ହେ ପାନ୍ଥ ଦୃଷ୍ଟି ସ୍ଥିର ରଖ

ଦୃଷ୍ଟି ଦୁଇ ପ୍ରକାର ଅର୍ନ୍ତଦୃଷ୍ଟି, ବର୍ହିଦୃଷ୍ଟି । ଦୃଷ୍ଟିରେ ଗୃହୀ ଓ ସନ୍ନ୍ୟାସୀ ସଧବା, ବିଧବା, ବିଦ୍ୟାର୍ଥୀ, ଚାଷୀ, ଯାନଚାଳକ, ନେତା, ବାୟାମୁସ୍ତୁରୀ, ବଣିକ, ଚାକିରି ଧରିବା, ରୋଜଗାରୀ, ବେରୋଜଗାରୀ, ନୂଆ ବିବାହିତ ଏପରି ବହୁ ପ୍ରକାର ସ୍ତରର ଲୋକଙ୍କ ର ଏଇ ଦୁଇ ଦୃଷ୍ଟି ଆବଶ୍ୟକ । ବହିର୍ଦୃଷ୍ଟି ପାଇଁ ମନୁଷ୍ୟ ଚକ୍ଷୁ ପାଇଁ ଅନେକ ଯନ୍ତ୍ର ସରଞ୍ଜାମ ବ୍ୟବହାର କରନ୍ତି ଯଥା ଯବକାଚ, ଚଷମା, ଅଣୁବୀକ୍ଷଣ ଯନ୍ତ୍ର, ଦୂରବୀକ୍ଷଣଯନ୍ତ୍ର ଏ ସମୟକୁ ପୁଣି ଆହୁରି ସୂକ୍ଷ୍ମ ତୀକ୍ଷ୍ମ ଦୃଷ୍ଟି ପାଇଁ ଯନ୍ତ୍ରପାତି । ମାତ୍ର ଅନ୍ତର୍ଦୃଷ୍ଟି ପାଇଁ ଏମିତି କିଛି ଯନ୍ତ୍ରପାତି ନାହିଁ । ମହାଜନ ଗତସ୍ୟପନ୍ଥା, ଗୁରୁ ଅନୁଭୂତି, ଶାସ୍ତ୍ରଜ୍ଞକ ଗୁରୁବାକ୍ୟ ଏସବୁ ଅନ୍ତର୍ଦୃଷ୍ଟି ପାଇଁ ଏକ ଏକ ଅବଲମ୍ବନ । ନିମ୍ନମାନ ଶିକ୍ଷିତ ଉଚ୍ଚଶିକ୍ଷିତ ଏ ମଧ୍ୟରେ ଅନ୍ତର୍ଦୃଷ୍ଟିରେ ଏମାନେ ଭିନ୍ନ ହୋଇପାରନ୍ତି ।
ପୂର୍ବେ ଲୋକେ ଅମଡ଼ା ବାଟରେ ଯାଉଥିଲେ । ଫଳରେ କଣ୍ଟା, କାଚଖଣ୍ଡ, ପଥରଖଣ୍ଡ, ବିଷଧର ଜନ୍ତୁ ବାଟରେ ଆସୁଥିଲେ । ପୁଣି ଢ଼ିପ ଖାଲ, କାଦୁଅ, ପାଣି, ତତଲା ପଥରରେ ଚାଲିବାକୁ ପଡ଼ୁଥିଲା । ପୂର୍ବେ ବନବାସ ଏକ ଖୋଲା ଜେଲ ଦଣ୍ଡପରି ଦଣ୍ଡଥିଲା । ଶ୍ରୀରାମ ଭୋଗିଛନ୍ତି, ପାଣ୍ଡବମାନେ ଭୋଗିଛନ୍ତି । ଅନେକ ମୋହ ମୁକ୍ତ ଜୀବନ ପାଇଁ ଏପରି ଜଙ୍ଗଲ ବାସ ଆପଣେଇ ନିଅନ୍ତି । ବୟସ ବଢ଼ିଗଲେ ଶରୀର ରୋଗଗ୍ରସ୍ଥ ଭୟ ରହିଛି ।ଏ ପାଇଁ ବିଶୁଦ୍ଧ ଅମ୍ଳଜାନ ପ୍ରଚୁର ମିଳୁଥିବା ବଣ ଜଙ୍ଗଲରେ ବାନପ୍ରସ୍ଥ ଜୀବନ ବିତାଉଥିଲା । ଦେଖନ୍ତୁ କରୋନା ରୋଗରେ ଅମ୍ଳଯାନ ଏତେ ଆବଶ୍ୟକ ହେଲା ଯାହା ପ୍ରାଣଘାତକରୁ ରକ୍ଷା କରିବା ଅନୁଚିନ୍ତା ଧରିଲା । ଏ ସମୟରେ ବନ ଜଙ୍ଗଲ ତୋଟା ସବୁ ଶେଷ । ବୃହଦ ବୃକ୍ଷ ଅଦୃଶ୍ୟ ଯାହା ଅଛି କାଁ ଭାଁ । ତେବେ ବାୟୁ ମଣ୍ଡଳକୁ ଶୋଧନ କରିବା ଧାରା ଓଲଟ ହୋଇ ବାର ବାର ବାୟୁ ପ୍ରଦୂଷଣ ବଢ଼ୁଛି । ଏ ରୋଗ ଗୁରୁ ସ୍ୱରୂପ ଛାଟ ମାରି ଏହି ଗଛ ଲଗାଅ, ଯତ୍ନ ନିଅ ଜଣାଇ ଦେଇଛି । ବିଦୁ୍ୟତ ଅମ୍ଳଜାନ ଓ ମୌଳିକ ଚେରମୂଳି ପତ୍ର ଫଳ ଫୁଲ ଖାଇ ପର ଜୀବନ ଜଙ୍ଗଲରେ କଟାଇବା ହେଉଥିଲା । ଏଥିପାଇଁ ମୁନିଋଷି ଜଙ୍ଗଳରେ ଠିକ ବର୍ଷାକୁ ଉତ୍ତମ ଫଳମୂଳର ଗଛ ଲଗାଇବା ଏକ ଯଜ୍ଞ ବୋଲି ଏକ ବୈଜ୍ଞାନିକ ଦୂରଦୃଷ୍ଟିର ଚିନ୍ତନ ରଖିଥିଲେ । କେଉଁ ଗଛ ପାଖରେ କେଉଁ ଗଛ ରହିଲେ ପ୍ରତି ଋତୁରେ ଭୋଜ୍ୟ ଫଳ ମୂଳ ପତ୍ର ପାଇହେବ ତାହା ସେମାନଙ୍କ ବିଚାରବା ଅନ୍ତର୍ଦୃଷ୍ଟି ଥିଲା ।
ହରିଡ଼ା, ବାହାଡ଼ା, ଅଁଳା ତ୍ରିଫଳା ଏଥିରୁ ସର୍ବରୋଗର ଔଷଧ ହୁଏ । ପିପ୍ୱଳୀ, ଗୋଲମରିଚ, ଲଟା ଗଛ ଏ ମଧ୍ୟ ଔଷଧ ଗଛ । ରୋଗ ଆରୋଗ୍ୟକାରୀ ଜଡ଼ିବୁଟି, ଅନେକ ପତ୍ର ଶାଗ ଆକାରରେ ଭୋଜ୍ୟ ସଜନା, ଅଗସ୍ତୀ ଏ ସର୍ବଦା ଲୋକପ୍ରିୟ ଶାଗ ଏବେ ବି ଲୋକେ ଆଦରରେ ବାଡ଼ିରେ ଲଗାଉଛନ୍ତି । ଅନେକ ଫଳଗଛ ମଧ୍ୟରେ ରସାଳ ଫଳରାଜ ଆମ୍ବ, ପଣସ, ଲିଚୁ, କେନ୍ଦୁ, ସଫେଦା, ଜାମୁରୋଲ, ଜାମୁ, ନେହୁଆ, ଆତ, ପିଜୁଳି, ପିଆରା ଲେମ୍ବୁ, କଦଳୀ ଏସବୁ ଜଙ୍ଗଲରେ ହିଁ ପ୍ରଥମେ ମୁନିଋଷି ଲଗାଇବା ଆରମ୍ଭ କରିଦେଇଥିଲେ । ଏଥିରେ ଖାଦ୍ୟ ଔଷଧ ସହିତ ବାସଗୃହର ବ୍ୟବହାର ଦ୍ରବ୍ୟ ମିଳୁଥିଲା । ତେନ୍ତୁଳି, ନଡ଼ିଆ ଖଜୁର ଏବେ ସର୍ବତ୍ର ।