କଣ୍ଠଅଳତି ବା ଡିପ୍ଥେରିଆ
କିଛି ମାସ ପୂର୍ବେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର ଗାଁରେ ଅଜଣା ରୋଗରେ ପାଞ୍ଚ ଜଣ ଶିଶୁଙ୍କ ମୃତୁ୍ୟପରେ ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ଯେଉଁ ପଞ୍ଚମ ସାମ୍ପୁଲ ନେଇଥିଲା ସେଥିରୁ ରୋଗୀଙ୍କୁ ଡିପ୍ଥେରିଆ ହୋଇଥିବା ସନେ୍ଦହ କରାଗଲା । ଏହି ଜୀବାଣୁବାହିତ ରୋଗଟି ବାସ୍ତବରେ ପିଲାମାନଙ୍କ ପାଇଁ କେତେ ଘାତକ ଓ ଏହି ରୋଗଟି କ’ଣ ଆସନ୍ତୁ ସେ ବିଷୟରେ ଜାଣିବା । ଏହା ଏକ ପୁରାତନ ଓ ଜୀବାଣୁ ଦ୍ୱାରା ସଂକ୍ରମଣ ଅତିପାତୀ ବ୍ୟାଧି । ଏହି ରୋଗରେ ଏକ ଧଳା ପତଳା ଝିଲ୍ଲୀ କଣ୍ଠରେ ସୃଷ୍ଟି ହୋଇଥାଏ ଏବଂ ସେଥିରୁ ଶକ୍ତିଶାଳୀ ବର୍ହିବିଷାଣୁ ନିର୍ଗତ ହୋଇ ରକ୍ତରେ ପ୍ରଭାବିତ ହୋଇ ଖରାପ ଲକ୍ଷଣମାନ ଦେଖାଯାଇଥାଏ । ଏହି ବ୍ୟାଧି ଛଅ ମାସ ବୟସରୁ କମ ପିଲାମାନଙ୍କୁ ପ୍ରାୟ ହୋଇନଥାଏ । ସ୍କୁଲକୁ ଯିବାର ପୂର୍ବ ବୟସ ପିଲାମାନଙ୍କୁ ବିଶେଷ ପରିମାଣରେ ହୋଇଥାଏ । ବଡ଼ପିଲା ଏବଂ ବଡ଼ଲୋକଙ୍କୁ ମଧ୍ୟ ହେବାର ଦେଖାଯାଇଛି ।
‘କରିନବେକ୍ଟେରିଅମ ଡିପ୍ଥେରିଆ’ ଯାହାକୁ ପୂର୍ବରୁ ‘କେ.ଏଲ.ବାସିଲେସ’ କୁହାଯାଉଥିଲା ନାମକ ଏକ ଦଣ୍ଡାଣୁଦ୍ୱାରା ‘କଣ୍ଠଅଳତି’ ରୋଗ ହୋଇଥାଏ । ଏହା ପ୍ରାୟତଃ ଶୀତଋତୁରେ ଅଧିକ ପରିମାଣରେ ଦେଖାଦେଇଥାଏ । ଏହା ପ୍ରାୟତଃ ଦୁଇରୁ ପାଞ୍ଚଦିନ ପର୍ଯ୍ୟନ୍ତ ତା ପ୍ରାଦୁର୍ଭାବ ଦେଖାଇଥାଏ । ଶରୀରର ବିଭିନ୍ନ ସ୍ଥାନ ଯଥା ନାକର ଝିଲ୍ଲୀ, ଟନସିଲ, କଣ୍ଠନଳୀ, ଶ୍ୱାସନଳୀ, ଚକ୍ଷୁର ଯୋଜକତ୍ୱକ୍, ଚର୍ମ ଏବଂ ଜନନେନ୍ଦ୍ରିୟ, ଏହା ଏକରୁ ଅଧିକ ସ୍ଥାନରେ ହୋଇପାରେ । ରୋଗର ଲକ୍ଷଣମାନ ବିଭିନ୍ନ ସ୍ଥାନରେ ସଂକ୍ରମଣ ଉପରେ ନିର୍ଭର କରେ । ସାଧାରଣତଃ ଛୋଟ ପିଲାମାନଙ୍କୁ ଛଅ ମାସ ପୂର୍ବରୁ ମା’କ୍ଷୀରରେ ଥିବା ଆଣ୍ଟିବଡ଼ି ଯୋଗୁ ଏହା ହୋଇନଥାଏ ।
