କାୟାକଳ୍ପ ଟିମର ମେଡିକାଲ ପରିଦର୍ଶନ : ସ୍ୱଚ୍ଛତାକୁ ନେଇ ତାଗିଦ
ନୀଳଗିରି: ଭୁବନେଶ୍ୱର କାୟାକଳ୍ପ ଟିମ ନୀଳଗିରି ମେଡିକାଲ କୁ ଆସି ପରିଦର୍ଶମ କରିଛନ୍ତି । ନୀଳଗିରି ମେଡିକାଲ ପହଞ୍ଚିବା ପରେ ତାଙ୍କୁ ନୀଳଗିରି ମେଡିକାଲର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସରୋଜିନୀ ପ୍ରଧାନ ଓ ଅନ୍ୟ ସମସ୍ତ ଷ୍ଟାଫ ସ୍ୱାଗତ କରିଥିଲେ । କାୟାକଳ୍ପର ଡାକ୍ତର ପ୍ରମୋଦ କୁମାର ଦେ, ଡାକ୍ତର ନିରଲିପିତା ଦାଶ, ପ୍ରଶାନ୍ତ କୁମାର ଦାସ, ବାଲେଶ୍ୱର ଜିଲ୍ଲାରୁ ଯାଞ୍ଚ କମିଟିର ମେନେଜର ସଞ୍ଜୟ ପରିଡ଼ା, ବାଲେଶ୍ୱର ଡିପିଏମ ଅନିଲ କୁମାର ମହାନ୍ତି, ବାଲେଶ୍ୱର ସଂସଦଙ୍କ ପ୍ରତିନିଧି ପ୍ରକାଶ ମହାପାତ୍ର, ନୀଳଗିରି ମେଡିକାଲର କାର୍ଯ୍ୟରତ ଡାକ୍ତର ଶୁଭ୍ରାଂଶୁ ଶେଖର ପରିଡ଼ା, ପ୍ରଗ୍ରାମ ମେନେଜର ସଂଯୁକ୍ତା ପାତ୍ର ମିଳିତ ଭାବେ ପ୍ରଥମେ ମେଡିକାଲ ପସରିସରରେ ହୋଇଥିବା କାଫେ ପରିଦର୍ଶସନ କରି ଖାଦ୍ୟର ମାନ ପରଖିଥିଲେ । ପରେ ଟିବିୱାଡ଼, ମେଡ଼ିସିନ ଷ୍ଟୋର, ଶୌଚାଳୟ, ରୋଗୀଙ୍କ ୱାଡ଼, ଖାଦ୍ୟ ରୋଷେଇ ଶାଳା, ପରେ ଓଟି ବୁଲି ଦେଖିଥିଲେ । ନିମ୍ନମାନର ସଫେଇ ଓÿ ସ୍ୱଚ୍ଛତାକୁ ନେଇ ବିରକ୍ତି ମନୋଭାବ ପ୍ରକାଶ କରିବା ସହିତ ତାଗିଦ ମଧ୍ୟ କରିଥିଲେ ।