ଏ ସବୁ ହିଁ ସେହି ମୁନିଋଷିଙ୍କର ମନୁଷ୍ୟକୁ ଖାଦ୍ୟ ପାଇଁ ଆବଶ୍ୟକ । ଓଲୁଅ, ବରାହକନ୍ଦ, କନ୍ଦମୂଳ, ସାରୁ, ଗୟାଳୁ ଏମାଟି ତଳ ଫସଲ ଏହାର କ୍ରମ ବର୍ଦ୍ଧମାନ ରକ୍ଷଣାବେକ୍ଷଣା ଯାହା ଏବେ ହେଉଛି ତାହା ସେହି ଜଙ୍ଗଲ ବାସିନ୍ଦାଙ୍କର ଦୂର ଦୃଷ୍ଟି ହିଁ ଏ ପର୍ଯ୍ୟନ୍ତ ଏସବୁ ରକ୍ଷା କରିଆସିଛି । ଧାନ, ମାଣ୍ଡିଆ, ଗହମ, ଯଅ, ବାଜରା, ମକ୍କା, ହରଡ଼, ବୁଟ, ମୁଗ, ବିରି, କୋଳଥ ପରି ଶସ୍ୟ ଏସବୁ ସେହି ପୂର୍ବଜ ଆଦିଗୁରୁଙ୍କ ଚିହ୍ନଟ ଖାଦ୍ୟବସ୍ତୁ ଆମେ ଏବେ ମଞ୍ଜି ବୁନା ନହୋଇ ବଞ୍ଚାଇ ରଖିଛେ । ବରଂ ଏହା ବହୁ ଫଳନଶୀଳ ଚିନ୍ତା ପ୍ରକଟ କରୁଛି । ମୂଳ ଖାଦ୍ୟ ଦ୍ରବ୍ୟର ମୌଳିକ ଗୁଣ ଯାହା ବିଭିନ୍ନ ଦ୍ରବ୍ୟଗୁଣ ବିଷୟରେ ବହୁବର୍ଗ ପରୀକ୍ଷା ନିରୀକ୍ଷା ପରେ ଧାର୍ଯ୍ୟ କରାଯାଇଥିଲା, ତାକୁ ଯୌଗିକ, ଶଙ୍କର ପଦ୍ଧତିରେ ପ୍ରସ୍ତୁତ କରାଯିବା ପରେ ଏହି ଗୁଣ ପୂର୍ବବତ ରହିଛି ଏକଥା କେହି ନୂଆ କରି ଦ୍ରବ୍ୟଗୁଣ ସଂରଚନାରେ ଲେଖିନାହାଁନ୍ତି ବା ଲେଖିଥିଲେ ତାହା ସାର୍ବଜନୀନ କରାଯାଉନାହିଁ । ବିଷ ହିଁ ରୋଗର ଉତ୍ସ ତେବେ ଏ ବିଷ ପ୍ରତ୍ୟକ୍ଷ ବିଷ ପ୍ରାଣ ଘାତକ । ହଠାତ୍ ନଯାଇ ଧୀରେ ଧୀରେ ତାର ପ୍ରକ୍ରିୟା ମାନବ ଶରୀରରେ ଦେଖାଇବାରେ ଲାଗିଛି । ପୂର୍ବେ ଯେଉଁ ବୃକ୍ଷଜ ପତ୍ରପୁଷ୍ପଫଳ ମୂଳ ଚେରରୁ ଚିକିତ୍ସା ହେଉଥିଲା ତାହା ଏବେ ସଂପୂର୍ଣ୍ଣ ବିଲୁପ୍ତ କରିବା ଦେଖାଦେଇଛି । କେହି ଯଦି ଏପରି ଔଷଧ ତୟାର କରୁଛନ୍ତି ତାର ପୂର୍ବ ପଦ୍ଧତିର ଦ୍ରବ୍ୟ ସଂଗ୍ରହ ଓ ଦ୍ରବ୍ୟ ଶୋଧନ ଠିକ ଭାବରେ ହୋଇଛି କି ନାହିଁ କେହି ଜାଣିବା ବାଟନାହିଁ । ଏହାପରେ ଧାତବ ଲବଣ ଓ ଅନ୍ୟାନ୍ୟ ରସାୟନାଦି