ନବଜାତ ମୃତ ଶିଶୁପୁତ୍ର ରାଜପଥରୁ ଉଦ୍ଧାର 

 ଧର୍ମଶାଳା : ଶନିବାର ୧୬ନଂ ଜାତୀୟ ରାଜପଥ ଭାଲୁଖାଇସର୍ଭିସ ରୋଡ଼ରେ ଏକ ନବଜାତ ମୃତ ଶିଶୁପୁତ୍ର ଶବ ପୁଲିସ ଉଦ୍ଧାର କରିଛି । ଆଜି ସକାଳେ ଜାତୀୟରାଜପଥ ବ୍ରାହ୍ମଣୀ ସେତୁ ନିକଟସ୍ଥ ଭାଲୁଖାଇ ଛକ ସର୍ଭିସ ରୋଡରେ ଏକ ନବଜାତ ମୃତ ଶିଶୁପୁତ୍ର ପଡିଥିବା ଦେଖିବାକୁ ମିଳିଥିଲା । ପାରିପାର୍ଶ୍ୱିକ ଅବସ୍ଥାକୁ ଅନୁଧ୍ୟାନ କଲେ ଜଣାଯାଏ, ଶିଶୁ ପୁତ୍ରଟି ଜନ୍ମ ହେବାପରେ ଅସୁସ୍ଥ ହୋଇପଡିଛି । ତାର ଚିକିତ୍ସା ହେଉଥିବା ସମୟରେ ମୃତୁ୍ୟ ହୋଇଛି,କିମ୍ବା ମୃତୁ୍ୟଶିଶୁ ପୁତ୍ରଟି ଜନ୍ମ ହୋଇଛି । ପରିବାର ଲୋକେ ମୃତ ଶିଶୁ ପୁତ୍ରକୁ ବ୍ରାହ୍ମଣୀ ନଦୀ କଡ଼ରେ ଫିଙ୍ଗି ଦେଇଥିବା କିମ୍ବା କେଉଁ ଜୀବଜନ୍ତୁ ତାକୁ ଉଠାଇ ନେଉଥିବା ବେଳେ ଲୋକଙ୍କୁ ଦେଖି ରାସ୍ତାରେ ପାକାଇ ପଳାଇଥିବା ଅନୁମାନ କରାଯାଉଛି । ଶିଶୁ ଦେହରେ ବାଲି ଲାଗିଥିବାରୁ ପରିବାର ଲୋକେ ନଦୀ କଡ଼ରେ ଫିଙ୍ଗି ଦେଇଥିବା ସାଧାରଣରେ ଆଲୋଚନା ହେଉଛି । ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ଘଟଣା ସ୍ଥଳରେ ପହଁଚି ମୃତ ଶିଶୁ ପୁତ୍ରକୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି ।