ପ୍ରବୃତ୍ତି ଉପରେ ବିଜୟର ଲାଭ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ କରିବା ପ୍ରବୃତ୍ତି ଉପରେ ବିଜୟର ଲାଭ ବାବଦରେ କିଛି କଥା । ଆଜିର ଏ ମଞ୍ଜକଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ, ବୁଝିବେ ବୋଲି ଆଶା ।
ସଚରାଚର ସମାଜର ପରମ୍ପରାକୁ ମାନବୀୟ ଗୁଣର ସକାରାତ୍ମକ ପରିପ୍ରକାଶ ପାଇଁ ପାଳନ କରାଯାଏ । ମନୁଷ୍ୟ ଏବଂ ଇତର ସମାଜ ଭିତରେ ଏଇ ପାର୍ଥକ୍ୟ ଯୋଗୁଁ ମନୁଷ୍ୟ, ସମାଜରେ କେବେ କେବେ କେହି ଜଣେ ଦେବତ୍ୱର ଆସନ ଲାଭ କରେ । ମନୁଷ୍ୟ ହୋଇଥିଲେ ମଧ୍ୟ ତାକୁ ଅନ୍ୟ ଲୋକମାନେ ଦେବତୁଲ୍ୟ ସମ୍ମାନ ଦିଅନ୍ତି । ଏହି ଦେବତୁଲ୍ୟ ବ୍ୟକ୍ତି ମନୁଷ୍ୟ ନାମକ ସାମାଜିକ ପ୍ରାଣୀର, ସାମାଜିକ ବ୍ୟବହାରର ବହୁ ଉର୍ଦ୍ଧ୍ୱକୁ ଉଠିଯାଏ । ତା’ ନିକଟରେ ପ୍ରବୃତ୍ତି ବଡ ନୁହେଁ । ସବୁ ମଣିଷ ପ୍ରବୃତ୍ତି ଦ୍ୱାରା ପରିଚାଳିତ ହେଉଥିଲେ ମଧ୍ୟ ଏହି ଦେବତୁଲ୍ୟ ମାନବ ଏକ ବ୍ୟତିକ୍ରମ ଭାବରେ ଆଦର୍ଶ ଜୀବନଯାପନ କରେ । ମନୁଷ୍ୟ ଏବଂ ସମସ୍ତ ପ୍ରାଣୀ ପ୍ରବୃତ୍ତି ଦ୍ୱାରା ପରିଚାଳିତ ହୁଅନ୍ତି । ତେଣୁ ପ୍ରବୃତ୍ତିର ଉର୍ଦ୍ଧ୍ୱକୁ ଯାଇ ଅନ୍ୟମାନଙ୍କ ଠାରୁ ଭିନ୍ନ ବୋଲି ନିଜକୁ ପ୍ରତିପାଦିତ କରିବା ଅତ୍ୟନ୍ତ କଠିନ ବ୍ୟାପାର । ଏହାର ଉର୍ଦ୍ଧ୍ୱକୁ ଯିଏ ଯାଇପାରେ, ତାକୁ ମହାମାନବ କୁହାଯାଏ ।
ଜଣେ ପ୍ରବୃତ୍ତି ଉପରେ ବିଜୟ ଲାଭ କରିବ ବୋଲି କୌଣସି ନିଶ୍ଚିତତା ନଥାଏ । ଭୋକ ହେଲେ ଖାଇବା ଏବଂ ଥକିଗଲେ ଶୋଇବା ହେଉଛି ପ୍ରବୃତ୍ତି । ଏହା ଉପରେ ବିଜୟ ହାସଲ କରିବାକୁ କିଛି ଲୋକ ଚେଷ୍ଟା କରନ୍ତି । କିନ୍ତୁ ଏଭଳି ଚେଷ୍ଟାରେ ହୁଏତ ଲାଭ ପରିବର୍ତ୍ତ? କ୍ଷତି ହିଁ ଅଧିକା ହୋଇପାରେ । ତେବେ ସାଧାରଣ ଭାବରେ କିଛି ପ୍ରବୃତ୍ତିରେ ସଂଯମ ଆଚରଣ କରାଯାଇପାରିବ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।