ସାଧାରଣତଃ ପିଲାଟିର ଧଳା ଝିଲ୍ଲୀ ମାନଙ୍କରୁ ରସ ନେଇ ପରୀକ୍ଷା କଲେ ଜୀବାଣୁ ଦେଖିବାକୁ ମିଳିଥାଏ । ପିଲାଟିକୁ ଡିପ୍ଥେରିଆ ହୋଇଛି କି ନାହିଁ ଜାଣିବା ପାଇଁ ଯେଉଁ ପରୀକ୍ଷା କରାଯାଏ ତାକୁ ସିକ୍ ପରୀକ୍ଷା କୁହାଯାଏ । ଇସିଜି ପରୀକ୍ଷା କଲେ ହୃତପିଣ୍ଡର ପ୍ରଦାହ ଅଛି କି ନାହିଁ ଜଣାପଡ଼େ ସେହିପରି ପରିବାରର ଅନ୍ୟ ପିଲା ଓ ଲୋକଙ୍କ ସିକ୍ ଟେଷ୍ଟ କଲେ ସେମାନଙ୍କ ଠାରେ ଏହି ଲକ୍ଷଣ ଅଛି କି ନାହିଁ ଜଣାପଡ଼େ । ତେବେ ଦୁଇମାସରୁ ଅଧିକ ବୟସ ହୋଇଥିବା ପ୍ରତ୍ୟେକ ପିଲାର ଏହି ପରୀକ୍ଷା କରିବା ଦରକାର ।
ପିଲାମାନଙ୍କର ଏହି କଣ୍ଠ ଅଳତି ବା ଡିପ୍ଥେରିଆର ବିଭିନ୍ନ ସଂକ୍ରମଣକୁ ଦେଖି ଚିକିତ୍ସା କରାଯାଏ । ଏହି ଜୀବାଣୁ ପିଲାଟିର ଶରୀରରେ ପ୍ରବେଶ କରିବାର ଦୁଇରୁ ଛଅ ଦିନ ମଧ୍ୟରେ ତାର ଲକ୍ଷଣ ଦେଖାଇ ଦେଇଥାଏ । ପିଲାଟି ଖେଳୁଥିବା ତାର ଖେଳନା ସାମଗ୍ରୀ ରୁମାଲ, ଟୁଥବ୍ରସ୍ ଖାଇବା ପ୍ଲେଟ, ଥର୍ମୋମିଟର, କଲମ ବା ପେନସିଲ ଏସବୁ ମାଧ୍ୟମରେ ଡିପ୍ଥେରିଆ ବ୍ୟାପିବାର ସମ୍ଭାବନା ଥାଏ । ପିଲାମାନଙ୍କର ଟନସିଲ ବା କଣ୍ଠନଳୀର କଣ୍ଠ ଅଳତି ହେଉଛି, ଏ କ୍ଷେତ୍ରରେ ପ୍ରଥମେ ଘୋଳାବିନ୍ଧା ଓ ପରେ ଜ୍ୱର, ଗଳାରେ ଦରଜ ଓ ଖାଦ୍ୟ ପାନୀୟ ଗ୍ରହଣ କରିବାରେ କଷ୍ଟ ଦେଖାଯାଏ । କେତେକ କ୍ଷେତ୍ରରେ ହୃଦସ୍ପନ୍ଦନ ଜ୍ୱର ତୁଳନାରେ ବଢ଼ିଯାଏ ଓ ପିଲାଟି ଅଚେତ ହୋଇପଡ଼ି ତାର ନିଃଶ୍ୱାସ ପ୍ରଶ୍ୱାସ ଏପରିକି ରକ୍ତ ସଞ୍ଚାଳନ ମଧ୍ୟ ଅସ୍ୱାଭାବିକ ହୋଇଯାଏ । ସେହିପରି ଆଉ ଏକ ହେଉଛି କଣ୍ଠନଳୀ କଣ୍ଠଅଳତି ଏହା ପିଲାଟିର ବାୟୁ ନଳୀର ଉପରି ଭାଗରେ ହୋଇଥାଏ । ଖାଦ୍ୟ ନଳୀର ଉପରି ଭାଗକୁ ଏହା ବିସ୍ତାରିତ ହୋଇଯାଏ ଯାହାଫଳରେ ପିଲାଟି ନିଃଶ୍ୱାସ ନେବାକୁ କଷ୍ଟ ଅନୁଭବ କରେ । କେତେକ କ୍ଷେତ୍ରରେ ପିଲାଟିର ଶରୀର ନୀଳବର୍ଣ୍ଣ ହୋଇଯାଏ ଓ ପିଲାଟି ଦୁର୍ବଳ ଅନୁଭବ କରେ । ପ୍ରାରମ୍ଭିକ ଚିକିତ୍ସା ନକଲେ ପରବର୍ତ୍ତୀ ସମୟରେ ଶ୍ୱାସରୋଧ ଓ ହୃତପିଣ୍ଡର ସମସ୍ୟା ବଢ଼ିଯାଇପାରେ । ସେହିପରି ଅନ୍ୟଏକ କଣ୍ଠ ଅଳତି ଯାହାକି ଛୋଟ ପିଲାଙ୍କ ଠାରେ ଦେଖାଯାଇଥାଏ ତାହା ହେଉଛି ନାକରେ କଣ୍ଠ ଅଳତି ରୋଗ । ଏହି ରୋଗରେ ବିଶେଷ ଲକ୍ଷଣ ଦେଖାଯାଇନଥାଏ ଏହା ନାକ ଭିତରେ ଥିବା ପତଳା ଝିଲ୍ଲୀରେ ଦେଖାଯାଇଥାଏ । ନାକରୁ ଗନ୍ଧଯୁକ୍ତ ରକ୍ତ ଭଳିଆ ରସ ବୋହିଥାଏ ଏବଂ ନାକରୁ ରକ୍ତ ମଧ୍ୟ ପଡ଼ିଥାଏ ।
କଣ୍ଠଅଳତି ରୋଗଟି ଅନେକ ଉପସର୍ଗ ବା (ଉକ୍ଟଜ୍ଞକ୍ଟ୍ରକ୍ଷସମବଗ୍ଧସକ୍ଟଦ୍ଭଗ୍ଦ) ମଧ୍ୟ ସୃଷ୍ଟି କରିଥାଏ । ସେଗୁଡ଼ିକ ହେଲା କ୍ରୋମନାଳ, ଫୁସଫୁସ ପ୍ରଦାହ (ଈକ୍ସକ୍ଟଦ୍ଭମଷକ୍ଟକ୍ଟ୍ରଦ୍ଭରଜ୍ଞକ୍ଟଦ୍ଭସବ), ବୃକକବ୍ୟାଧି (ଘରକ୍ଟ୍ରଷକ୍ସସଗ୍ଧସଗ୍ଦ), ହୃତ୍ପେଶୀ ପ୍ରଦାହ (ଗଚ୍ଚକ୍ଟମବକ୍ସୟସଗ୍ଧସଗ୍ଦ) ପ୍ରମୁଖ । ସବୁ ପିଲାଙ୍କୁ ଡିପିଟି କିମ୍ବା ଡିଟି ଦେବା ଉଚିତ । ପିଲାର ବୟସ ଛଅ ସପ୍ତାହ ହେବା ସମୟରୁ ୪-୬ ସପ୍ତାହ ବ୍ୟବଧାନରେ ତିନୋଟି ମାତ୍ରା ଦିଆଯାଇଥାଏ । ତାହାପରେ ଦୁଇଟି ବୁଷ୍ଟର ଟିକା ପିଲାର ବୟସ ୧୮ମାସ କିମ୍ବା ୫ ବର୍ଷ ହୋଇଥିବା ସମୟରେ ଦିଆ ହୁଏ । ୫ ବର୍ଷ ସମୟରେ ଯେଉଁ ବୁଷ୍ଟର ଟିକା ଦିଆହୁଏ ତାହା ୟୁଆଇପିର ଅନୁସୂଚୀ ଅନୁସାରେ ଡିଟି ଦିଆହୋଇଥାଏ । ଯେଉଁପିଲାମାନେ ତିନୋଟି ମାତ୍ରାର ଟିକା ନିର୍ଦ୍ଧାରିତ ସମୟରେ ନେଇନାହାଁନ୍ତି ସେମାନଙ୍କୁ ପାଞ୍ଚ ବର୍ଷ ଭିତରେ ତିନୋଟି ମାତ୍ରା ଡିପିଟି ଦେବା ଉଚିତ । ଏକ ବର୍ଷ ପରେ ଗୋଟିଏ ବୁଷ୍ଟର ଟିକା ଓ ତାର ଏକ ବର୍ଷପରେ ଦ୍ୱିତୀୟ ବୁଷ୍ଟର ଟିକା ଦିଆଯିବା ଉଚିତ । ପିଲାଙ୍କୁ କଣ୍ଠଅଳତି ହେଲାପରେ ମଧ୍ୟ ତିନୋଟି ମାତ୍ରା ଡିପିଟି କିମ୍ବା ଡିଟି ଦେବା ଉଚିତ କାରଣ ପିଲାଙ୍କ ଠାରେ ଏହି ରୋଗ ହୋଇଥିଲେ ମଧ୍ୟ ରୋଗ ପ୍ରତିରୋଧକ କ୍ଷମତା କ୍ଷଣସ୍ଥାୟୀ । ପିଲାଟିର ଚିିକିତ୍ସା ଭାବେ ତୁରନ୍ତ ଅନ୍ୟ ମାନଙ୍କ ଠାରୁ ଅଲଗା ହୋଇ ସଂକ୍ରମଣ ଭଲ ହେବା ପର୍ଯ୍ୟନ୍ତ ଏକ ବିଶୁଦ୍ଧ ପବନ ଯାଇ ପାରୁଥିବା ସ୍ୱତନ୍ତ୍ର କଠୋରୀରେ ରହିବା ପାଇଁ ଦିଅନ୍ତୁ । ରୋଗ ଚିହ୍ନଟ ହେବା ପରେ ପ୍ରାୟତଃ ପିଲାଟି ଠାରେ ରୋଗର ମାତ୍ରା ଦେଖି ଏଡିଏସ୍ ବା ଆଣ୍ଟି ଡିପ୍ଥେରିଆ ସିରସ ଦେବାକୁ ପଡ଼ିଥାଏ । ପିଲାଟିକୁ ପର୍ଯ୍ୟାପ୍ତ ବିଶ୍ରାମ ଦିଅନ୍ତୁ । ଘରୁ ବାହାରକୁ ଆଦୌ ଛାଡ଼ନ୍ତୁ ନାହିଁ । ଶିଶୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ସୁଷମ ଖାଦ୍ୟ, ସିଝାଖାଦ୍ୟ ଓ ଫୁଟାପାଣି ଦିଅନ୍ତୁ, ବାହାର ଖାଦ୍ୟ କିମ୍ବା ଥଣ୍ଡା ପାନୀୟ ଓ ଆମିଷ ଖାଦ୍ୟ ଆଦୌ ଦିଅନ୍ତୁନାହିଁ । ପିଲାଟି ଚିକିତ୍ସା ହେଉଥିବା କୋଠରୀର ଚର୍ତୁପାଶ୍ୱର୍ ପରିଷ୍କାର ପରିଚ୍ଛନ୍ନ ରହିବା ଦରକାର । କାରଣ ପିଲାଟିର ଶ୍ୱାସ ପ୍ରଶ୍ୱାସ ପାଇଁ ପ୍ରଚୁର ପରିମାଣର ବିଶୁଦ୍ଧ ଅମ୍ଳଜାନ ନେବା ଜରୁରି । ପିଲାମାନଙ୍କର ଏହି ସମସ୍ୟା ଦେଖାଯିବା ମାତ୍ରେ ତୁରନ୍ତ ସରକାରୀ ବ୍ୟବସ୍ଥିତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ଡାକ୍ତରଖାନା, ଶିଶୁଭବନ ବା ବଡ଼ମେଡ଼ିକାଲର ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ସରକାରୀ ବ୍ୟବସ୍ଥାରେ ପିଲାମାନଙ୍କର ଏ ନେଇ ସମସ୍ତ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସା ସହ ମାଗଣା ଔଷଧର ବ୍ୟବସ୍ଥା ଅଛି । କୌଣସି ପ୍ରକାର ଦେଶୀୟ ଚିିକିତ୍ସା ବା ଗୁଣିଗାରେଡ଼ି ବା ଝଡ଼ାଫୁଙ୍କାର ସାହାଯ୍ୟ ନିଅନ୍ତୁ ନାହିଁ । ପିଲାଟି ଯେପରି ଅନ୍ୟ ମାନଙ୍କ ସହ ମିଳାମିଶା ନକରେ ସେ ଦିଗକୁ ଦେଖନ୍ତୁ, ସେ ବ୍ୟବହାର କରୁଥିବା ରୁମାଲ ଓ କପଡ଼ାପତ୍ରକୁ ଗରମ ପାଣିରେ ସିଝାଇ ଶୁଖାନ୍ତୁ ସର୍ବୋପରି ପିଲାଟିକୁ ମନସ୍ତାତ୍ତ୍ୱିକ ଭାବେ ଧୈର୍ଯ୍ୟ ଦିଅନ୍ତୁ ଭଗବାନ ଉପରେ ବିଶ୍ୱାସ ରଖି ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଜାରି ରଖିଲେ ପିଲାଟି ଏହି ଡିପ୍ଥେରିଆ ଯନ୍ତ୍ରଣାରୁ ନିଶ୍ଚିନ୍ତ ଆରୋଗ୍ୟ ଲାଭ କରିବ ।
ମୋ: ୯୪୩୭୧୨୪୦୭୪