ଶୁଭସ୍ତମ୍ଭ ବିବରଣ


ଭୀମସେନ ବ୍ୟାସ ସରୋବର ନିକଟରେ ଦୁର୍ଯେ୍ୟାଧନର ଜାନୁଭଗ୍ନ କରି ମୃତବତ ପକାଇ ଦେଲେ  । ମାନଗୋବିନ୍ଦର ଅନର୍ଘ ମଣି ମୁକୁଟକୁ ବାମ ପାଦରେ ଦଳି ଦେଇ ଭୀମସେନ ଅତ୍ୟଧିକ କ୍ରୋଧରେ ଦାନ୍ତଚାପି ତାହାର ମୁଣ୍ଡ ମୋଡିବାକୁ ଉଦ୍ୟତ ହେବାରୁ ଧର୍ମରାଜ ଯୁଧିଷ୍ଠିର ଭୀମଙ୍କ ଦୁଇଭୁଜକୁ ଧରି ଅଟକାଇ ଦେଲେ  । ମାନଗୋବିନ୍ଦକୁ କୋଳରେ ଧରି କ୍ରନ୍ଦନ କରି କହିଲେ- ‘ବାବୁରେ ଅତି ମାନରେ ଆଜି ତୋର ସକଳ ସଂପଦ ହରାଇଲୁ  । ଯେଉଁମାନେ ତତେ କୁମନ୍ତ୍ରଣା ଦେଉଥିଲେ, ସେମାନେ ଆଜି ତୋର ଅସମୟରେ ମଧ୍ୟ ସାହାପକ୍ଷ ହେଲେ ନାହିଁ  । ମାନଗୋବିନ୍ଦ ପଣେ ତୋର ସମସ୍ତ ଧର୍ମ ହରାଇଲୁ  । ଏହା କହି କୋମଳ ପତ୍ରର ଶଯ୍ୟା ତିଆରି କରି ତାହା ଉପରେ ଦୁର୍ଯେ୍ୟାଧନକୁ ଶୁଆଇ ଦେଲେ  । ଦିନ ଅବସାନ ହେବାରୁ ଯୁଧିଷ୍ଠିର ଦୁର୍ଦକ୍ଷକୁ ମାନଗୋବିନ୍ଦ ନିକଟରେ ରଖାଇ ଫେରି ଆସିଲେ  ।
ବ୍ୟାସ ସରୋବର ନିକଟରୁ ଜଇନ୍ତାନଗ୍ର ହେଉଛି ଚାରିଯୁଣ ଦୂର  । ଯୁଧିଷ୍ଠିର ସମେତ ପାଣ୍ଡବମାନଙ୍କୁ ସାଙ୍ଗରେ ନେଇ ଶ୍ରୀକୃଷ୍ଣ ଆନନ୍ଦ ମନରେ ନଗ୍ରରେ ପ୍ରବେଶ  କଲେ  । ଯୁଦ୍ଧଜୟ କରିଥିବାରୁ ପାଣ୍ଡବମାନଙ୍କ ମନରେ ହର୍ଷର ଛାୟା ବେଶ ବାରି ହୋଇ ପଡୁଥାଏ  । ହାତରେ ଅର୍ଘ୍ୟଥାଳି ଧରି କୁନ୍ତୀ ଦେବୀ ଆସି କହିଲେ- ‘ହେ ! ଗୋବିନ୍ଦ ଦୁର୍ଯେ୍ୟାଧନକୁ କିଏ ବିନାଶ କରିଛି? ଯିଏ ସମରରେ ମାନଗୋବିନ୍ଦକୁ ବିନାଶ କରିଛି, ତାହାରି ଶିରରେ ମୁଁ ବନ୍ଦାପନା କରିବି  । କୁନ୍ତୀଙ୍କ କଥା ଶୁଣି ଶ୍ରୀହରି କହିଲେ- ‘ଧନ୍ୟମାତା, ଧନ୍ୟ ତୋହର ପୁତ୍ରମାନଙ୍କ ବଳବୀର୍ଯ୍ୟ ଯୋଗୁ ମହୀଭାରା ଆଜି ନିପାତ ହେଲା  । ଏବେ ଭୀମସେନଙ୍କ ଶିରରେ ଅର୍ଘ୍ୟ ଦିଅନ୍ତୁ  ।
