ବାସ୍ତବ ଈଶ୍ୱର ପ୍ରକୃତ ଦେବତା

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ବାସ୍ତବ ଈଶ୍ୱର, ପ୍ରକୃତ ଦେବତା କିଏ, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷର ଜୀବନ ସୁଖ ଆଉ ଦୁଃଖର ସମାହାର  । ଦୁଃଖରେ, ଦୁଃଖରେ କାହାରି ଜୀବନର ସବୁ ଦିନ ସରିଯାଏନି କି ସୁଖ ବି ସବୁଦିନ କାହାରି ରହି ନାହିଁ  । ଉଭୟ ପରିସ୍ଥିତିର ପରିବର୍ତ୍ତନ ଅଛି  । ସୁଖ ଆଉ ଦୁଃଖର ବ୍ୟାଖ୍ୟା ଅତି ବ୍ୟାପକ  । ତେବେ ଦୁଃଖ ସମୟରେ ଆମ ପାଖରେ ଯିଏ ଠିଆ ହେଇଛି, ସାହା ହେଇଛି ତାକୁ କଦାପି ଭୁଲିବାର କଥା ନୁହଁ  । ଯାହାଙ୍କର ଟିକିଏ ସାହାଯ୍ୟ ଓ ସହଯୋଗ ଯୋଗୁଁ ଆମର ଦୁଃଖର ବେଳାଗୁଡାକ ପଳେଇଯାଇଛି, ସେହି ଲୋକଟି ଦେବତାର ଆସନରେ ବସିବା ଯୋଗ୍ୟ  । ଅସମୟରେ ଯିଏ ଆମକୁ ସାହାଯ୍ୟ କରିଛି, ପରିସ୍ଥିତି ବଦଳିଗଲେ ତାଙ୍କ ପ୍ରତି ଆମେ ଅକୃତଜ୍ଞ ହୋଇଗଲେ ଭବିଷ୍ୟତରେ ଦିନେ ଆମକୁ ନିଶ୍ଚିତ ଅନୁତାପ କରିବାକୁ ପଡିିବ  । ଦୁଃଖ ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ଏବଂ ସେହି ବନ୍ଧୁଙ୍କ ଯୋଗୁଁ ହିଁ ଏକ ଦୁଃଖ ସମୟରେ ପରିସ୍ଥିତି ବିରୁଦ୍ଧରେ ଲଢେଇ କରି ଆମେ ବଞ୍ଚିପାରିଛୁ  ।
ମଣିଷ ତମାମ୍ ଜୀବନ ବହୁ ପରିସ୍ଥିତି ବିରୁଦ୍ଧରେ ଲଢି କରି ବଞ୍ଚôବ  । ଯେଉଁ ମୁହୂର୍ତ୍ତରେ ଏ ଲଢେଇରେ ସେ ହାରିଯାଏ, ସେହି ମୁହୂର୍ତ୍ତଟି ଜୀବନର ଶେଷ ସମୟ ବୋଲି ମନେ ରଖିବାକୁ ପଡିବ  । ତେଣୁ ଏଭଳି ସମୟରେ ସାହାଯ୍ୟ କରିଥିବା ଲୋକ ମଣିଷ ପାଇଁ ଈଶ୍ୱର ସଦୃଶ  । ସର୍ବନିୟନ୍ତା କେବେ ହେଲେ ସିଧାସଳଖ ସ୍ୱର୍ଗରୁ ଓହ୍ଲାଇ ଆସି କାହାରିକୁ ସାହାଯ୍ୟ କରନ୍ତି ନାହିଁ  । କୌଣସି ନା କୌଣସି ଏକ ଭିନ୍ନ ରୂପରେ ସେ ମଣିଷକୁ ସାହାଯ୍ୟ କରିଥାନ୍ତି  । ଏହି ଭିନ୍ନ ରୂପଟି ଦେଖିବା ପାଇଁ କିମ୍ବା ଅନୁଭବ କରିବା ପାଇଁ ଆମେ ପ୍ରାୟତଃ ସମର୍ଥ ନୁହଁ  । ଅତଏବ ବିପଦ ସମୟରେ ସାହାଯ୍ୟ କରିଥିବା ଲୋକଟିକୁ ଈଶ୍ୱରଙ୍କ ଅବତାର ଭାବେ ଗ୍ରହଣ କରିବାକୁ ହେବ  ।
କୃତଜ୍ଞତା ପ୍ରକାଶ କରିବା ମାନବୀୟ ଗୁଣ  । କୃତଘ୍ନ ହେଲେ ମଣିଷ ପଶୁରେ ପରିଣତ ହୋଇଯିବ  । ପଶୁ ସମାଜରେ ନିଜର ଛୁଆମାନଙ୍କ ପାଇଁ ମାଆ, ଅନ୍ୟମାନଙ୍କ ସହିତ ଲଢେଇ କରି ଜୀବନ ଦେବାକୁ ପ୍ରସ୍ତୁତ ହୋଇଯାଏ  । କିନ୍ତୁ ଛୁଆ ବଡ ହେଇଗଲେ ଖାଦ୍ୟ ପାଇଁ ମାଆ ସହିତ କଳହ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ  । ଏଇଟା ପଶୁସମାଜର ଏକ ସାଧାରଣ ବ୍ୟବହାର  । ମଣିଷ ସମାଜରେ ଏ ପ୍ରକାରର ଘଟଣା ଆଦୌ ଶୋଭନୀୟ ନୁହେଁ  । ତେଣୁ ବିପଦ ସମୟରେ ଯିଏ ଆମକୁ ସାହାଯ୍ୟ କରିଛି, ଆମ ଦୁଖ ବେଳେ ଯିଏ ଆହା ବୋଲି ପଦେ କହିବା 
ପଢିଥିବା ହେତୁ ଆପଣଙ୍କ ନିକଟରେ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।