଣ କରନ୍ତୁ।