ଔଷଧ ପ୍ରସ୍ତୁତ ହୋଇ ଚିକିତ୍ସକଙ୍କ ଦ୍ୱାରା ଟିପ ଲେଖାରେ ସୌଦାଗରୀ ନାମରେ କ୍ରୟ କରିବାକୁ ପଡ଼ୁଛି ପୁଣି ଯେଉଁ ଔଷଧ ଅତି ଲୋକ ପ୍ରସିଦ୍ଧି ଆରୋଗ୍ୟକାରୀ ତାର ନକଲ ସାଥି ସାଥି ବଜାରରେ ଉପଲବ୍ଧ । ଏହି ଯେଉଁ ମାର୍ଗ ଏସବୁ ମାନବ ସମାଜର ଭବିଷ୍ୟତକୁ ଧ୍ୱଂସ ଦିଗକୁ ନେଉଛି ଏ ପାଇଁ କଣ ଭାବନା ଦରକାର ନାହିଁ ।
ପୂର୍ବେ ଗୋତ୍ର ଜାତିଆଣ ଧର୍ମ ପ୍ରଭାବ ଲୋକାଚାରରେ ଲୋକେ ବ୍ରତୀ ଥିଲେ । ବିଶ୍ୱାସ ଥିଲା ବିବାହ, ବ୍ରତ, ଗୃହ ନିର୍ମାଣ, ଗୃହ ପ୍ରବେଶ ଆଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କେବେ କରାଯିବ କେଉଁ ବର ବା କେଉଁ କନ୍ୟାକୁ ବିବାହ ଦ୍ୱାରା ଉଭୟେ ମଙ୍ଗଳମୟ ଭବିଷ୍ୟତ ଗଢ଼ି ପାରିବେ, ଏହା ଏବେ ବିଲୁପ୍ତ । ପ୍ରେମ ବିବାହ ଅନୁହେନା, ବିଲୋମ, ବିଧର୍ମୀ ବିବାହକୁ ନିଜ ବଂଶରେ ବିବାହ ହେଲାଣି । ଏ ସବୁ ଯେ ଉଚିତ ନୁହେଁ ଏକଥା କିଏ କହିବ? ଏହା କୁଫଳ ଯେ କରୁଛି ସେ ହିଁ ଶେଷରେ ବିଳମ୍ବରେ ଭୋଗ ନିଶ୍ଚିନ୍ତ । ଏ ସମୟରେ ଜାତିଗତ ବିବାହ ନୁହଁ ବୃତ୍ତିଗତ ଜାତି ବିବାହ ପ୍ରାଧାନ୍ୟକୁ ଅତିଥିରେ ଗଣ୍ଡା ଗଣ୍ଡା ବିବାହ ଦେବା ଆଳରେ, ରାଜ ରେଜେଷ୍ଟ୍ରି ବିବାହ ହେଉଛି । ହେ ପାନ୍ଥ ଦେଖିକି ଚାଲ ଏଥିରେ ବିପଦ ନିଶ୍ଚେ ଅଛି । ବିପଦ ବେଳକୁ ଦେବତା ମହିମା ଦୁଇବଳ ଭୁଲି, ଭୁଲ ମାମଲାରେ ବର୍ଷ ବର୍ଷ ବିତାଇ ଯୌବନ ନଷ୍ଟ କରିବାକୁ ପଡ଼ିବ । ମିଥ୍ୟା ଆରୋପ ନକଲେ ମାମଲା ହୋଇନପାରେ । ଦେଖ ପଥ ଠିକ ନା ଭୁଲ । ହୁମବୀରେ ଅନେକ କାର୍ଯ୍ୟ କରାଯାଏ ନାହିଁ ପରେ ପଛରେ ପସ୍ତାଇବାକୁ ପଡ଼େ ।
ଅଜୟ କୁମାର ବେହେରା
ମୋ: ୯୪୩୭୦୩୧୨୫୩