ସରକାରଙ୍କୁ ବସ୍ ଓ ଟ୍ରକ ମାଲିକଙ୍କ ଚେତାବନୀ : ପୁଲିସ୍ ଚେକିଂ କଲେ ଆନେ୍ଦାଳନ
କଟକ : ଖାଲି ପରିବହନ ବିଭାଗର ଅଧିକାରୀ ନୁହଁନ୍ତି, ପୁଲିସ୍ ବି ଗାଡ଼ି ମୋଟର ଚେକିଂ କରିପାରିବ । ଜରିମାନା ବି କାଟିପାରିବ । ରାଜ୍ୟ ସରକାର ଏଭଳି ପ୍ରସ୍ତାବକୁ ନେଇ ବିଚାର ବିମର୍ଷ କରୁଥିବାବେଳେ ଏନେଇ ଚରମ ଚେତାବନୀ ଦେଇଛନ୍ତି ବସ୍ ଓ ଟ୍ରକ ମାଲିକ ସଂଘ । ସଂଘ ପକ୍ଷରୁ କୁହାଯାଇଛିଯେ, ପୁଲିସ୍ ଆଇନଶୃଙ୍ଖଳା ଦେଖିବା ଦରକାର । ପରିବହନ ବିଭାଗ ତାଙ୍କ କାମ କରିବା ଉଚିତ୍ । ପୁଲିସକୁ ଚେକିଂ ଦାୟିତ୍ୱ ଦେଲେ ସମସ୍ତେ ହଇରାଣ ହେବେ । ଜୁଲମ ବଢ଼ିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଯଦି ସରକାର ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରନ୍ତି ତେବେ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।