ଜନଔଷଧି କେନ୍ଦ୍ର ଓ ରୋଗୀ


ରୋଗ ହେଲେ ଚିକିତ୍ସାର ଆବଶ୍ୟକତା ରହିଛି । ରାଜ୍ୟର ଗରିବ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ଔଷଧ ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ୨୦୦୮ ମସିହାରେ ଜନଔଷଧି କେନ୍ଦ୍ର ଖୋଲାଯାଇଥିଲା । ହେଲେ ରୋଗୀଙ୍କ ଚାହିଦା ମୁତାବକ ଔଷଧ କେନ୍ଦ୍ରରେ ମିଳୁନଥିବା ଅଭିଯୋଗ ହୋଇଛି । ଏବେ ନିରାମୟ ଯୋଜନାରେ ରୋଗୀଙ୍କୁ ସମସ୍ତ ପ୍ରକାର ଔଷଧ ମାଗଣାରେ ଯୋଗାଇ ଦିଆଯାଉଛି । ଫଳରେ ଜନଔଷଧ କେନ୍ଦ୍ରକୁ ଆଉ ବେଶୀ ରୋଗୀ ଯାଉନାହାନ୍ତି । ଯଦିଓ ଅନ୍ୟ ମେଡ଼ିସିନ ଦୋକାନ ଭଳି ଏଠାରେ ପ୍ରତ୍ୟେକ ପକ୍ରାରର ଔଷଧ ମିଳିଥାଏ । ଖାଲି ସେତିକି ନୁହେଁ ମୂଲ୍ୟ ଓ ମାନକୁ ଦେଖିଲେ ବାହାର ଔଷଧ ଅପେକ୍ଷା ଏହା ଉନ୍ନତ ଓ ଦାମ ମଧ୍ୟ କମ । ସମସ୍ତ ଜନ ଔଷଧ କେନ୍ଦ୍ରରେ ପ୍ରାୟ ସମସ୍ତ ପ୍ରକାର ମେଡ଼ିସିନ ମିଳିଥାଏ । କିନ୍ତୁ ଆଜି ବି ଅନେକ ଲୋକ ଏହି ମେଡ଼ିସିନ ବାବଦରେ କିଛି ଜାଣନ୍ତି ନାହିଁ । ଯେଉଁ ଲୋକମାନେ ଜାଣିଛନ୍ତି ସେଥି ମଧ୍ୟରୁ କେତେକ ଲୋକଙ୍କର ଏଥିପ୍ରତି ବିଶ୍ୱାସ ନାହିଁ । ଯେଉଁ ଲକ୍ଷ୍ୟ ନେଇ ଏହି କେନ୍ଦ୍ର ଖୋଲାଯାଇଥିଲା ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ଆସ୍ଥା ଭାଜନ ହୋଇପାରୁନାହିଁ । ପ୍ରଥମେ ଚବିଶ ଘଣ୍ଟିଆ ସେବା ଯୋଗାଇ ଦେବାର ନିୟମ ଥିବାବେଳେ ଏବେ କର୍ମଚାରୀ ସମସ୍ୟା ଏହାର ପ୍ରମୁଖ କାରଣ ପାଲଟିଛି । ଯାହାଫଳରେ କେନ୍ଦ୍ରଟି ୧୦ଟାରୁ ୬ଟା ଯାଏ ଖୋଲା ରହୁଛି । ଔଷଧ ବାବଦରେ ପେମେଣ୍ଟ ଠିକ ସମୟରେ ହୋଇପାରୁନାହିଁ । ତେଣୁ ମେଡ଼ିସିନ ଯୋଗାଇଦେବାରେ ବିଳମ୍ବ ହେଉଛି । ଫଳରେ ରୋଗୀଙ୍କ ଆବଶ୍ୟକତା ଅନୁଯାୟୀ ଔଷଧ ମିଳୁନଥିବାରୁ ଅନେକ ସମୟରେ ଲୋକମାନେ ଖାଲି ହାତରେ ଫେରୁଛନ୍ତି ।
ଜନଔଷଧି କେନ୍ଦ୍ରରେ ବିକ୍ରି କରାଯାଉଥିôବା ଔଷଧ ଶତପ୍ରତିଶତ ସୁରକ୍ଷିତ ଏବଂ ଡାକ୍ତରମାନେ ଲେଖୁଥିବା ପ୍ରାୟ ଔଷଧ ଏଠାରେ ଏବେ ବି ପ୍ରାୟତଃ ଅନେକ ମିଳିନଥାଏ । ତେବେ ଲୋକଙ୍କ ଆବଶ୍ୟକ ଅନୁଯାୟୀ ଜନଔଷଧି ମେଡ଼ିସିନ ସବୁ ରୋଗ ପାଇଁ ପ୍ରାୟତଃ ମିଳିପାରୁନାହିଁ ଯାହାଫଳରେ ଲୋକମାନେ ଫେରିବାକୁ ବାଧ୍ୟ ହୋଇଥାନ୍ତି । ଯଦି ସମସ୍ତ ପ୍ରକାର ମେଡ଼ିସିନ ଠିକ ସମୟରେ ଆଉ ଅଧିକ ପରିମାଣରେ ଯୋଗାଇ ଦିଆଯାଇପାରନ୍ତା ତେବେ ଆହୁରି ଅନେକ ଲୋକ ଉପକୃତ ହୋଇପାରନ୍ତେ । ଯେତିକି ମେଡ଼ିସିନ ଅର୍ଡ଼ର ଯାଉଛି ତାଠାରୁ କମ ମେଡ଼ିସିନ ମିଳୁଛି ବୋଲି ଏହି କେନ୍ଦ୍ରର କର୍ମଚାରୀମାନେ ପ୍ରାୟତଃ ଉତ୍ତର ମିଳିଥାଏ । ଲୋକେ ନିରାମୟ କେନ୍ଦ୍ରକୁ ଯାଇ ସମ୍ପୂର୍ଣ୍ଣ ମାଗଣାରେ ମେଡ଼ିସିନ ଆଣୁଛନ୍ତି । ସେଠାରେ ଯେଉଁ ମେଡ଼ିସିନ ମିଳୁନାହିଁ ଏଠାରୁ ଆସି ନେଉଛନ୍ତି, ଏଠି ନମିଳିଲେ ବାହାରକୁ କିଣିବାକୁ ବାଧ୍ୟ ହେଉଛନ୍ତି ବୋଲି ଦୋକାନୀ ମାନଙ୍କ ମତ । ତେବେ ନିରାମୟ ଯୋଜନା ପରେ ଜନଔଷଧି କେନ୍ଦ୍ରର ଚାହିଦା ଟିକେ କମିଯାଇଛି । 
ଶ୍ୟାମ ସୁନ୍ଦର ସାମଲ,ମୋ : ୯୭୭୮୬୩୫୯୨୬