ଯନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ବର୍ଷେ : ଖରଖରୀ ନଦୀବନ୍ଧରୁ ଉଠିଲାନି ପଙ୍କ

କାଳିଆପାଣି : ଯାଜପୁରରୁ ଢେଙ୍କାନାଳ ଜିଲ୍ଲାକୁ ସଂଯୋଗ କରୁଥିବା ରଗଦା ଡ୍ୟାମର ପଙ୍କ ଉଦ୍ଧାର କାର୍ଯ୍ୟ ଦୁଇ ବର୍ଷ ହେବ ଚାଲିଛି ଯେ, ଚାଲିଛି । ଡ୍ୟାମର ଉଭୟ ପାର୍ଶ୍ୱରେ ଥିବା କେନାଲରୁ ଢେଙ୍କାନାଳ ଓ ଯାଜପୁର ଜିଲାର ଶହଶହ ହେକ୍ଟର ଜମିକୁ ଜଳସେଚନ କରିଥାଏ । ଏହି ଡ୍ୟାମର ଠିକ ଦୁଇଶହ ମିଟର ତଳେ ଏକ କ୍ଷୁଦ୍ର ନଦୀବନ୍ଧ ନିର୍ମାଣ କରାଯାଇଛି । ଉକ୍ତ ନଦୀବନ୍ଧଟି ଯାଜପୁର ଜିଲାର ଉପାନ୍ତ ଅଞ୍ଚଳ ମରୁଆବିଲି ପଞ୍ଚାୟତର ୧୦ ଗାଁର ପ୍ରାୟ ୭ ଶହ ଏକର ଚାଷ ଜମିକୁ ପାଣି ଯୋଗାଇଥାଏ । ଢେଙ୍କାନାଳ ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ନିର୍ମିତ ଏହି ବନ୍ଧ ମୁହାଁଣରେ ଗତ ୧୦ ବର୍ଷରୁ ଉର୍ଦ୍ଧ ହେବ ମାଟି ପୋତିହୋଇ ରହିଛି । ଯାହାଦ୍ୱାରା ଉକ୍ତ ବନ୍ଧରୁ ଯାଇଥିବା କେନାଲଟିରେ ଆବଶ୍ୟକ ମୁତାବକ ପାଣି ଯାଇପାରୁନାହଁ । ଏଥିପାଇଁ କେନାଲ ଉପରେ ନିର୍ଭର କରି ଚାଷ କରୁଥିବା ଚାଷୀଙ୍କ ଚିନ୍ତା ବଢିଯାଇଛି । ଗତବର୍ଷ ଢେଙ୍କାନାଳ ଜିଲା କ୍ଷୁଦ୍ର ଜଳସେଚନ ବିଭାଗ ମୁଖ୍ୟ ନିର୍ବାହୀଯନ୍ତ୍ରୀ ସଞ୍ଜୟ କୁମାର ବେହେରା, ସବଡ଼ିଭିଜିନାଲ ଅଫିସର କ୍ଷୁଦ୍ର ଜଳସେଚନ ବିଭାଗ  ଅମ୍ବିକା ପ୍ରସାଦ ସେଠି ଏବଂ ଯନ୍ତ୍ରୀ ସୁଶାନ୍ତ କୁମାର ପାଳ ଉକ୍ତ ନଦୀବନ୍ଧ ଉପରକୁ ଯାଇ ସ୍ଥିତି ପରଖି ଥିଲେ । ସେଠାରେ ଉପସ୍ଥିତ ଚାଷୀମାନଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ ଯେ ଆଗାମୀ ଏକ ମାସ ମଧ୍ୟରେ ନଦୀବନ୍ଧଟିର ପଙ୍କ ଉଦ୍ଧାର କରିଦିଆଯିବ । କିନ୍ତୁ ଦେଇଥିବା ପ୍ରତିିଶ୍ରୁତିିକୁ ଇତି ମଧ୍ୟରେ ଦୁଇବର୍ଷ ବିତି ଯାଇଥିଲେ ସୁଦ୍ଧା ଉକ୍ତ ନଦୀବନ୍ଧଟିର ପଙ୍କ ଉଦ୍ଧାର ହୋଇପାରିନାହିଁ । ଯାହା ଚାଷୀମାନଙ୍କୁ ଏକପ୍ରକାର ପ୍ରତାରଣା ବା ଠକି ଦିଆଯାଇଛି ବୋଲି ହୋଇଛି ଅଭିଯୋଗ । ପ୍ରଭାବିତ ଚାଷୀଙ୍କ ଘୋର ଉଦବେଗ ପ୍ରକାଶ କରିଛନ୍ତି । ସେହି ବନ୍ଧରୁ ଆସିଥିବା କେନାଲ ପାଣିରେ ଗତବର୍ଷ ତଳମୁଣ୍ଡର ଚାଷୀମାନେ ବର୍ଷାଦିନେ ମଧ୍ୟ ଚାଷ ଉପଯୋଗୀ ପାଣି ପାଇନଥିଲେ ଏବଂ କେନାଲ ତଳ ଅଞ୍ଚଳର ଏକର ଏକର ଚାଷ ଜମି ପଡିଆ ରହିଥିଲା । କିନ୍ତୁ ଚଳିତ ବର୍ଷ ଯଦି ଏହାକୁ ବିଭାଗୀୟ ଅଧିକାରୀ ପୁନରାୟ ଅଣଦେଖା କରନ୍ତି ତେବେ ଚାଷୀ ମାନେ ଏକତ୍ରିତ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହେବେ । ଚଳିତ ବର୍ଷଠାରୁ ସରକାରଙ୍କ ପକ୍ଷରୁ ଆଦାୟ ହେଉଥିବା ଜଳକର ଏବଂ ଖଜଣା ବନ୍ଦ କରିଦେବେ । ଏନେଇ ଖରଖରୀ ଠାରେ ପ୍ରଭାବିତ ଚାଷୀ ଏକତ୍ରିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ନାଲୁ ମହାନ୍ତ, ଅଲେଖ ମହାନ୍ତ, ଜୟନ୍ତ ମହାନ୍ତ, ଭାସ୍କର ମହାନ୍ତ, ରମେଶ ମହାନ୍ତ, ଦୁର୍ଯେ୍ୟଧନ ମହାନ୍ତ, ନାରା ମହାନ୍ତ, ଦୈତାରୀ ମହାନ୍ତ, ବିଜୟ ମହାନ୍ତ, ବଳରାମ ବେହେରା, ବାସୁଦେବ ସାମଲ, ହୃଦାନନ୍ଦ