ସ୍ୱାସ୍ଥ୍ୟକାର୍ଡ ଓ ଘରୋଇ ଡାକ୍ତରଖାନା 


ଘରେ ନପଶୁଣୁ ଚାଳ ବାଜିବା ପରି ସରକାର ଗଠନ ନହେବା ପୂର୍ବରୁ ରାଜ୍ୟରେ ବିଜୁସ୍ୱାସ୍ଥ୍ୟ କାର୍ଡ଼ ବନ୍ଦ ହୋଇଯିବ ବୋଲି ଗୁଜବ ପ୍ରଘଟ ଓ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଛି ।  ୧୯୯୨ ମସିହାରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନ ଆସିବା ପରଠାରୁ ଘରୋଇ ଡାକ୍ତରଖାନା କ୍ଷେତ୍ରରେ ବାରମ୍ବାର ଲାଗୁ ହେଉଥିବା ପରିବର୍ତ୍ତିତ ନୀତି ଫଳରେ ଘରୋଇ ମେଡ଼ିକାଲରେ ପଞ୍ଜୀକରଣ ଏକ ଦୁରୂହ ବ୍ୟାପାର ପାଲଟିଛି । ଏଣେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସରକାର କେତେକ ନିର୍ଦ୍ଦିଷ୍ଟ ରୋଗ ପାଇଁ ଯେତିକି ଚିକିତ୍ସା ରାଶି ଧାର୍ଯ୍ୟ କରିଛନ୍ତି ସେଥିରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ଓ ଘରୋଇ ହସ୍ପିଟାଲ ଚଳାଇବା କଷ୍ଟ ସାଧ୍ୟ ହେଲାଣି ବୋଲି ଅଭିଯୋଗ ହୋଇଛି ।  ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅପରେସନ ଓ ଅନ୍ୟ ଜଟିଳ ଚିକିତ୍ସା ପାଇଁ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ରାଶିରେ ଅପରେସନ ସମ୍ଭବ ହେଉନାହିଁ । ଏଥିରେ ତୁରନ୍ତ ପରିବର୍ତ୍ତନ ଆବଶ୍ୟକ ।    ସରକାରୀ ଡାକ୍ତରଖାନାର ସିଡିଏମଓ ରେଫର କଲେ ହିଁ ଘରୋଇ ହସ୍ପିଟାଲରେ ରୋଗର ଚିକିତ୍ସା ହେବାର ନିୟମ ଉଠାଇ ଦିଆଗଲେ ରୋଗୀଙ୍କ ପାଇଁ ସୁବିଧାଜନକ ହୁଅନ୍ତା ।   
ଶ୍ୟାମସୁନ୍ଦର ସାମଲ,ମୋ : ୯୭୭୮୬୩୫୯୨୬