ଦିବଙ୍ଗତ ରାଜାଙ୍କ ସ୍ମ୍ମୃତିଚାରଣ 

 ଖଣ୍ଡପଡ଼ା : ଖଣ୍ଡପଡ଼ା ରାଜା, ଦିବଂଗତ ଜନନେତା  ପୂର୍ବତନ ମନ୍ତ୍ରୀ ଓ ଉପବାଚସ୍ପତି ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ଆତ୍ମାର ସଦଗତି ନିମନ୍ତେ ରବିବାର ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ  ସର୍ବଧର୍ମ ପ୍ରାର୍ଥନା ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ଜିତେନ୍ଦ୍ର କୁମାର ଦାଶ, ବରିଷ୍ଠ ଆଇନଜୀବୀ ତଥା ଖଣ୍ଡପଡ଼ା ବାର ଆସୋସିଏସନ ସଭାପତି ସଂଗ୍ରାମ କେଶରୀ ମିଶ୍ର, ବରିଷ୍ଠ ଆଇନଜୀବୀ ଗିରିଜା ଶଙ୍କର ତରାସିଆ, ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂହ, ସମାଜସେବୀ ଅଖିଳ କୁମାର ମହାରଣାଙ୍କ ସମେତ ବହୁ ଜନପ୍ରତିନିଧି, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି ଓ ହିନ୍ଦୁ ସମାଜ, ପ୍ରଜାପିତା ବ୍ରହ୍ମକୁମାରୀ, ମୁସିଲିମ ସଂପ୍ରଦାୟ, ଖ୍ରୀଷ୍ଟିଆନ ସଂପ୍ରଦାୟର ପ୍ରଚାରକମାନେ ସ୍ମୃତିଚାରଣ ସଭାରେ ଯୋଗଦେଇ ସ୍ୱର୍ଗତ ରାଜାଙ୍କ ପ୍ରତିଭା ସଂର୍ପକରେ ଆଲୋକପାତ କରିଥିଲେ ।