ସରକାର ବଦଳିଲା କିନ୍ତୁ ବଦଳିଲା ନାହିଁ ମେଡିକାଲ ଦୁରବସ୍ଥା

ବଲାଙ୍ଗିର : ଦୀର୍ଦ୍ଧ ସମୟ ଲଢେଇ ପରେ ଭୀମ ଭୋଇ ମେଡିକାଲ କଲେଜ ନିର୍ମାଣ ହୋଇଥିଲା । ତକôାଳିନ ସରକାର ପ୍ରତିଶୃତି ଦେଇଥିଲେ ୨୦୨୩ ଡିସେମ୍ବର ସୁଦ୍ଧା ଏହା ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବ କିନ୍ତୁ ନିର୍ବାଚନକୁ ଆଖି ଆଗରେ ରଖି ତରବରିଆ ଭାବେ ଅସମ୍ପୁର୍ଣ୍ଣ ମେଡିକାଲ କଲେଜକୁ ତକôାଳିନ ସରକାର ଉଦ୍ଘାଟନ କରିଥିଲେ । ମୁଁ ନିଜେ ଏହି ଉଦ୍ଘାଟନ କାର୍ଯ୍ୟକ୍ରମକୁ ବିରୋଧ କରି ମଞ୍ଚ ତ୍ୟାଗ କରିଥିଲି । ପରେ ସରକାର ବଦଳିଲା । ଆଶା ଥିଲା ମାସେ ଦୁଇ ମାସ ଭିତରେ ନୂଆ ସରକାର ମେଡିକାଲ କଲେଜକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବେ କିନ୍ତୁ ଦୁଃଖର ବିଷୟ ସରକାର ପରିବର୍ତ୍ତନ ହେବାର ଏକ ବର୍ଷ ପରେବି ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି  । ବିଜେପି ନେତୃତ୍ୱାଧିନ ସରକାର ·ରି ଆଡେ ବର୍ଷ ପୁର୍ତ୍ତିମହୋସôବ ପାଳନ କରୁଛନ୍ତି କିନ୍ତୁ ଆମ ଦିର୍ଘ ଦିନର ସ୍ୱପ୍ନ ଭୀମଭୋଇ ମେଡିକାଲ କଲେଜ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ  । ସରକାର କାହିଁକି କୌଣସି ପଦକ୍ଷେପ ଗ୍ରହଣ କରୁନାହିଁନ୍ତି ବୋଲି ରବିବାର ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି । 
ଭୀମଭୋଇ ମେଡିକାଲ କଲେଜର ନିର୍ମାଣ ଓ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ବିଧାନସଭା ଭିତରେ ଓ ବାହାରେ ସେ ଅନେକ ଲଢେଇ କରିଛନ୍ତି । ବହୁ କଷ୍ଟରେ ଏହାର ନିର୍ମାଣ କାମ ସମାପ୍ତ ହୋଇଥିଲା । କିନ୍ତୁ ଦୁଃଖର ବିଷୟ ଆମ ଜିଲ୍ଲା ସ୍ୱାସ୍ଥ୍ୟମନ୍ତ୍ରୀ ପାଇଥିବା ବେଳେ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ଅବସ୍ଥା ଭୂଷୁଡି ପଡିଛି  । ମେଡିକାଲ କଲେଜ କେବେ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବ, ଜିଲ୍ଲା ମୁଖ୍ୟ ଚିକିସôାଳୟରେ ·ଲିଥିବା ମେଡିକାଲ କଲେଜର ସମସ୍ତ ବିଭାଗ ନୁଆଁ କୋଠାକୁ କେବେ ସ୍ଥାନାନ୍ତରିତ ହେବ, ଲୋକେ କେବେ ମେଡିକାଲ କଲେଜର ପ୍ରକୃତ ଲାଭ ପାଇବେ ସେ ଦିଗରେ ସନେ୍ଦହରେ ଅଛନ୍ତି ।  ସରକାରଙ୍କ ମଞ୍ଜୁରି ମୁତାବକ ଦରକାର ହେଉଥିବା ଡାକ୍ତର, ପାରା ମେଡିକାଲ ଷ୍ଟାଫ୍, ନର୍ସିଂ ଷ୍ଟାଫ୍ର ୮୦% ପଦବି ଖାଲି ରହୁଛି । ନୁଆ ସରକାର କେବଳ ଭାଷଣ ଓ ପ୍ରତିଶୃତିରେ ସିମିତ ନ ରହି ଆମ ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟ ବିଭାଗର ସମସ୍ୟା ଗୁଡିକ ସହିତ ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମ ଆରମ୍ଭ, ସୁପର ସ୍ପେସାଲିଟି ଚିକିସôା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ସହ ଡାକ୍ତର ନିଯୁକ୍ତି ଯଥାଶିଘ୍ର କରନ୍ତୁ ନଚେତ କଂଗ୍ରେସ ଦଳ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଳାଇବ ବୋଲି ମିଶ୍ର କହିଛନ୍ତି  ।