ଅଭୟ କୁମାର ଦାସନାମ ପରିବର୍ତ୍ତନର ଧାରା

ଏହି ଯୁଗର ନାମ କଳିଯୁଗ, ଏଇତ ସମୟ । ଦିନେ ଏପରି ଏକ ସମୟ ଏଇ ପୃଥିବୀରେ ଭୋଗ ହେଉଥିଲା ସତ୍ୟ ଯୁଗ ତାପରେ ତ୍ରେତା ଯୁଗ ତାପରେ ଦ୍ୱାପର ଯୁଗ ଏହି ଯୁଗର ନାମ ସମୟ ବଦଳିବା ସହିତ ଉପଭୋକ୍ତା ମାନେ ହିଁ ବଦଳାଇଛନ୍ତି । ଏପାଇଁ କିଛି ବାଦବି ସ୍ୱାଦ ଏମଧ୍ୟରେ ନିଶ୍ଚେ ଭୋଗ ହୋଇ ତାପରେ ମାର୍ଗରେ ପଡ଼ିଛି । ତେବେ ଯୁଗ ଶେଷରେ ଏକ ଏକ ସନ୍ଧି ପଡ଼େ । ଏଇ ସନ୍ଧିରେ ଏପରି ମତମାନ ଦାନା ବାନେ୍ଧ ଏ ଯୁଗରେ ଦ୍ୱିତୀୟ ଯୁଗ ଅବତାରଙ୍କ ନାମରେ ଉତ୍ସର୍ଗୀକୃତ । ନାମ ହରେ ରାମ ହରେକୃଷ୍ଣର ନାମର ଉଦଘୋଷା ଶୁଣା ଯାଉଛି, ପୁଣି କଳକୀ ରାମ କଳକୀ କୃଷ୍ଣ ବି ଥୋକେ କହିଲେଣି । ଏମିତି ରାଜନୈତିକ ଦୂର ଅଭିସନ୍ଧିରେ ଏକ ଦଳ ଶାସନରେ ଥିଲାବେଳେ ଏକ ଯୋଜନାର ରୂପ ରେଖ ଦଳରେ ସିଦ୍ଧାନ୍ତ ହୋଇ ଦଳମୁଖ୍ୟଙ୍କ ଦ୍ୱାରା ଯୋଜନା କିଛିର ନାମ କରଣ ହୋଇଥାଏ । ଯେମିତି ସେ ଦଳ ପଲଟି ଯାଏ ତାର ପର ଦଳଙ୍କ ତାହା ଶ୍ରୁତିକଟୁ ହୁଏ ବିଗତ କାର୍ଯ୍ୟ ଓ ନାମ ଗୁଡ଼ିକ ନାମ ଶ୍ରବଣ ପିତା ଲାଗେ । ଅତଏବ ନାମ ବା ରୂପ କିଛି ବଦଳା ଯାଇ ପ୍ରଜାନୁରଂଜନ ଚିନ୍ତା କରାଯାଉଛି ।
ଦିନେ କଲିକତା ସହରରେ ବ୍ରଟିଶ ସମୟର କେତେ ଜଣ କରିତକର୍ମାଙ୍କର ନାମରେ ଛକ ସୁଦୃଶ୍ୟ ଜନଗହଳି ସ୍ଥାନ ଗଳି ମୁଖ୍ୟ ରାସ୍ତା ନାମିତି ହୋଇଥିଲା । କାଳକ୍ରମେ ପଛ ନାମ ବଦଳି ପୁନଃ ନୂଆ ନୂଆ ନାମ ଏମିତି ଲାଗିଲାଗି ଚାଲିଛି । ବ୍ରିଟିଶ ବେଳେ ଥିଲା ଡେଲହାଉସି ସ୍କୋୟାର ଲିପନ ସରଣୀ  । ପରେ ପରେ ହେଲା ହୋଚିମିନ ସରଣୀ ଲେନିନ ସରଣୀ ଏପରି ବଡ଼ ବଜାରରେ ଅନେକ ବାଣିଜ୍ୟ ପଟିର ନାମ ବି ଏପରି ନାମାନ୍ତର ହୋଇ ଚାଲିଛି । ତୁଳାପଟି ଦିନେ ଗୋପବନ୍ଧୁ ସରଣୀ ନାମିତ ଥିଲା ଏବେ ଏଇଟା ଛୋଟ ସାଇନବୋର୍ଡ଼ରେ ନାମିତ କିନ୍ତୁ କେହି ଆଉ ସେ ନାମରେ ସେ ଗଳିକୁ ଚିହ୍ନି ପାରୁନାହାନ୍ତି । ଲବଣ ହ୍ରଦକୁ ସଲ୍ଟ ଲେକ କୁହାଯାଉଛି । ଏଥିରେ ସହର ବସାଇବା କାମ ଆରମ୍ଭ କରିଥିଲେ ଡକ୍ଟର ବିଧାନ ଚନ୍ଦ୍ର ରାୟ । ଯେ କଂଗ୍ରେସ ଦଳର ଜଣେ ସ୍ୱନାମ ଧନ୍ୟ ଡାକ୍ତର ଓ ମୁଖ୍ୟମନ୍ତ୍ରୀ । ପରେ ଜ୍ୟୋତିଷବସ୍ତୁ କମୁ୍ୟନିଷ୍ଟ ନେତା ମୁଖ୍ୟମନ୍ତ୍ରୀ ହେଲେ ବି ଏହି ସଲ୍ଟ ଲୋକର ଏକ ଅଞ୍ଚଳ ବିଧାନ ନଗରରେ ନାମିତ କରିଛନ୍ତି । ଆମ ଓଡ଼ିଶାରେ ଓଡ଼ିଆ ଅସ୍ମିତା କଥା ଏବେ କୁହାଯାଉଛି । ଓଡ଼ିଆ ନାମ ଗୁଡ଼ିକ ଇଂରେଜମାନେ ତାଙ୍କ ଚାର୍ଟରେ ନାମ ଗୁଡ଼ିକ କଲିକତା ହାଓଡ଼ାର ଇଂରାଜୀ ଉଚ୍ଚାରଣ ଓ ଲେଖାରେ ଫରକ ଥିବାପରି କରିଥିଲେ । କଲିକତାକୁ କାଲକାଟା ହାଓଡ଼ା ଡକା ଏବେ ବି କେତେ ଲେଖାରେ ଶୋଭା ପାଉଛି । ତେବେ ଇଂରାଜୀରେ କୋଲକାତା ଏବେ ଲେଖାଗଲାଣି ହାଓଡ଼ା ବଦଳି ନାହିଁ । ପଡ଼ା ହେବା କଥା କୁହାଯିବା ଲେଖକୁ ପିଏଆରଏ ରେ କୁହାଯାଉଛି । ଲେଖା ବି ଯାଉଛି ସେମିତି ଓରିସା ଲେଖାଯାଉଥିଲେ ବହୁ ଚେଷ୍ଟା ପରେ ଓଡ଼ିଶା କରାଯାଇଛି । ହେଲେ କଟକ ବଦଳି ନାହିଁ । ଆଶା ଏପରି ଅନେକ ସଂସ୍କାର ବୁଦ୍ଧିଜୀବୀଙ୍କ ଦ୍ୱାରା ଅଳ୍ପ ଦିନରେ ହୋଇଯିବ । ତେବେ ବହୁ ପ୍ରାଚୀନ ଇତିହାସ ଭୂଗୋଳ ମାନଚିତ୍ର ଆଦିରେ ଏହା ପୂର୍ବପରି ନରହିଲେ କେହି ସେ ସ୍ଥାନକୁ ଚିହ୍ନିବା କଷ୍ଟକର ହୋଇପାରେ । ବହୁ ଦଲିଲରେ ସେ ପୁରାତନ ନାମର ବନାନ ଲେଖା ପୂର୍ବପରି ରହିବ । ତତସମ ତଦଭବ ଏ ଦୁଇଧାରରେ ଅନେକ ଶବ୍ଦ ପୂର୍ବ ଉଦଘୋଷକୁ ନେଇ ରହିବ । କଳି ବିବାଦ ନକରି ଆବଶ୍ୟକ ସଂସ୍କାର ସବୁବେଳେ ଦରକାରୀ ସଂସ୍କାର କରାଗଲେ କେବେ କ୍ଷତି ହୋଇନପାରେ । ଏ ପାଇଁ ବିଷାଦ ରକ୍ତପାତ କେବେ ଠିକ ନୁହଁ । ତିନି ପିଢ଼ି ଶ୍ରାଦ୍ଧରେ ଦିଆଯାଏ ଜେଜେ ଦେଉଥିଲେ ତାଙ୍କ ବାପା ତାଙ୍କ ଜେଜେବାପା ତାଙ୍କ ଗୋସେଇଁ ବାପାଙ୍କ ଶ୍ରାଦ୍ଧ ବାପା ଦେଲେ ତାଙ୍କ ବାପା ଓ ତାଙ୍କର ବାପା ପୁଣି ତାଙ୍କର ଗୋସେଇଁ ବାପାଙ୍କ ଶ୍ରାଦ୍ଧ ଆମେ ଦେଲେ ଦେଉଛ । ଆମ ବାପା ଆମ ଜେଜେ ଆମ ଜେଜେ ବାପାଙ୍କ ଶ୍ରାଦ୍ଧ ଅତଏବ ସମୟାନ୍ତରକୁ ଶ୍ରାଦ୍ଧର ପରମ୍ପରା ପରି ତକ୍ରାଳ ସ୍ଥିତି ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ ହେଉଛି ତାକୁ ମାନିନେବା ଆବଶ୍ୟକ । ଦିନେ ଓଡ଼ିଶାରେ ତେର ଜିଲ୍ଲା ଥିଲା ହେଲା ୩୦ ଜିଲ୍ଲା ଏଥିରେ କିଛି ହୋଇନାହିଁ । ଅତଏବ ଲୋକେ ଅଭ୍ୟସ୍ତ ହେଲେ ପରେ ଭଲ ମନ୍ଦ ବୁଝିପାରିବେ । 
ଅଜୟ କୁମାର ବେହେରା,ମୋ : ୯୪୩୭୦୩୧୨୫୩