ମାତା କୁନ୍ତୀ ଦେବୀ ଭୀମସେନଙ୍କୁ ସ୍ନେହଭରେ ଡାକି ଆସନରେ ବସାଇ ବନ୍ଦାପନା କଲେ  । ଏହା ପରେ ଭୀମସେନ ଗୋବିନ୍ଦଙ୍କୁ କହିଲେ- ହେ! ମହାବାହୁ ମୋ ଠାରୁ ବଳଶାଳୀ ଏହି ତ୍ରିଭୁବନରେ କେହି ନାହାନ୍ତି  । ମୁଁ ଏକା ଗାନ୍ଧାରୀଙ୍କ ଶତେ ପୁତ୍ରକୁ ବିନାଶ କରିଛି  । ମୋ ହାତରେ  ବେନି ଗଦା ଥିବା ପର୍ଯ୍ୟନ୍ତ କେହି ମତେ  ପରାସ୍ତ କରିପାରିବେ ନାହିଁ  । ମୋ ହାତରେ ଗଦା ନଥିଲେ କ’ଣ ମୋର ଚାରି ଭାଇ ଶତ୍ରୁ ହାତରୁ ବଞ୍ଚôଥାନ୍ତେ ?
ଭୀମସେନଙ୍କ କଥା ଶୁଣି ଅର୍ଜୁନ ନିଜ ବଳବିକ୍ରମର ପରିଚୟ ଦେବାକୁ ଯାଇ କହିଲେ ହେ ଜନାର୍ଦ୍ଦନ ବିଦ୍ୟାଶିକ୍ଷା କାଳରେ ଗୁରୁଦ୍ରୋଣ ମୋର ଦକ୍ଷତାକୁ ପ୍ରଶଂସା କରିଥିଲେ  । ଦିନେ ଗୁରୁ ସମସ୍ତ ଶିଷ୍ୟମାନଙ୍କୁ ସାଙ୍ଗରେ ଧରି ଅସ୍ତ୍ର ପରୀକ୍ଷା ପାଇଁ କୁଣ୍ଡଳ ପର୍ବତକୁ ଯାଇଥିଲେ  । ସେହି ପର୍ବତ ଶୃଙ୍ଗ ଉପରେ ଏକ ଖମ୍ବ ପୋତି ତା ଉପରେ ଏକ ଖଡିକାଟିଏ ପୋତିଲେ  । ଖଡିକା ଉପରେ ଗୋଟିଏ ବରଗଡ଼, ବରଗଡ ଉପରେ ଏକ ଶୃଙ୍ଗଧାନ ଓ ସେହି ଶୃଙ୍ଗଧାନ ଉପରେ ଏକ ସୋରିଷ ରଖିଲେ  । ଆଖଡା ଶାଳରେ ଥାଇ ସମସ୍ତଙ୍କୁ କହିଲେ ସେହି ସୋରିଷକୁ ଲକ୍ଷ୍ୟଭେଦ କରି ଫଟାଇବାକୁ  । ସୋରିଷକୁ କେହି ବେନିଫାଳ କରି ପଠାଇ ପାରିଲେ ନାହିଁ  । କେବଳ ମୁଁ ସୋରିଷକୁ ଲକ୍ଷ୍ୟଭେଦ କରି ଦୁଇଫାଳ କରିଦେଲି  । ଯଦି ସେ ପାଶୁପତ୍ର ଅସ୍ତ୍ର ଓ ଗାଣ୍ଡିବଧେନୁ ଧାରଣ କରିନଥାନ୍ତେ, ତେବେ ମହାଭାରତ ଯୁଦ୍ଧରେ ଆମେ ଜିତିଥାଆନ୍ତେ କିପରି ? 
ଅର୍ଜୁନଙ୍କ କଥାଶୁଣି ନକୁଳ କମ୍ପମାନ ହୋଇ କହିଲେ ସେ ଯଦି କୁନ୍ତ ଧରିନଥାନ୍ତେ, ତେବେ କୁରୁଥାଟକୁ କ’ଣ ପାଣ୍ଡବମାନେ ଜୟ କରିବାକୁ ସକ୍ଷମ ହୋଇଥାନ୍ତେ ? ନକୁଳଙ୍କ କଥା ଶୁଣି ସହଦେବ କହିଲେ ସେ ଯଦି ଆଗତ ଭବିଷ୍ୟ କଥା କହିନଥାନ୍ତେ, ତେବେ ଦୁର୍ଯେ୍ୟାଧନର ପତନ କିପରି ଘଟିଥାଆନ୍ତା ?  ଶେଷରେ ଯୁଧିଷ୍ଠିର କହିଲେ ହେ, ଶ୍ରୀଧର ଧର୍ମଥିଲା ପ୍ରାଣୀମାନଙ୍କର କିଛି ଅନିଷ୍ଟ ହୁଏ ନାହିଁ  । ଧର୍ମରେ ଥିବାରୁ ଆମ୍ଭେମାନେ ଏହି ଯୁଦ୍ଧରେ ଜୟଲାଭ କଲୁ  ।
ଏହି କଥାବାର୍ତ୍ତା ଭିତରେ ଦ୍ରୋ÷ପଦୀ କହିଲେ ତାଙ୍କ ହେତୁ କୁରୁବଳ ବିନାଶ ହେଲେ  । ସୁଭଦ୍ରା କହିଲେ ସେ ହେଉଛନ୍ତି ଶ୍ରୀହରିଙ୍କ ଭଉଣୀ  ।  ତାଙ୍କ ଭଣଜା ଅଭିମନୁ୍ୟର ମୃତୁ୍ୟର ପ୍ରତିଶୋଧ ସେ ନେଲେ  । ଶେଷରେ କୁନ୍ତୀଦେବୀ କହିଲେ ତାଙ୍କର କଷ୍ଟ ଯୋଗୁ କୋ÷ରବମାନେ ବିନାଶ ହେଲେ  । ଏହିପରି ସମସ୍ତେ ସମସ୍ତଙ୍କ କଥା କହିବାରେ ଲାଗିଥାନ୍ତି  । ହେଲେ କାହା କଥାକୁ କେହି ଗ୍ରହଣ କରୁନଥାନ୍ତି  ।
ସମସ୍ତଙ୍କ କଥାକୁ ନିରବରେ ଗୋବିନ୍ଦ ବସି ଶୁଣୁଥାନ୍ତି ଓ ମଳ ମଳ ହୋଇ ହସୁଥାନ୍ତି  । କହିଲେ ଏଠାରେ କେହି ବଡ କି କେହି ସାନ ନାହାନ୍ତି  । ଏହି କଥା ପାଇଁ ଦ୍ୱନ୍ଦ୍ୱ କରିବା ଅନୁଚିତ  । ଏହି ଦ୍ୱନ୍ଦ୍ୱକୁ ଫେଡିବା ପାଇଁ ଚାଲ ସମସ୍ତେ ଯୁଦ୍ଧ କ୍ଷେତ୍ରକୁ ଯିବା  । ରଣକ୍ଷେତ୍ରରେ ଥିବା ଶୁଭସ୍ତମ୍ଭକୁ ଯୁଦ୍ଧ ବିଷୟରେ ପଚାରିଲେ, ସେହିଁ ସତ୍ୟକଥା ପ୍ରକାଶ କରିବ ଓ ଆମ୍ଭମାନଙ୍କର ସନେ୍ଦହ ଦୂର ହେବ  । ଏହା କହି ସମସ୍ତେ ଯୁଦ୍ଧକ୍ଷେତ୍ରରେ ଶୁଭସ୍ତମ୍ଭ ନିକଟରେ ଯାଇ ପହଞ୍ଚôଲେ  । ନିଜେ ଶ୍ରୀହରି ଶୁଭସ୍ତମ୍ଭକୁ ପଚାରିଲେ ମହାଭାରତ ଯୁଦ୍ଧରେ କିଏ କେତେ ସୈନ୍ୟ ମାରିଲେ ଓ କିଏ ଏହି ଯୁଦ୍ଧଜୟ କଲେ, ସେହି କଥା କୁହ  । ତୋହର କଥା ଶୁଣିଲେ ଆମ୍ଭେ ସମସ୍ତେ ତୃପ୍ତ ହେବୁ  ।
ଶ୍ରୀକୃଷ୍ଣଙ୍କ ପ୍ରଶ୍ନ ଶୁଣି ଶୁଭସ୍ତମ୍ଭ କହିଲା- ହେ! ମହାବାହୁ ଆପଣଙ୍କ ଅନୁଗ୍ରହରୁ  ମୁଁ ଦିବ୍ୟଚକ୍ଷୁ ଲାଭ କରି ମହାଭାରତ ଯୁଦ୍ଧ ଦେଖିବାର ସୋ÷ଭାଗ୍ୟ ଲାଭ କଲି  । ଦେଖିଲି ପାଣ୍ଡବେ ଓ କୋ÷ରବ ପକ୍ଷ  ପରସ୍ପର ସହିତ ଯୁଦ୍ଧ କରୁଛନ୍ତି, କିିନ୍ତୁ କିଏ କାହାକୁ ମାରିବା ଦେଖିପାରିଲି ନାହିଁ  । ମାତ୍ର ଗୋଟିଏ କଥା ଏହି ଦିବ୍ୟ ନେତ୍ରରେ ଦେଖିଲି  । ତାହା ହେଉଛି ଯେ ଯୁଦ୍ଧ କାଳରେ ପାଣ୍ଡବଙ୍କ ଥାଟରୁ କୋଟିଏ ସୂର୍ଯ୍ୟର ପ୍ରଭାଯୁକ୍ତ ଏକ ଚକ୍ର ବାହାରି କୋ÷ରବ ସୈନ୍ୟମାନଙ୍କୁ ଦହନ କରି ଦେଉଥାଏ  । ପୁଣି ସେହି ଚକ୍ର କୌରବ ଥାଟରୁ ବାହାରି ପାଣ୍ଡବ ପକ୍ଷର ସୈନ୍ୟମାନଙ୍କୁ ବିନାଶ କରୁଥାଏ  । ଏହାବ୍ୟତୀତ ମୁଁ ଅନ୍ୟ କିଛି ଦେଖିନାହିଁ  । ଅଠର ଦିନ ଏହିପରି ଏକ ଚକ୍ର କାର୍ଯ୍ୟକରି ଚାଲିଥାଏ  । ତେଣୁ ପାଣ୍ଡବମାନେ ନିଜ ନିଜ ଭିତରେ କାହିଁକି ଅନର୍ଥକାରୀ ହେଉଛନ୍ତି  । ଶୁଭସ୍ତମ୍ଭର ଏପରି କଥା ଶୁଣି ପାଣ୍ଡବମାନେ ଚୁପ ହୋଇଗଲେ  । ମାତ୍ର ଭୀମସେନ ରାଗରେ ଶୁଭସ୍ତମ୍ଭ ଉପରେ ରହିଥିବା ନିଜ ପୁତ୍ର ବେଲାଳସେନର ମୁଣ୍ଡକୁ ଏକ ଚାପୁଡା ମାରିଲେ  । କହିଲେ ପୁତ୍ର ହୋଇ ମୋର ପ୍ରତିଜ୍ଞା କଥା ମନେ ରଖିପାରିଲୁ ନାହିଁ  । ଭୀମଙ୍କ ଚାପୁଡା ଆଘାତରେ ବେଲାଳସେନର ମୁଣ୍ଡ ତଳେ ପଡିଗଲା । ପ୍ରାଣ ଛାଡିଯାଇ ଶ୍ରୀହରିଙ୍କ ଅଙ୍ଗରେ ଲୀନ ହୋଇଗଲା  । ଶ୍ରୀକୃଷ୍ଣ ଛଳ କରି କହିଲେ- ଭୀମସେନ କ’ଣ କଲ? ନିଜ ପୁତ୍ରକୁ ବିନାଶ କଲ  । ଆମ୍ଭେ ଭାବିଥିଲୁ ବେଲାଳସେନକୁ ଜୀବନ ଦାନ ଦେଇଥାନ୍ତୁ  । ଶ୍ରୀକୃଷ୍ଣଙ୍କ କଥାରେ ସମସ୍ତେ ଚୁପ ହୋଇଗଲେ  । କିଏ ବୁଝିପାରିବ ମାୟାଧରଙ୍କ ମାୟା ? ନିଜେ ଚକ୍ରକୂଟ କରି କୋ÷ରବବଳଙ୍କୁ ବିନାଶ କଲେ  । କିନ୍ତୁ ପାଣ୍ଡବମାନଙ୍କୁ ଦୃଶ୍ୟ ହେଲାକି ସେମାନେ ହିଁ କୋ÷ରବମାନଙ୍କୁ  ମାରିଛନ୍ତି  ।
 ଏହାହିଁ ହେଉଛି ମାୟାଧରଙ୍କ ରଞ୍ଚନା  । ପାଣ୍ଡବମାନଙ୍କ ଗର୍ବ ଚୁନା କରିବା ପାଇଁ ଏଥିଲା ଗୋବିନ୍ଦଙ୍କର ଏକ ଲୀଳା  ।
ଯୁଦ୍ଧରେ ଜୟଳାଭ ପରେ ଚାରିଆଡେ ରଣଜୟ ପତାକା ପାଣ୍ଡବମାନେ ଉଡାଇଲେ  । ସମସ୍ତେ ସ୍ନାହାନ ଓ ଦେବାର୍ଚ୍ଚନ ସାରି ବିଶ୍ରାମ ନେଲେ  । ଏହି ସମୟରେ ଗୋବିନ୍ଦ ପାଣ୍ଡବମାନଙ୍କୁ କହିଲେ ଚାଲ ଦ୍ୱାରକାପୁର ଯାଇ ବଳରାମଙ୍କୁ ଦର୍ଶନ କରିବା  । କାରଣ କଥାରେ ଅଛି ଉଭୟେ ଭୂମିରେ  ପାଞ୍ଚରାତ୍ର ରହିବା ଅନୁଚିତ  । ଏହା କହି ଅନ୍ତପୁରରେ ଦ୍ରୌପଦୀଙ୍କ ପଞ୍ଚପୁତ୍ରକୁ ଶୁଆଇଲେ ଓ ଧୃଷ୍ଟଦୁ୍ୟମ୍ନଙ୍କୁ ସେଠାରେ ରଖାଇ ପାଣ୍ଡବମାନଙ୍କୁ ଧରି ଶ୍ରୀକୃଷ୍ଣ ଦ୍ୱାରକାପୁରକୁ ଗମନ କଲେ  । ଧୃଷ୍ଟଦୁ୍ୟମ୍ନଙ୍କ ସହିତ ନଗର ରକ୍ଷା ପାଇଁ ଦୁଇକ୍ଷଉଣୀ ସୈନ୍ୟ ଗଡ଼ଦ୍ୱାରରେ ରଖିବା ବ୍ୟବସ୍ଥା କରାଗଲା  । ଦ୍ୱାରକାରେ ବିଜୟ ଉତ୍ସବ ମନାଇବା ପାଇଁ ଶ୍ରୀକୃଷ୍ଣ ସମସ୍ତ ଆୟୋଜନ କଲେ  ।