ସାମାଜିକ  ଗଣମାଧ୍ୟମରେ କଟକଣା


 ଏହା ଏକ ଉଦ୍ବେଗଜନକ ସଂକେତ ଯେ, ୟୁଟୁ୍ୟବ ଭିଡିଓ ଅପସାରଣ କ୍ଷେତ୍ରରେ ଆନ୍ତର୍ଜାତିକ ତାଲିକାରେ ଭାରତ ପୁଣି ଥରେ ଶୀର୍ଷରେ ରହିଛି । ବିଶ୍ୱବ୍ୟାପୀ ମୋଟ ୯.୪ ମିଲିଅନ ଭିଡିଓ ଗୁଗୁଲ ମାଲିକାନାଧୀନ କମ୍ପାନୀ ଦ୍ୱାରା ଗଲାବର୍ଷ ଅକ୍ଟୋବରରୁ ଡିସେମ୍ବର ମାସ ମାତ୍ର ୩ମାସ ମଧ୍ୟରେ ଅପସାରଣ କରାଯାଇଥିବାବେଳେ ସେଥିମଧ୍ୟରୁ ୩୦ପ୍ରତିଶତ ହେଉଛି ଭାରତଠାରୁ । ଏହା ସ୍ପଷ୍ଟ ଯେ, ଲୋକପ୍ରିୟ ଭିଡିଓ ସେୟାରିଂ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମର ଅପବ୍ୟବହାର ଭାରତରେ ଅପ୍ରତିହିତ ଭାବେ ବଢିଚାଲିଛି । ୟୁଟୁ୍ୟବର ଗାଇଡଲାଇନ ଯୌନ-ଉଦ୍ଦୀପକ ପ୍ରଦର୍ଶନ, ହିଂସାକୁ ଉସôାହିତ କରିବା, ନିର୍ଯାତନା, ସାଇବର ଅପରାଧ, ଘୃଣ୍ୟ ବୟାନ ଏବଂ ବିଭ୍ରାନ୍ତିକର ତଥ୍ୟକୁ ସମ୍ପୂର୍ଣ୍ଣ ବାରଣ କରିଥିଲେ ମଧ୍ୟ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହାୟତାରେ ଏବେ ୯୬ ପ୍ରତିଶତର ଅଧିକ ଏହାର ନୀତି, କଟକଣା ଉଲଂଘନ ହେଉଥିବା ଲକ୍ଷ୍ୟ କରାଯାଏ । ତେବେ ଏବେ ଏସବୁ ନୀତିବିରୁଦ୍ଧ ଦୃଶ୍ୟାବଳୀ ବା ପ୍ରସାରଣକୁ ୟୁଟୁ୍ୟବ୍ ଅପସାରଣ ବା ପ୍ରତ୍ୟାହାର କରିନେବା ପୂର୍ବରୁ   ବହୁ ସଂଖ୍ୟାରେ କମେଂଟ ସବୁଠାରୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ନିକଟରେ ୟୁଟୁ୍ୟବର ରଣବୀର ଆଲାହାବାଦିଆ ଏକ ଅନଲାଇନ ସୋ’ରେ ଦେଇଥିବା କେତେକ ଆପତ୍ତିଜନକ ଅଋଚିକର ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ତାଙ୍କ ବିରୁଦ୍ଧରେ ମଧ୍ୟ ବହୁ ଥାନାରେ ଏଫଆଇଆର(ଏତଲା) ଦାୟର ହୋଇଥିଲା । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଭିଡିଓ ପ୍ରସାରଣକୁ ପ୍ରତ୍ୟାହାର କରାଯାଇଥିଲା । ସେହିପରି ସୋସିଆଲ ମିଡିଆ ପାଇଁ ଆଇନ ଓ ଗାଇଡଲାଇନ ପ୍ରଣୟନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କଡା ନିଦେ୍ର୍ଦଶ ଦେଇଛନ୍ତି । ଏହା ନିଃସନେ୍ଦହ ଯେ, ସାମ୍ପ୍ରତିକ ସମୟରେ ସୋସିଆଲ ମିଡିଆ (ସାମାଜିକ ଗଣମାଧ୍ୟମ) ଏବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ଏତେ ମାତ୍ରାରେ ଜନଜୀବନ ସହ ଜଡିତ ହୋଇଯାଇଛି ଯେ, ଏହା ବ୍ୟତିରେକ ମାନବ ସମାଜର ଚଳଣି ଅସମ୍ଭବ ମନେହୁଏ । କିନ୍ତୁ ଏହାର ଅପବ୍ୟବହାର କିଛି କମ୍ ନୁହେଁ, ଗୁଜବ ପ୍ରଚାର ଠାରୁ ଆରମ୍ଭ କରି ଠକେଇ, ସାଇବର ଅପରାଧ ପର୍ଯ୍ୟନ୍ତ ବିଭିନ୍ନ ସମାଜ ବିରୋଧୀ କାର୍ଯ୍ୟ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ।  ବିଭ୍ରାନ୍ତକର ଏବଂ ଅପପ୍ରଚାର ସମାଜ ତଥା ଦେଶ ପାଇଁ ଏବେ ଗୁରୁ ଧମକ ସୃଷ୍ଟି କରିଛି । ଭାରତ ଏବେ ଏକ ପ୍ରମୁଖ ରିକ୍ସ ନେଶନ ଭାବେ ଚିହ୍ନଟ ହୋଇଛି । କେଉଁମାନେ କ୍ଷତିକାରକ ଏବଂ ଆପତ୍ତିଜନକ ଭିଡିଓ ଲୋଡ କରୁଛନ୍ତି, ସେମାନଙ୍କୁ ଚିହ୍ନଟ କରାଯିବା ଆବଶ୍ୟକ । ଅବଶ୍ୟ ସରକାର ଏବଂ ୟୁଟୁ୍ୟବର ପରି ପ୍ଲାଟଫର୍ମର ମିଳିତ ସହଯୋଗ ଦୁବୃତ ବା ସମାଜ ବିରୋଧୀଙ୍କୁ ଚିହ୍ନଟ କରିବାରେ  ସହାୟକ ହୋଇପାରିବ । ଏହା ସତ୍ୟ ଯେ, ସାମାଜିକ ଗଣମାଧ୍ୟମର ତ୍ୱରିତ ପ୍ରସାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବହୁ ସମସ୍ୟା ସହଜରେ ସମାଧାନ କରିବାରେ ସହାୟକ ହୋଇଛି । ମହିଳା ନିର୍ଯାତନା, ମହିଳା ହିଂସା ଘଟଣାରେ ତ୍ୱରିତ ଭିଡିଓ ଘୂରି ବୁଲିବା ଯୋଗୁଁ ପୋଲିସ ଅବିଳମ୍ବେ ଘଟଣା ସ୍ଥଳରେ ପହଁଚିବା ସହ ଅପରାଧୀଙ୍କୁ କାବୁ କରିବାରେ ସହାୟକ ହୋଇଛି । ସେହିପରି ବର୍ଷ ବର୍ଷ ଧରି ସୁଧୁରି ନଥିବା ରାସ୍ତାର ଅବସ୍ଥା ରାତାରାତି ସମାଧାନ ହୋଇଯିବା ଦେଖାଯାଏ ।  ଏହା ଦ୍ୱାରା ବହୁ ଅନାଲୋଚିତ ଘଟଣା ଲୋକଲୋଚନକୁ ଆସିପାରିବ । କିନ୍ତୁ ଏହାର ଦୁରୁପଯୋଗ କେବଳ ସମାଜର କ୍ଷତି କରିବ ନାହିଁ, ସମାଜ ବିରୋଧୀ ଶକ୍ତିଙ୍କ ଉସôାହିତ କରିବାରେ ସହାୟକ । ଏଥିଲାଗି ସଚେତନତା ସହ ଜରୁରୀ ନିୟନ୍ତ୍ରଣ ଏବଂ ସଚେତନତା ଆବଶ୍ୟକ ରହିଛି । ସେହିପରି ୟୁଟୁ୍ୟବ୍ ମଧ୍ୟ ସଜାଗ ଏବଂ ସତର୍କ ରହିବା ଜରୁରି । ଭାରତ ମଧ୍ୟ ୟୁଟୁ୍ୟବର ବିଶୃଙ୍ଖଳାକାରୀଙ୍କୁ ନିୟନ୍ତ୍ରଣ ପାଇଁ ଏବେ ଉପଯୁକ୍ତ ସମୟ ଉପନୀତ ହୋଇଛି ।
                   ସୌଭାଗ୍ୟ ରଂଜନ ମହାନ୍ତି
                                       ମୋ:୯୪୩୭୯୯୪୩୭୯