ବିଲୁପ୍ତି ପଥରେ ପଶୁପକ୍ଷୀ 


ପିଲାବେଳେ ମୁଁ ଦେଖିଛି ଆମ ଘର ଉପରେ ରାତ୍ରୀ ଥାଉ ଥାଉ କା କା କହି କାକମାନେ ପଶ୍ଚିମରୁ ପୂର୍ବକୁ ଉଡି ଯାଉଥିଲେ । ଦିନଯାକ ପ୍ରତିଘରକୁ କିଛି କୁଆମାନେ ଆସି ରାବୁଥିଲେ । ପରିତ୍ୟକ୍ତ ଖାଦ୍ୟମାନ ଖାଉଥିଲେ କେହି କେହି ତାଙ୍କୁ କିଛି ଖାଇବାକୁ ମାନବ ଖାଦ୍ୟ ବି ଦେଉଥିଲେ । ଶ୍ରାଦ୍ଧ ପୂଜାରେ କାକବଳୀ ଦିଆଯାଉଥିଲା । ସନ୍ଧ୍ୟା ହେଲେ ପୁଣି ଏମାନେ ପଶ୍ଚିମ ମୁହାଁ ହୋଇ କାକଙ୍କ ବସା କାକ ଗହନକୁ ଫେରୁଥିଲେ । ଏମିତି ବଗ ଗହନ, ବାଦୁଡ଼ି ଗହନ, ଏପରି ଥିଲା, ପୂର୍ବେ କେଉଁ ସ୍ଥାନକୁ ଆକ୍ରମଣକାରୀ ବାହାରୁ ଆସି ପ୍ରବେଶ କରିବେ ଏ ପାଇଁ କାକମାନଙ୍କ ଗତିକୁ ଆକାଶ ଦିଗକୁ ଦୃଷ୍ଟି କରି ସ୍ଥିର କରୁଥିଲେ । କାକମାନେ ବଡ଼ ସତ୍ୟ ବା କୌଣସି ଆକ୍ରମଣକାରୀ ମନୁଷ୍ୟ ତାଙ୍କୁ ତଳୁ ଟେଳା ଡେଣୁଆ ତୀର ମାରି କାଳେ ଆକ୍ରମଣ କରିବେ ଏ ପାଇଁ ପୃଥିବୀରୁ ଉପରକୁ ଫିଙ୍ଗିବା ଏସବୁ ଜିନିଷର ଗତିର ଊଦ୍ଧ୍ୱର୍ରେ ଏମାନେ ମନୁଷ୍ୟ ନଥିବା ବା କମ ମନୁଷ୍ୟ ଥିବା ଦିଗ ଦେଇ ଯାଆସ କରନ୍ତି । ନବଗତ ଆକ୍ରମଣକାରୀ ଏହି ପଥରେ ଜନପଦରେ ପଶୁଥିଲେ । ଏ ସମୟରେ ଏ ପକ୍ଷୀ ଆଉ ଦେଖାଯାଉ ନାହାଁନ୍ତି । ଶାଗୁଣା ଫୁଲଶାଗୁଣା ଏବେ ଅଦୃଶ୍ୟ । ପୂର୍ବାପେକ୍ଷା ମନୁଷ୍ୟ ସଂଖ୍ୟା ବୃଦ୍ଧି ହେଉଛି ମାତ୍ର ଶବ ଖାଇବାକୁ ଶାଗୁଣା କାଉ ବିଲୁଆ ନାହାଁନ୍ତି । ବଣି ଚଢ଼େଇ ଏକ ସୁନ୍ଦର ପକ୍ଷୀ । ଯୋଡ଼ି ବଣି ଶୁଭ । ଏବେ ଏକ ବଣି ବି ଅଦୃଶ୍ୟ ଓ ଦୁଇ କଥା ଛାଡ଼ । ଡାହୁକର ଡାକ ଶୁଣା ଯାଉନାହିଁ । ପୋଖରୀ ଅଛି ପାଣିକୂଆ, ଚିଲ ଶଙ୍ଖ ନାହାଁନ୍ତି । ଓଧମାନେ ଦେଖା ଯାଉନାହାଁନ୍ତି । ଶାଳୁଆ ପୋତନୀ ବା ଗନ୍ଧ ମାର୍ଜାର ନାହାଁନ୍ତି । ହାତୀ ବେଳକୁ ବେଳ ମୃତୁ୍ୟ ମୁଖରେ ପଡ଼ୁଛନ୍ତି । ବାଘ ଗଣତିରେ ବାଘ ହୁଏତ କାଗଜ କଲମରେ ବଢ଼ୁଛନ୍ତି ମାତ୍ର ସତ୍ୟ ବାଘ ସତରେ କମ । ଗ୍ରାମରେ ଷଣ୍ଢ ମାଙ୍କଡ଼ ବୁଲା କୁକୁରଙ୍କ ସଂଖ୍ୟା ବଢ଼ୁଛି ଯହିଁରେ ଲୋକ ଅତିଷ୍ଠ ହେଉଛନ୍ତି । ଗ୍ରାମ୍ୟ ଅର୍ଥନୀତିରେ ପଶୁ ସହାୟକ ଏବେ କେହି ଅଣ୍ଡିରା ବାଛୁରୀ ପାଳୁ ନାହାଁନ୍ତି । ଗାଈ ରଖୁନାହାଁନ୍ତି, ଛେଳି, ମେଣ୍ଢା ରଖି ପାରୁନାହାଁନ୍ତି । ଗୋଚର ଭୂମି ନାହିଁ, ଘାସ ଅଭାବ ପଡ଼ିଲାଣି । ଧାନ କ୍ଷେତ୍ର ଅଭାବ, ହିଡ ଥିଲେ ଘାସ ବଢ଼ନ୍ତା ହିଡ଼ ନାହିଁ । ପୁଣି ଧାନ କ୍ଷେତ୍ରରେ ପୋକମରା ଔଷଧ ସିଞ୍ଚନ ଯୋଗୁ ଘାସ ବି ବିଷାକ୍ତ ପାଲଟୁଛି । ପଶୁଖାଦ୍ୟ ଆକାଶ ଛୁଅାଁ ଦର । ଏ କ୍ଷେତ୍ରରେ ପଶୁମାନଙ୍କୁ ପାଳିବା ଏବେ ବହୁ କଷ୍ଟସାଧ୍ୟ ଯୋଗୁ ପଶୁ ସଂଖ୍ୟା କମୁଛି । କୁକୁଡ଼ା ଚାଷ ଚାଲିଛି ମାତ୍ର ଅଣ୍ଡା ଘରପାଖରେ ଦୋକାନରୁ ଲୋକେ ସର୍ବଦା କିଣୁଛନ୍ତି । ଯାହା ଚାଲାଣ ଅଣ୍ଡା । ପ୍ରକୃତ କୁକୁଡ଼ା କେହି ଅଣ୍ଡା ଦେବାକୁ ସାମର୍ଥ୍ୟ ନୁହଁନ୍ତି । କ୍ରୟରେ କୁକୁଡ଼ା ଲୋକେ ପାଳୁଛନ୍ତି ଏ କ୍ଷେତ୍ରରେ ଦେଶୀ କୁକୁଡ଼ା ବିଲୁପ୍ତ ପଥରେ ଆସିଲେଣି । ମାଛ ଉପରେ ଲୋକଙ୍କର ଏବେ ନଜର ବଢ଼ିଛି । ହେଲେ ଧାନ ବିଲରେ ଆଉ ଚୁନାମାଛ ମାରୁନାହିାଁନ୍ତି । କରୋଣ୍ଡି ଦଣ୍ଡକିରି, ମହୁରାଡ଼ି ଅଭାବ । ପୋଖରୀରେ ମାଛ କେହି ଛାଡ଼ି ବଢ଼ାଇ ଧରିବା ହେଉନାହିଁ । ଚାଲାଣ ମାଛ ଲୋକେ କିଣି ଖାଉଛନ୍ତି ଯାହା ଦୂର ରାଜ୍ୟରୁ ଏ ରାଜ୍ୟ ବଜାରକୁ ଆସୁଛି । ନଦୀମାଛ, ସମୁଦ୍ର ମାଛ ବିକ୍ରୟ, ଏହା ଧନୀ ଲୋକଙ୍କର ଆୟତ୍ତ । ଗରିବ ଲୋକଙ୍କ ପଇସା ନାହିଁ କି ଶସ୍ତା ମାଛ ବଜାରରେ ନାହିଁ । ଏପରି ବିଲୁପ୍ତ ପଥରେ ଅନେକ ପଶୁପକ୍ଷୀ ମାଛ ଏହା ସହିତ ଗଛଲତା । ଏସବୁ ପ୍ରଳୟ ଦିଗକୁ ମନୁଷ୍ୟଙ୍କୁ ଭିଡ଼ିବା ଦେଖାଗଲାଣି । 
ଅଜୟ କୁମାର ବେହେରା
ମୋ : ୯୪୩୭୦୩୧୨୫୩