ଭାବପ୍ରବଣ ମଣିଷ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ କ୍ଷ' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଭାବପ୍ରବଣ ମଣିଷ ବାବଦରେ କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ପ୍ରବୃତ୍ତିଗତ ଭାବେ ମଣିଷ କେବେ କେବେ ଭାବପ୍ରବଣ ହୋଇଉଠେ । କୌଣସି ଏକ ଘଟଣାରେ ଅଧିକ ଭାବପ୍ରବଣ ହୋଇ ପଡିଲେ ନିଜର ଚିନ୍ତାଶକ୍ତିକୁ ମଧ୍ୟ ହରାଇ ବସେ  । ଭାବପ୍ରବଣ ଅବସ୍ଥାରେ ମଣିଷ ବିଚାର କରିପାରେ ନାହିଁ  । ଭଲ-ମନ୍ଦ ଭିତରେ କୌଣସି ପାର୍ଥକ୍ୟକୁ ସେ ସ୍ଥିର କରିପାରେ ନାହିଁ  । ତେଣୁ ଭାବପ୍ରବଣ ହୋଇ ମନୁଷ୍ୟ ଜୀବନରେ ଅନେକ ଭୁଲ୍ କାମ ବି କରିପକାଏ  । କୌଣସି ଜଣେ ବ୍ୟକ୍ତିକୁ ମାତ୍ରାଧିକ ଭାବରେ ପ୍ରଶଂସା କରି ଦେଲେ ସେହି ସମୟରେ ବ୍ୟକ୍ତି ଭାବପ୍ରବଣ ହୋଇପଡେ ଏବଂ କଣ କହିବା ଉଚିତ୍?, ନ କହିବା ଉଚିତ୍?, କଣ କରିବା ଉଚିିତ୍?, କଣ ନ କରିବା ଉଚିତ୍?, ଭବିଷ୍ୟତରେ ଏହାର ପରିଣାମ, ଏହାର ବିଭିନ୍ନ ଦିଗକୁ ନେଇ କି ପ୍ରକାରର ପ୍ରଭାବ ପଡିବ ଆଦି ସମ୍ପର୍କରେ ମଣିଷ ଚିନ୍ତା କରିପାରେନି  । ଅଧିକ ଭାବପ୍ରବଣ ହେଇଗଲେ ମଣିଷ କାନ୍ଦିପକାଏ  । ସେଇଟା ପଛକେ ଆନନ୍ଦ ହେଉ କି ଦୁଃଖ ହେଉ ଭାବପ୍ରବଣତା, ମଣିଷ ଆଖିରେ ଲୁହ ଭରିଦିିଏ  ।
ଭାବପ୍ରବଣତା ସବୁବେଳେ ଖରାପ ନୁହେଁ  । ଭାବୁକ ହେବା କିମ୍ବା ଭାବପ୍ରବଣତା ଜନିତ ଆତ୍ମବିଭୋର ହେବା କୌଣସି ଖରାପ କଥା ନୁହେଁ  । ଏଇଟା ସାଧାରଣ ଜୀବନର ଏବଂ ୈନନ୍ଦିନ ଜୀବନର ଏକ ଅଂଶ  । ଏଇଥିରୁ ମଣିଷକୁ କର୍ମତତ୍ପର ହେବା ପାଇଁ ପ୍ର୍ରେରଣା ମଧ୍ୟ ମିଳେ  । କିନ୍ତୁ ଏହି ଭାବପ୍ରବଣତା, ଚିନ୍ତାଶକ୍ତି ଏବଂ ବୁଦ୍ଧିମତ୍ତା ଉପରେ ପ୍ରଭାବ ପକାଉଥିବାରୁ ଭାବପ୍ରବଣତା କେବେ କେବେ ନିିଜ ପାଇଁ ଆତ୍ମଘାତୀ ବି ହୋଇଯାଏ  । ଏଭଳି ସମୟରେ ବ୍ୟକ୍ତିି ଅନେକ ଭୁଲ୍ କରିବସେ  । ଯେତେ ଜ୍ଞାନୀ ହେଲେ ବି ବୁଦ୍ଧିମତ୍ତାର ପ୍ରୟୋଗ କ୍ଷେତ୍ରରେ ତାର ଜ୍ଞାନ କୌଣସି କାମରେ ଲାଗେ ନାହିଁ  । କେତେକ କ୍ଷେତ୍ରରେ ବ୍ୟକ୍ତି ଭାବପ୍ରବଣ ହୋଇଗଲେ ଅନେକ ଗୋପନୀୟ ଏବଂ ପ୍ରକାଶ କରାନଯିବା ଉଚିତ୍ ଭଳି କଥାଗୁଡିକୁ ଅନ୍ୟଜଣଙ୍କ ଆଗରେ ପ୍ରକାଶ କରିଦିଏ  । ଭାବପ୍ରବଣତା ମାନସିକ ସ୍ତରର ପରିବର୍ତ୍ତନର ଏକ ପ୍ରସଙ୍ଗ  । ଏହାକୁ ବଳପ୍ରୟୋଗ ପୂର୍ବକ ସୃଷ୍ଟି କରାଯାଇପାରିବ ନାହିଁ  । ଏହା ପରିସ୍ଥିିତି ଏବଂ ସମୟଜନିତ ଏକ ପ୍ରସଙ୍ଗ  ।
ପଢିଥିବା ହେତୁ ଆପଣଙ୍କ ନିକଟରେ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।