ଶ୍ରୀଅଙ୍ଗଲଗା ପୁଷ୍ପଗୁଚ୍ଛ

ଶ୍ରୀଅଙ୍ଗଲଗା ପୁଷ୍ପଗୁଚ୍ଛ

ଦେବ ଶ୍ରୀଅଙ୍ଗଲାଗି ଫୁଲ, ତୁଳସୀ, ବେଲପତ୍ର କିଛି ସମୟ ପରେ ବା ଦିନ ଅବସ୍ଥାନ ପରେ କାଢ଼ି ଦିଆଯାଏ ବା ଏକ ସେବା ପରେ ଅନ୍ୟ ସେବା ବେଳକୁ କାଢ଼ି ଦିଆଯାଏ । ଏମିତିକି ଅନେକ ଠାକୁରାଣୀଙ୍କ ସେବାକୁ କେହି ଭକ୍ତ ଶାଢ଼ି ପ୍ରଦାନ କରିଥିବେ ତାହାକୁ ପିନ୍ଧାଇ ଠାକୁରାଣୀଙ୍କ ସୁନ୍ଦର ରୂପେ ସଜାଇ ସୁଦୃଶ୍ୟ କରାଯାଇଥାଏ ପରବର୍ତ୍ତୀ କାଳରେ ଆଉ ଜଣେ ଭକ୍ତ ଏପରି ଶାଢ଼ି ଚଢ଼ାଇବା ପାଇଁ ଆସିଲେ ପୂର୍ବ ଶାଢ଼ିଟିକୁ ଓହ୍ଲାଇ ପୁନଃ ନୂତନ ଶାଢ଼ି ପିନ୍ଧାଇ ଦିଆଯାଏ । ଏପରି ଏବେ ମନ୍ଦିର ପରିସରରେ ଭୋଗ ଦୋକାନ ଖୋଲିଛି । ଲୋକ ଭୋଗ ପାଇଁ ସେଠାରୁ ବିଭିନ୍ନ ମିଠା ଦ୍ରବ୍ୟ କିଣି ପାତ୍ରରେ ଭୋଗ ଚଢ଼ାଇବାକୁ ଆଣନ୍ତି । ଏ ଭୋଗ ସମର୍ପଣ ପରେ ଭୋଗକୁ ଚଢ଼ାଇବା ଉଦେ୍ଦଶ୍ୟ ଆଣିଥିବା ବ୍ୟକ୍ତିଙ୍କୁ ଫେରସ୍ତ ଦିଆଯାଉଛି । ଶ୍ରୀମନ୍ଦିରରେ ମହାପ୍ରସାଦ ଲାଗି ଗଲାପରେ ମହାପ୍ରସାଦ ଗୁଡ଼ିକ ଭକ୍ତଙ୍କୁ ପ୍ରସାଦ ଭୋଜନ ପାଇଁ ମହାପ୍ରସାଦ ଖଳାକୁ ଆସୁଛି । ଏଥିରୁ କିଛି ବଳକା ଅନ୍ନ ପ୍ରସାଦ ଶୁଷ୍କ କରି ନିର୍ମାଲ୍ୟ କରି ଦୋକାନରେ ବିକ୍ରୟ କରାଯାଉଛି । ଠାକୁରଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର ଟୁକୁଡ଼ା ପୁଷ୍ପଗୁଚ୍ଛ ବି ଭକ୍ତଙ୍କ ପାଇଁ ଆଶୀର୍ବାଦର ବସ୍ତୁ ବୋଲି ମନ୍ଦିର ତରଫରୁ ଦକ୍ଷିଣା ପ୍ରାପ୍ତ ବେଳେ ଅର୍ପଣ କରାଯାଉଛି । ଏପରି ତୁଳସୀ ଫୁଲ, ବେଲପତ୍ର ଆଦି ଦର୍ଶନାର୍ଥୀ ଭକ୍ତଙ୍କୁ ବିଭିନ୍ନ ମନ୍ଦିରରେ ଦିଆଯାଉଛି ଏସବୁ ଛଡ଼ା ଶ୍ରୀଅଙ୍ଗଲଗା ଦ୍ରବ୍ୟ ।
ଯେ କୌଣସି ଫୁଲଗଛରେ ଫୁଲ ଫୁଟିଲେ ଯଦି ଏହା କାହାରି ଦ୍ୱାରା ତୋଳା ହୋଇ ଦେବ ସେବାକୁ ନଗଲା ତେବେ ନିଶ୍ଚେ ପ୍ରସ୍ଫୁଟିତ ହୋଇ ବୃନ୍ତଚୁ୍ୟତ ମନକୁ କିଛି ଦିନ ପରେ ବା କିଛି ସମୟ ପରେ ହୋଇଯାଏ । ପୁଷ୍ପଟିକୁ ପବନ ସୂର୍ଯ୍ୟକିରଣ ନିଶ୍ଚେ ଭୋଗ କରିଥାନ୍ତି । ଏମାନେ ଜୀବନ୍ତ ଦେବତା ରୂପେ ଚିହ୍ନଟ । ପୁଷ୍ପଟି ବୃକ୍ଷରେ ଫୁଟିଲେ ବି ବୃକ୍ଷଟି ପୃଥିବୀର ମାଟିରୁ ଉଠିଛି କେହି ଜଳ ଦେଉ ବା ଆକାଶର ବର୍ଷା । ପାଣି ଗଛ ମୂଳରେ ନପଡ଼ିଲେ ଗଛ ବଢ଼ିନପାରେ ଅତଏବ ଜଳ ଦେବତା ଓ ପୃଥିବୀ ମା ଏହାର ବୃକ୍ତଚୁ୍ୟତ ପରେ ବି ଉପଭୋକ୍ତା ହେଉଛନ୍ତି । ଅତଏବ ଫୁଲ ସର୍ବଦା ଦେବତା ଉଦେ୍ଦଶ୍ୟରେ ଫୁଟୁଛି । ଫୁଲରେ ବସି ମହୁମାଛି ତାର ଶୁଣ୍ଢରେ ମଧୁ ସଂଗ୍ରହ କରି ତାର ଗଢ଼ିଥିବା ମଧୁଚକ୍ର ବା ଫେଣାରେ ସଞ୍ଚୟ କରିଥାଏ । ଏହି ମହୁ ବି ପଞ୍ଚାମୃତର ଓ ମଧୁପର୍କର ଅଂଶକୁ ମହୁ ଏକ ବିଶେଷ ଔଷଧୀୟ ଦ୍ରବ୍ୟ । ପଦ୍ମଫୁଲରୁ ମଧୁ ମକ୍ଷିକାର ମଧୁ ପଦ୍ମମଧୁ ଯେ ଚକ୍ଷୁରୋଗ ଅବର୍ଥ ଔଷଧ । ଏପରି ଫୁଲ ପତ୍ର ମଧ୍ୟ ବିଶେଷ ଔଷଧରେ ଆସୁଛି । ଗୋଲାପ ଫୁଲରୁ ରୋଜୱାଟର ରୋଜ ସରବତ ପ୍ରସ୍ତୁତ ହେଉଛି । ଗୋଲାପ ପାପଡ଼ି ଶୁଷ୍କ ହେଲେ ବି ବହୁ ଔଷଧରେ ଲାଗୁଛି ସାବୁନରେ ଲାଗୁଛି । ଏପରି ତୁଳସୀ ବେଲପତ୍ର ବହୁ ରୋଗର ମହୌଷଧି । ଦେବ ପ୍ରତିମାରେ ଫୁଲ ସହିତ ଚନ୍ଦନ, ଚୁଆ, ହଳଦୀ, କର୍ପୂର ମଥାଘଷା ଆଦି ଲାଗେ । ଏସବୁ ସଂସ୍ପର୍ଶରେ ଛଡ଼ା ଫୁଲ ଆସି ଲୋକ ଶରୀରରେ ଅନେକ ରୋଗ ସକାଶେ ପ୍ରତିରୋଧକାରକ ହୋଇଥାଏ । ଭୂତାବେଶ, ଡାହାଣୀ, ପ୍ରେତଭୟ ଲୋକଙ୍କୁ ହୁଏ । ଏମାନେ ଦୁର୍ଗନ୍ଧକୁ ଭଲ ପାଆନ୍ତି । ଶ୍ମଶାନରେ ଭୂତ ପ୍ରେତାଦି ବାସ ଯେଉଁଠାରେ ଶବ ପୋଡ଼ା ଗନ୍ଧ ବିଚ୍ଛୁରିତ ପବନରେ ହେଉଥାଏ । ହେଲେ ଦେବ ମନ୍ଦିର ଦେବପୂଜା ସ୍ଥାନରେ ପବିତ୍ର ବାତାବରଣ ମଧ୍ୟରୁ ସୁଗନ୍ଧ ପବନ ମିଳିଥାଏ । ଘୃତ ଦୀପରୁ ଘୃତ କର୍ପୂର ଆଳତୀରୁ ପୁଷ୍ପର ବାସ୍ନାରୁ ତୁଳସୀରୁ ଝୁଣା ଗୁଗୁଳରୁ, ଚୁଆରୁ ବିଭିନ୍ନ ଅତର ଗୋଲାପଜଳରୁ ବାସ୍ନା ଏହା ଦେବପ୍ରିୟ ପୁଣି ଭୂତ ଦୂରେଇବା ବାସ୍ନା । ଯେଉଁଠି ଦୁର୍ଗନ୍ଧ ସେଠାରେ  ରୋଗବାସ, ଯେଉଁଠି ସୁଗନ୍ଧ ସେଠାରୁ ରୋଗ ଜୀବାଣୁ ଦୂରେଇ ନିରୋଗ ଅନେକ କ୍ଷେତ୍ରରେ ଲୋକଙ୍କୁ ରଖାଉଛି । ଋଷିମାନେ ରୋଗରେ ପଡ଼ୁ ନଥିଲେ । ଏବେ ଏତେ ପଦାର୍ଥ ବ୍ୟବହାର ବଢ଼ିଲାଣି ହେଲେ ଋଷିଏ ଏତେ ଦ୍ରବ୍ୟରେ କେବେ ଜଡ଼ିତ ନଥିଲେ ବହୁଘରେ ରୋଷେଇ ଘର ବାସଗୃହ ମଧ୍ୟରେ ଠାକୁର ଘର ମଧ୍ୟ ଏଇ ବାସଗୃହରେ ଜଡ଼ିତ । ପାଇଖାନା ଘର ବାସ ଗୃହରେ ସାମିଲ ଏକ ମିଶ୍ରଣ ଗନ୍ଧ ସବୁ ଗୃହ ଭିତରେ ରହୁଛି ପୁଣି ଗୃହର ପଙ୍ଖା ପବନ ସବୁକୁ ମିଶାଇ ଦେଇଛି । ରୋଷେଇ ଘରେ ମାଛ, ଚିଙ୍ଗୁଡ଼ି, ଶୁଖୁଆ ପାକ ପୋଡ଼ା ଏବେ ଚାଲିଛି ଯାହାର ଏକ ଗନ୍ଧ ସେ ଘର ଭିତରେ ବ୍ୟାପୁଛି । ଫଳରେ ମନୁଷ୍ୟ ଶରୀରର ରୋଗ ପ୍ରତିରୋଧ ଶକ୍ତିରେ ଏକ ବାଧା ଆଣୁଛି । ନିଶ୍ୱାସ ପ୍ରଶ୍ୱାସରେ ଏ ଗନ୍ଧ କଣ କ୍ଷତି କରୁଛି ଏକଥାରେ କାହାର ଶିକ୍ଷା ବା ନଜର ନାହିଁ । ଶ୍ମଶାନ ପାଖ ଭୂମିରେ ବାସ ଏପାଇଁ ମନା ଅଛି । କାରଣ ଶବପୋଡ଼ା ଶବ ପଚା ଗନ୍ଧ ଘ୍ରାଣ ରୋଗ ସୃଷ୍ଟିକାରୀ । ସେଥିରୁ ବାହାରୁ ଥିବା ଜୀବାଣୁ ଭୂତାଣୁ ପବନରେ ମନୁଷ୍ୟ ନାକ ପାଟି ବାଟେ ଶରୀର ପ୍ରବେଶ କରି କିଛି ରୋଗ ସୃଷ୍ଟି କରିଥାଏ । 
ବିଶ୍ରବା ଋଷି ବ୍ରହ୍ମାଙ୍କର ତୃତୀୟ ପୁରୁଷର ବ୍ୟକ୍ତି ମାତ୍ର ସେ ରାକ୍ଷସ କନ୍ୟା ନିକସାର ପାଣିଗ୍ରହଣ କରିଥିଲେ ନିକସାଙ୍କୁ ଯଜ୍ଞଧୂମ ଘୃତପୋଡ଼ା ବାସ୍ନା ଭଲ ଲାଗୁନଥିଲା ସେପରି ମହର୍ଷି ଉଦ୍ଦାନକଙ୍କୁ ପେଷ୍ଟା ଲକ୍ଷ୍ମୀ (ଅଲକ୍ଷ୍ମୀ)ଙ୍କୁ ବିବାହ ହେବାକୁ ପଡ଼ିଥିଲା । ସେ ମଧ୍ୟ ଘୃତ ବାସ୍ନାକୁ ନାକରେ ଘ୍ରାଣ ନକରି ନାକଋଦ୍ଧ କରୁଥିଲେ । ଏସବୁ ଦୁଃଖର କାରଣ ଜଣାପଡ଼ିଥିଲା । ନିକସା ପୁଅ ରାବଣ କି ଭୟଙ୍କର ସମସ୍ତେ ଜାଣନ୍ତି । ହତଲକ୍ଷ୍ମୀଙ୍କ ଭୟଙ୍କର ସମସ୍ତଙ୍କୁ ଜଣା । ଶୁଦ୍ଧ ଜୀବନ ପାଇଁ ସୁଗନ୍ଧ ଆଶ୍ରୟ ଆବଶ୍ୟକ, ମାତ୍ର କୃତ୍ରିମ ଅତର ନୁହଁ । ଶୁଦ୍ଧ ପୁଷ୍ପ ସତ୍ତ୍ୱର ଅତର ବ୍ୟବହାର କରି ମନୁଷ୍ୟକୁ ବହୁ ରୋଗରୁ ରକ୍ଷା କରେ । ହଳଦୀ ଚନ୍ଦନ ଚର୍ମର ଉପକାରୀ । ହଳଦୀ ଜୀବାଣୁ ନାଶକ, ଏବେ ଭୋଜନର ଏହା ଏକ ଆନୁଷଙ୍ଗିକ ପ୍ରୟୋଗ । 
ଅଜୟ କୁମାର ବେହେରା,ମୋ : ୯୪୩୭୦୩୧୨୫୩