ସ୍ୱାସ୍ଥ୍ୟସେବାର ଦୟନୀୟ ସ୍ଥିତି
ସୁସ୍ଥ ଓଡିଶା-ସୁଖୀ ଓଡିଶା ପାଇଁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ଏବଂ ବର୍ତମାନର ସରକାର ଏହାର ନାମ ପରିବର୍ତ୍ତନ କରି ରାଜ୍ୟର ଗରିବ, ଅସହାୟ ପରିବାରକୁ ୫ଲକ୍ଷ ଟଙ୍କା ଓ ମହିଳାମାନଙ୍କ ଲାଗି ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିସôା ସୁବିଧା ଯୋଗାଇ ଦେଉଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଭାରତ ଯୋଜନା ସ୍ୱାସ୍ଥ୍ୟ ଯୋଜନା ସ୍ୱାସ୍ଥ୍ୟ ଯୋଜନା ଯୋଡି ହେବାକୁ ଯାଉଛି । ସେହିପରି ରାଜ୍ୟରେ ଏବେ ଗୋଟିକ ପରେ ଗୋଟିଏ ମେଡିକାଲ କଲେଜ ଏବଂ ହସ୍ପିଟାଲ ଗଢି ଉଠୁଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୭ଟି ସରକାରୀ ଏବଂ ୪ଟି ବେସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ରହିଛି । ଆଗାମୀ ପାଂଚ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିସାରିଲେଣି । କେବଳ ଏତିକି ନୁହେଁ, ରାଜ୍ୟର ସରକାରୀ ହସ୍ପିଟାଲଗୁଡିକରେ ରୋଗୀଙ୍କୁ ମାଗଣାରେ ଔଷଧ ଠାରୁ ଆରମ୍ଭ କରି ସମସ୍ତ ପରୀକ୍ଷା ମାଗଣାରେ ଦିଆଯାଉଛି । ଏହା ସତ୍ତ୍ୱେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ନେଇ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷଣ(ସିଏଜି) ଯେଉଁ ରିପୋର୍ଟ ଦେଇଛନ୍ତି, ତାହା ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ପ୍ରଦର୍ଶିତ କରିଛି ବୋଲି କହିଲେ ଅତିରଂଜିତ ହୋଇନପାରେ । ଏହାର ମୁଖ୍ୟକାରଣ ହେଉଛି ଡାକ୍ତର, ନର୍ସ ସାଙ୍ଗକୁ ଆନୁଷଙ୍ଗିକ ଭିତ୍ତିଭୂମିର ଅଭାବ ବୋଲି କୁହାଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ସରକାରୀ ବ୍ୟବସ୍ଥା ଅନୁଯାୟୀ ପ୍ରତି ୧୦୦୦ ଜନସଂଖ୍ୟାରେ ଜଣେ ଡାକ୍ତର ରହିବା ବ୍ୟବସ୍ଥା ରହିଥିବାବେଳେ ରାଜ୍ୟରେ ଏବେ ୧୬୨୨ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି । ସେହିପରି ପ୍ରତି ୩୦୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି । ସେହିପରି ପ୍ରତି ୩୦୦୦ ଲୋକଙ୍କ ପାଇଁ ଜଣେ ଷ୍ଟାଫ ନର୍ସ ରହିବାକୁ ଧାର୍ଯ୍ୟ ହୋଇଥିବା ସମୟରେ ୩୮୨୯ ଲୋକରେ ଜଣେ ନର୍ସ ଅଛନ୍ତି । କଥାରେ ଅଛି ଚାଳକ ନଥିଲେ ଗାଡି ଚାଲିବ କିପରି? ଡାକ୍ତର, ଷ୍ଟାଫ ନର୍ସ ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ତଥା ଭିତ୍ତିଭୂମି ଅଭାବରେ ରାଜ୍ୟରେ ସ୍ୱାସ୍ଥ୍ୟସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି ବୋଲି କହିଲେ ଅତିରଂଜିତ ହେବ ନାହିଁ । ସିଏଜି ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟରେ ଏବେ ବିଭିନ୍ନ ବିଭାଗରେ ୪୦ ଭାଗ ଡାକ୍ତର ଓ ୪୯ ଭାଗ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି । ସେହିପରି ୩୦ପ୍ରତିିଶତ ଷ୍ଟାଫ ନର୍ସ ପଦବୀ ଖାଲି ପଡିଛି । ଜିଲ୍ଲା ମୁଖ୍ୟ ଚିକିସôାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯଥାକ୍ରମେ ୪୦ ଓ ୫୮ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡିଛି । ଅର୍ଥାତ ରାଜ୍ୟରେ ଜନସଂଖ୍ୟା ଦୃଷ୍ଟିରୁ ଯେତିକି ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ରହିଛି । ସେଥି ମଧ୍ୟରେ ଅଦେ୍ର୍ଧକ ପଦବୀ ଖାଲି ପଡିଥିବା ରିପୋର୍ଟ କହେ । ଗ୍ରାମାଚଂଳ ଏବଂ ଦୁର୍ଗମ ଅଂଚଳରେ ଥିବା ଡାକ୍ତରଖାନାଗୁଡିକରେ ଡାକ୍ତର ଅଭାବରୁ କମ୍ପାଣ୍ଡର, ଏପରିକି ସୁଇପର (ଝାଡୁଦାର) ରୋଗୀଙ୍କ ଚିକିସôା କରୁଥିବା ରିପୋର୍ଟ ପ୍ରକାଶ ପାଇଛି । ବଡ ମେଡିକାଲ ବା ମେଡିକାଲ କଲେଜଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ଡାକ୍ତରଖାନାରେ ଶଯ୍ୟା ଅଭାବରୁ ରୋଗୀ ବାରଣ୍ଡାରେ ପଡିଥିବା ଦେଖାଯାଏ । ଯାହାକି ଆବଶ୍ୟକ ଶଯ୍ୟା ଠାରୁ ୬୪ ପ୍ରତିଶତ କମ୍ । ସେହିପରି ନିରାମୟ ଯୋଜନାରେ ସରକାର ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇବା ବ୍ୟବସ୍ଥା କରୁଥିବାବେଳେ ଔଷଧ ମିଳୁନଥିବା ଅଭିଯୋଗ ହୁଏ । ଆହୁରି ମଧ୍ୟ ଔଷଧର ମାନ ବା ଗୁଣବତ୍ତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାର ନିମ୍ନମାନର ଔଷଧ ହସ୍ପିଟାଲଗୁଡିକୁ ଯୋଗାଉଥିବା ଅଭିଯୋଗ ହୁଏ । ସରକାରୀ ଔଷଧ ପାଇଁ ଲୋକେ ବ୍ୟଗ୍ର କିନ୍ତୁ ସେସବୁ ଔଷଧ କାମ କରୁନଥିବା ଯୋଗୁଁ ରୋଗୀ ଏବେ ମୁହଁ ଫେରାଇଲେଣି । ସେହିପରି ସରକାରୀ ଡାକ୍ତରଖାନା ଗୁଡିକରେ ଉନ୍ନତମାନର ଯନ୍ତ୍ରପାତି ତଥା ଉପକରଣ ନଥିବା ଯୋଗୁଁ ରୋଗୀ ଘରୋଇ ଡାକ୍ତରଖାନା ମୁହାଁ । ରାଜ୍ୟରେ ମଧ୍ୟ ଘରୋଇ ହସ୍ପିଟାଲ ଛତୁ ଫୁଟିବା ଭଳି ଗଢିଉଠୁଥିବାବେଳେ ରୋଗୀଙ୍କୁ ଶୋଷଣ କରିବାର ମାଧ୍ୟମ ପାଲଟିଥିବା ଅଭିଯୋଗ ହୁଏ । ସ୍ୱାସ୍ଥ୍ୟବୀମାଧାରୀ ଉନ୍ନତମାନର ଚିକିସôା ପାଇଁ ଘରୋଇ ହସପିଟାଲ ମୁହାଁ ହୋଇଥିବାବେଳେ ବୀମା ରାଶି ଲୁଟ୍ ହେବା ସାର ହେଉଛି । ଯାହାକି ଗଣମାଧ୍ୟମର ଶିରୋନାମା ପାଲଟିଛି । ଏହା ନିଃସନେ୍ଦହ ଯେ, ରାଜ୍ୟରେ ମେଡିକାଲ କଲେଜ ଓ ହସପିଟାଲ ସଂଖ୍ୟା ବୃଦ୍ଧି ପାଇବା, ଗ୍ରାମାଞ୍ଚଳରେ ଡାକ୍ତରଖାନା ନୂଆ ନୂଆ ଡାକ୍ତରଖାନା ପ୍ରତିଷ୍ଠା ହେଉଥିବାବେଳେ ଡାକ୍ତର, ଷ୍ଟାଫ ଏବଂ ଭିତ୍ତିଭୂମିର ଅଭାବ ସ୍ୱାସ୍ଥ୍ୟ ସେବାକୁ ବିପର୍ଯ୍ୟନ୍ତ କରିଦେଇଛି । ଏଥିପ୍ରତି ସରକାର ଧ୍ୟାନ ଦେବେ ବୋଲି ଆଶା କରିବା ।
ସୌଭାଗ୍ୟ ରଂଜନ ମହାନ୍ତି, ମୋ:୯୪୩୭୯୯୪୩୭୯